Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ
ଆଜିର ଖବର

ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ

February 12, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଦେବେନ୍ଦ୍ର କୁମାର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ତଥା ଅବସରପ୍ରାପ୍ତ ଆଇଏଏସ୍ ଦେବେନ୍ଦ୍ର କୁମାର ମିଶ୍ରଙ୍କର ଆଜି ଦିନ ୧୨ଟା ୩୦ମିନିଟରେ ପରଲୋକ ହୋଇଯାଇଛି । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା ।

ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ମିଶ୍ର ଓଡ଼ିଶାର ପ୍ରଥମ ରାଜ୍ୟ ନିର୍ବାଚନ କମିଶନର ଭାବେ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସ୍ୱତନ୍ତ୍ର ସହାୟକ, ଭବାନୀପାଟଣା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀ, ଓଡ଼ିଶା ହ୍ୟାଣ୍ଡଲୁମ୍ ନିଗମର ଜେନେରାଲ ମ୍ୟାନେଜର, ମ୍ୟୁନିସପାଲ ପ୍ରଶାସନର ନିର୍ଦ୍ଦେଶକ ଭଳି ପଦବୀରେ ସଫଳତାର ସହ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଓ ସୋନପୁରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ ।

ଆସନ୍ତାକାଲି ସକାଳେ ଶ୍ରୀମିଶ୍ରଙ୍କ ଶହୀଦନଗରସ୍ଥିତ ବାସଭବନରେ ତାଙ୍କର ମରଶରୀରକୁ ସର୍ବସାଧାରଣଙ୍କ ଶେଷଦର୍ଶନ ପାଇଁ ରଖାଯିବ । ଆସନ୍ତାକାଲି ଫେବୃୟାରୀ ୧୩ତାରିଖରେ ଭୁବନେଶ୍ୱରର ସତ୍ୟନଗର ମଶାଣୀରେ ଦିନ ୧୧ଟା ୩୦ମିନିଟରେ ତାଙ୍କର ଶେଷକୃତ୍ୟ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।

ଶ୍ରୀ ମିଶ୍ରଙ୍କ ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ ସୁହାସିନୀ ମିଶ୍ର, ପୁଅ ଅସିତ୍ ମିଶ୍ର ଓ ବୋହୂ, ବିଭୂଦତ୍ତ ପଟେଲ ଓ ସାନ ପୁଅ ବ୍ରଜେନ୍ଦ୍ର ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ଦେବେନ୍ଦ୍ର କୁମାର ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026

ନୟାଗଡ଼: ବାସସ୍ଥାନ ଯୋଜନାରୁ ବଞ୍ଚିତ ଦିନ ମଜୁରିଆଙ୍କ ପାଲ ତଳେ କଟୁଛି ଜୀବନ

July 18, 2026

ସୋନମ ୱାଙ୍ଗଚୁକଙ୍କୁ ହଟାଇବା ପରେ ଆମରଣ ଅନଶନରେ ବସିଲେ ଅଭିଜିତ ଦୀପକେ

July 18, 2026

କିଡନୀ ଖରାପ ହେଲେ ଦେଖାଯାଏ ଏହି ଲକ୍ଷଣ: ଆଦୌ କରନ୍ତୁ ନାହିଁ ଅଣଦେଖା

July 18, 2026
Latest News

ଜନ୍ତର ମନ୍ତରରେ ଉତ୍ତେଜନା: ଅଭିଜିତ ଦୀପକେଙ୍କ ଉପରକୁ କାଳି ଫିଙ୍ଗିଲେ ମହିଳା

July 18, 2026

ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ସରକାର ଏବଂ ସିଜେପି କୁ ସମାଲୋଚନା କଲେ ପ୍ରିୟଙ୍କା ଚତୁର୍ବେଦୀ

July 18, 2026

ଲର୍ଡସରେ ଇତିହାସ ରଚିବେ ରୋହିତ ଶର୍ମା: ଭାଙ୍ଗିପାରନ୍ତି ଏହି ଦୁଇଟି ରେକର୍ଡ

July 18, 2026

ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ଉତକ୍ଷେପଣ କଳା ପ୍ରଥମ ଘରୋଇ ରକେଟ୍

July 18, 2026

ରୁଷୀୟ ତୈଳ କ୍ରୟ ଉପରେ ୧୦୦% ଶୁଳ୍କ ଲାଗୁ କରିବ ଆମେରିକା?: ଜାଣନ୍ତୁ ଭାରତର ଜବାବ

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.