Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସ୍ୱାମୀ ପ୍ରଣବାନନ୍ଦ ଏକ ଅମ୍ଲାନ ପ୍ରତିଭା: ଚତୁର୍ଦ୍ଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି
ଆଞ୍ଚଳିକ

ସ୍ୱାମୀ ପ୍ରଣବାନନ୍ଦ ଏକ ଅମ୍ଲାନ ପ୍ରତିଭା: ଚତୁର୍ଦ୍ଦଶାହରେ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

February 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଦୀର୍ଘ ୬୦ବର୍ଷ ଧରି ଆର୍ଯ୍ୟ ସମାଜ, ସ୍ୱାମୀ ଦୟାନନ୍ଦ ଓ ବେଦମାତାଙ୍କର ବାର୍ତ୍ତା ପ୍ରଚାର କରୁଥିବା ପରିବ୍ରାଜକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ଚତୁର୍ଦ୍ଦଶାହ ଉପଲକ୍ଷେ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଜି ମଧ୍ୟାହ୍ନରେ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି।

ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସ୍ୱାମିଜୀ ମହାମୃତ୍ୟୁର ପଥିକ ହୋଇଛନ୍ତି। ମୃତ୍ୟୁକୁ ସେ ଆହ୍ୱାନ କରୁଥିଲେ। ତାଙ୍କ ଶରୀର ତାଙ୍କୁ ସହଯୋଗ କରୁନାହିଁ, ଏଣୁ ପ୍ରଭୁ ତାଙ୍କ ପାଖକୁ ନେଇଯିବାକୁ ସେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲେ। ବେଦ ବର୍ଣ୍ଣିତ ମୃତ୍ୟୁ ସୁକ୍ତକୁ ଶ୍ରୀ ପଣ୍ଡା ଅତ୍ୟନ୍ତ ସୁନ୍ଦର ଭାବରେ ବାଖ୍ୟା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାମିଜୀଙ୍କୁ ଏକ ଅମ୍ଲାନ ପ୍ରତିଭା ବୋଲି କହିଥିଲେ। ଅନ୍ୟତମ ଅତିଥି ବୁନ୍ଧମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର କହିଲେ ଯେ, ସ୍ୱାମିଜୀ ବୃତ୍ତିଗତ ବିଦ୍ୟାରେ ଡିଗ୍ରୀ ହାସଲ କରିନଥିଲେ ସତ, କିନ୍ତୁ ସେ ନିରାକାର ବ୍ରହ୍ମଙ୍କର ଉପାସକ ଥିଲେ ଓ ପରମାତ୍ମାଙ୍କ ଦ୍ୱାରା ବର୍ଣ୍ଣିତ ଆତ୍ମାନୁଶାସନ ଉପରେ ଯେଉଁ ଉପଦେଶ ଦେଉଥିଲେ ତାହା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି କହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସ ଶାନ୍ତି ଯଜ୍ଞ ପରିଚାଳନା କରିଥିଲେ। ବିଶିଷ୍ଟ ଆର୍ଯ୍ୟସମାଜୀ ପ୍ରେମାନନ୍ଦ ଦାସ, ସମାଜସେବୀ ଆଶୁତୋଷ ମିଶ୍ର, ଦୁଷ୍ମନ୍ତ କିଶୋର ସ୍ୱାଇଁ, ଯଜ୍ଞ ପ୍ରକାଶ ଆର୍ଯ୍ୟ, ସମାଜସେବୀ ବରୁଣରାଜ, ଶ୍ୟାମସୁନ୍ଦର ସେଠ, ଶ୍ରୀମତୀ ଶୁଭଦ୍ରା ସାହୁ, ପ୍ରତାପ ପଟ୍ଟନାୟକ, ଅଭୟ ରାଉତ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କାର୍ଯ୍ୟକ୍ରମକୁ ନଳିନୀକାନ୍ତ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ। ଶ୍ରୀ ଅରବିନ୍ଦ ନଗରର ବହୁ କଲୋନୀବାସୀ ଯୋଗ ଦେଇଥିଲେ।

ଶ୍ରଦ୍ଧାଞ୍ଜଳି ସ୍ୱାମୀ ପ୍ରଣବାନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଳାପାଳ ଏବଂ ଏସ୍ ପିଙ୍କ ନାଲିପଡା ଅର୍ଜୁନପୁର ଗ୍ରାମ ପଂଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି

February 16, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଚିଲିକା ସାମ୍ବାଦିକଙ୍କ ମାତୃ ବିୟୋଗ

February 14, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Latest News

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.