Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସେହି ଭୋଟର ଭାଇର ଭିତିରି କଥା
ବିଶେଷ ଖବର

ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସେହି ଭୋଟର ଭାଇର ଭିତିରି କଥା

March 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଥିବା ସେହି ଭୋଟର ଭାଇର ନିଚ୍ଛକ ଭିତିରି କଥା

ପ୍ରକାଶ ଦଳାଇ

ଏଇ ମହାଶିବରାତ୍ରୀ ଦିନର ଘଟଣା। ସକାଳେ ମନ୍ଦିରର ଆଗରେ ଥିବା ଏକ ଦୋକାନରୁ ମୁଁ ଦୀପଟିଏ କିଣୁଥିଲି। ଦୋକାନରୁ ଟିକିଏ ଦୂରରେ ଜଣେ କେହି ପାଟି କରି କାହା ସହିତ ଫୋନରେ କଥା ହେଉଥିଲା। ସେପଟେ ଥିବା ଲୋକକୁ ସେ କହୁଥିଲା ଯେ, ସେ ଟଙ୍କା ମୁଁ ଆଉ ଫେରାଇ ପାରିବି ନାହିଁ, ତୁ କଣ କରୁଛୁ କର ??  କିଛି ଭଦ୍ର କିଛି ଅଭଦ୍ର ଭାଷାରେ ସେ ଗାଳି କରି ଚାଲିଥାଏ। ତୁ କାହିଁକି ଏପରି ପାଟି କରୁଛ ବୋଲି ମଝିରେ ମଝିରେ ଦୋକାନୀ ତାଙ୍କୁ ତାଗିଦ କରୁଥିଲେ। ବୋଧହୁଏ ତାଙ୍କର ଚିହ୍ନା ପରିଚୟ।

କଥାବାର୍ତ୍ତା ସରିବା ପରେ ସେହି ବ୍ୟକ୍ତି ରାଗ ତମତମ ହୋଇ ଦୋକାନୀ ପାଖକୁ ଆସିଲା। ଦୋକାନୀକୁ କହିଲେ, ମାମୁଁ କହିଲ, ଭୁବନେଶ୍ବରରେ ମୁଁ ବହୁତ କାମ ଧରିଛି କି ନାହିଁ। ଏତେ କାମ ଭିତରେ ମୋର ଗାଁକୁ ଯିବାର ସମୟ କାହିଁ ? ସେ ବାରମ୍ବାର ଫୋନ କରି ଗାଁ କୁ ଆସ, ଗାଁକୁ ଆସ ବୋଲି ଡାକିଲା। ମୁଁ ଗଲି ନାହିଁ। ତଥାପି ଆସ, ଆସ ବୋଲି ସେ ବାଧ୍ୟ କଲା।

ଶେଷରେ ତା ଆଡୁ ସେ କହିଲା ଯେ ଗାଁକୁ ଆସିବା ପାଇଁ ତୋ ପାଖକୁ ପାଞ୍ଚ ହଜାର ଟଙ୍କା ପଠାଉଛି। ସକାଳୁ ସକାଳୁ ଆସି ପହଁଚିବୁ। ପୁରା ତମ ପରିବାର ସମସ୍ତେ ଆସିବ, ଭୋଟ ଦେଇ ପଳାଇଯିବ। ଫୋନ-ପେ ରେ ସେ ମୋ ପାଖକୁ ଟଙ୍କା ପଠାଇବାରୁ ମୁଁ ଆଉ ମୋ ପରିବାର ବାଧ୍ୟ ହୋଇ ଗାଁକୁ ଗଲୁ। ଭୋଟ ଦେଇ ତା ପରଦିନ ଆସିଲୁ। ଏବେ ସେ ମୋତେ କହୁଛି କଣ ନା, ସେହି ଟଙ୍କା ଫେରେଇ ଦିଅ। କହିଲ ମାମୁଁ, ମୁଁ କଣ ତାକୁ ଟଙ୍କା ମାଗୁଥିଲି। ସେ କାହିଁକି ଟଙ୍କା ପଠାଇଲା। ଯଦି ତୋଆଡୁ ତୁ ଟଙ୍କା ପଠାଇଲୁ, ଏବେ କାହିଁକି ମାଗୁଛୁ? ଗୋଟିଏ ନିଃଶ୍ବାସରେ ସେ ଏସବୁ କଥା ସେ ବ୍ୟକ୍ତି ଜଣଙ୍କ କହି ଚାଲିଲା।

କାହିଁକି କଣ ହେଲା କେଜାଣି ମୁଁ ପଚାରି ଦେଲି, ତମ ତ ଭୋଟ ଦେଲ, ସେ ଟଙ୍କା କାହିଁକି ମାଗୁଛି। ମୋ ପ୍ରଶ୍ନ ସରିବା ମାତ୍ରେ ସେହି ଦୋକାନୀ ଏବଂ ସେ ଲୋକ ଏକା ସଙ୍ଗରେ କହିଲେ ଯେ, ସେ ଲୋକଟି ହାରିଗଲା। କିଛି ସମୟ ଧରି ସେ ଲୋକଟି ମୋ ଆଡକୁ ଅନାଇଲା। ମୋତେ କଅଁଳ ସ୍ବରରେ ସେ ପଚାରିଲା, ସାରେ ଟଙ୍କା ନ ଫେରାଇଲେ ମୋର କଣ କିଛି ଅସୁବିଧା ହେବ କି ? ଏପରି ପ୍ରଶ୍ନ ଶୁଣି ମୁଁ ବଡ ଅଡୁଆରେ ପଡିଗଲି। ସେ ବାରମ୍ବାର ମୋତେ ପଚାରି, ମୋ ମୁହଁକୁ ଅନାଇ ରହିଲା।

ସେହି ସ୍ଥାନରୁ ଖସିବା ପାଇଁ ତାଙ୍କୁ କହିଦେଲି , ନାହିଁ କିଛି ହେବ ନାହିଁ। ତମ ବନ୍ଧୁବାନ୍ଧବ କଥା, ତମ ଗାଁ କଥା, ତମେ ଯାହା ବିଚାର କରିବ ତାହା କର। ସେ କହିଲା- ନାଇଁ ସାରେ ଆପଣ ଯଦି କହିଲେଣି କିଛି ହେବନି ମୁଁ ସେ ଟଙ୍କା ଆଉ ଫେରାଇବି ନାହିଁ। ଏତିକି କହି ତାହାର ପୁରା ଗସ୍ତ ସଂପର୍କରେ ଏକ ସଂକ୍ଷିପ୍ତ ଧାରାବିବରଣୀଟିଏ ମୋ ଆଗରେ ଥୋଇଦେଲା। ମୁଁ ଦୀପଟିଏ କିଣି ସେଠାରୁ ଖସିବାକୁ ଚେଷ୍ଠା କଲି।

ହେଲେ ହଠାତ କଣ ହେଲା କେଜାଣି ମୋର ଅନିଚ୍ଛା ସତ୍ବେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରି ଦେଲି। କହିଲି, ଭାଇ ତମେ କେବଳ ସେହି ଗୋଟିଏ ଲୋକଠାରୁ ପଇସା ଆଣିଥିଲ, ନା ଆଉ କାହାଠାରୁ ଆଣିଛ?  ଏତିକି ଶୁଣିବା ପରେ ରାଗ ତମତମ ହୋଇ ପଡିଥିବା ସେ ଲୋକଟି ଲାଜରେ ମୁହଁ ତଳକୁ କରିଦେଲା। ମୁରୁକି ମୁରୁକି ହସିଲା। ତା ସହିତ ସେ ଦୋକାନୀ ମଧ୍ୟ ହସିଲା। ହେଲେ କେହି କିଛି କହିଲେ ନାହିଁ।

କିଛି ସମୟ ପରେ ଦୋକାନୀ କହିଲା, ଆରେ ଆଜି ମହାଶିବରାତ୍ରି, ତୁ ସତ କଥା କହିଦେ। ସେ ଲୋକଟି ଲାଜେଇ କହିଲା ସାରେ ଆମେ ହେଉଛୁ ଗରିବ ଲୋକ। ସତକଥା ହେଲା ଆଉ ଜଣେ ମଧ୍ୟ ମୋତେ ଚାରି ହଜାର ଟଙ୍କା ଦେଇଥିଲା। ହେଲେ ଆମେ ତାକୁ ଭୋଟ ଦେଇ ନ ଥିଲୁ।

ଏତିକି କହି ସେ ମୋ ପାଖକୁ ଆସିଲା। ଆଉ ଧିର ସ୍ବରରେ କହିଲା, ସାରେ ମୁଁ ଯେଉଁ ଲୋକକୁ ଭୋଟ ଦେଇ ନ ଥିଲି, ସେହି ଲୋକଟି ଜିତିଗଲା। ସେ ମୋତେ ପଇସା ମାଗୁନି। ଏ ଲୋକଟିକୁ ମୁଁ ଭୋଟ ଦେଇଥିଲି, ହେଲେ ସେ ହାରିଗଲା। ସେଥିପାଇଁ ମୋତେ ସେ ପଇସା ମାଗୁଛି। ଆଉ ପଇସା ଦେବାର ନାହିଁ। ସେ କଣ କରୁଛି କରୁ।

ହଠାତ ମନେ ପଡିଲା ମୋ ସ୍ତ୍ରୀ ମନ୍ଦିର ବେଢାରେ ମୋତେ ଅପେକ୍ଷା କରିଥିବ। ଦୀପ ନେଇ ଗଲେ ମନ୍ଦିର ଭିତରକୁ ଯିବୁ। ଦୋକାନୀଠାରୁ ଫୁଲ ଆଉ ଦୀପ ନେଇ ମୁଁ ତରତର ହୋଇ ମନ୍ଦିର ଭିତରକୁ ଚାଲିଗଲି।

ପଞ୍ଚାୟତ ନିର୍ବାଚନ ଭୋଟର
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

March 28, 2026

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026
Latest News

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତିକର ଖବର: ଜାମନଗରରେ ପହଞ୍ଚିଲା ଏଲପିଜି ଟ୍ୟାଙ୍କର

March 28, 2026

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.