Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତ୍ୟେକ ଥର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମସ୍ୟା ହୋଇ ଠିଆ ହୁଅନ୍ତି ପ୍ୟାଟ୍ କମିନ୍ସ, ଏହା ହେଉଛି ରେକର୍ଡ
ଆଜିର ଖବର

ପ୍ରତ୍ୟେକ ଥର ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମସ୍ୟା ହୋଇ ଠିଆ ହୁଅନ୍ତି ପ୍ୟାଟ୍ କମିନ୍ସ, ଏହା ହେଉଛି ରେକର୍ଡ

April 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଅଷ୍ଟ୍ରେଲୀୟ ଖେଳାଳି ପ୍ୟାଟ୍ କମିନ୍ସ ଆଇପିଏଲ୍-୨୦୨୨ ର ପ୍ରଥମ ମ୍ୟାଚ୍ ରେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ କମିନ୍ସ ୧୫ ଟି ବଲରେ ୫୬ ରନର ଚମତ୍କାର ଇନିଂସ ଖେଳିଛନ୍ତି। ସେ ୧୪ ଟି ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ଦ୍ଵାରା ସେ ଆଇପିଏଲରେ ଦ୍ରୁତତମ ପଚାଶ କରିଥିବା କେ.ଏଲ୍ ରାହୁଲଙ୍କ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। କମିନ୍ସଙ୍କ ଏହି ଇନିଂସ ଯୋଗୁଁ କେକେଆର ୧୬ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

ଉଲ୍ଲେଖଥାଉ କି, ପ୍ୟାଟ୍ କମିନ୍ସ କେବଳ ଗତକାଲିର ମ୍ୟାଚରେ ମୁମ୍ବାଇ ଉପରେ ବର୍ଷା କରିନାହାଁନ୍ତି, ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ସେ ଦୁଇଟି ମ୍ୟାଚରେ ମୁମ୍ବାଇ ପାଇଁ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଛନ୍ତି। ମୁମ୍ବାଇ ବିପକ୍ଷ ଏହି ଦୁଇଟି ମ୍ୟାଚରେ ପ୍ୟାଟ୍ କମିନ୍ସ ସମାନ ଭାବେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଆଇପିଏଲ୍ ୨୦୨୦ର ୩୨ ତମ ମ୍ୟାଚ୍ ରେ ପ୍ୟାଟ୍ କମିନ୍ସ ମୁମ୍ବାଇ ବିପକ୍ଷରେ ୩୬ ଟି ବଲରେ ୫୩ ରନ୍ ସଂଗ୍ରହ କରିଥିଲେ। କମିନ୍ସଙ୍କ ଏହି ଇନିଂସ ଯେତେବେଳେ କେକେଆର ଦଳ ୧୧ ଓଭରରେ ମାତ୍ର ୬୧ ରନ୍ ରେ ୫ ୱିକେଟ୍ ହରାଇଥିଲା। କମିନ୍ସଙ୍କ ଇନିଂସ ଯୋଗୁଁ କେକେଆରକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥିଲା (୧୪୮)। ଏହାପୂର୍ବରୁ, ଅନ୍ୟ ଏକ ମ୍ୟାଚରେ ସେ ମୁମ୍ବାଇ ବିପକ୍ଷରେ ମାତ୍ର ୧୨ ଟି ବଲରେ ୩୩ ରନର ଏକ ଇନିଂସ ଖେଳିଛନ୍ତି।

ଗତକାଲି ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ କେକେଆର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କେକେଆରର ବୋଲରମାନେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ମୁମ୍ବାଇର ବ୍ୟାଟ୍ସମ୍ୟାନମାନଙ୍କୁ ବାନ୍ଧି ରଖିଥିଲେ ଏବଂ ୧୧ ଓଭରରେ ମୁମ୍ବାଇର ଦଳ ମାତ୍ର ୫୫ ରନ୍ ସ୍କୋର କରିପାରିଥିଲା। ଏହି ସମୟରେ ମୁମ୍ବାଇର ୩ ୱିକେଟ୍ ମଧ୍ୟ ଖସି ଯାଇଥିଲା। ଏଠାରୁ ସୁର୍ଯ୍ୟକୁମାର ଯାଦବ (୫୨), ତିଲକ ବର୍ମା (୩୮) ଏବଂ ପୋଲାର୍ଡ (୨୨)ଙ୍କ ବଳରେ ମୁମ୍ବାଇକୁ ଏକ ସମ୍ମାନଜନକ ସ୍କୋର (୧୬୧)ମିଳିଥିଲା। ଏହାର ଜବାବରେ କେକେଆର୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା କିନ୍ତୁ ଭେଙ୍କଟେଶ ଆୟର୍ (୫୧) ଏବଂ ପ୍ୟାଟ୍ କମିନ୍ସ (୫୬) ଙ୍କ ଇନିଂସ ଯୋଗୁଁ ୧୬ ଓଭରରେ ଦଳକୁ ବିଜୟ ଦେଇଥିଲା।

ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ୍ ୨୦୨୨ ପ୍ୟାଟ୍ କମିନ୍ସ ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026

ଦ୍ୱିତୀୟ ଦିନ ସକାଳ ୧୦ଟା ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’: ଅତିକ୍ରମ କଲା ୧୫୦ କୋଟି

March 20, 2026
Latest News

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026

ଦ୍ୱିତୀୟ ଦିନ ସକାଳ ୧୦ଟା ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’: ଅତିକ୍ରମ କଲା ୧୫୦ କୋଟି

March 20, 2026

ଏବେ ଇଣ୍ଟରନେଟ୍ ବନ୍ଦ କରିବ ଇରାନ?: ବିପଦରେ ଭାରତ ସମେତ ଏହି ଦେଶଗୁଡ଼ିକର ନେଟୱାର୍କ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.