Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଅନ୍ତର୍ଭୁକ୍ତ ହେବେ ନର୍ସ
ଆଜିର ଖବର

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ଅନ୍ତର୍ଭୁକ୍ତ ହେବେ ନର୍ସ

April 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ନର୍ସମାନଙ୍କର ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକରଣ ଆରମ୍ଭ କରିଛି। ପୂର୍ବରୁ ପାରମ୍ପରିକ ଚିକିତ୍ସା ପଦ୍ଧତି ସମେତ ସମସ୍ତ ପଦ୍ଧତିରେ ଡାକ୍ତରମାନଙ୍କର ବୃତ୍ତିଗତ ସ୍ୱାସ୍ଥ୍ୟ ମଡ୍ୟୁଲ ପଞ୍ଜୀକରଣ ହୋଇସାରିଛି। ବର୍ତ୍ତମାନ ସମଗ୍ର ଦେଶରେ ନର୍ସମାନଙ୍କୁ ଏହି ମଡ୍ୟୁଲରେ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ପଦ୍ଧତିର ଚିକିତ୍ସା ବୃତ୍ତିରେ ନିୟୋଜିତ ନର୍ସମାନେ ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାରେ ଏଣିକି ଅନ୍ତର୍ଭୁକ୍ତ ହୋଇପାରିବେ। ଏହି ପଞ୍ଜୀକରଣ ସହିତ ସମ୍ପୃକ୍ତ କାଉନସିଲ ମାନେ ଆବେଦନଗୁଡିକର ଯାଞ୍ଚ କରିବେ। ଆହୁରି ମଧ୍ୟ ପାରା ମେଡିକାଲ, ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟସେବା ବୃତ୍ତିରେ ଥିବା ଆଶା, ସ୍ୱାସ୍ଥ୍ୟସେବାରେ ସହାୟତା କରୁଥିବା କର୍ମଚାରୀମାନଙ୍କର ମଧ୍ୟ ପଞ୍ଜୀକରଣ ହେବ।

ପାରମ୍ପରିକ ଏବଂ ଆଧୁନିକ ଚିକିତ୍ସା ପ୍ରଣାଳୀରେ ସମ୍ପୃକ୍ତ ଥିବା ସମସ୍ତ ବୃତ୍ତିଗତ ବ୍ୟକ୍ତିମାନଙ୍କର ବିସ୍ତୃତ ସୂଚନା, ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାରେ ଅନ୍ତର୍ଭୁକ୍ତ କରାଯାଇଥାଏ। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର  ମୂଳ ଭିତ୍ତିଭୂମି ହେଉଛି ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକା। ଏହା ମାଧ୍ୟମରେ ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭିତରେ ରୋଗୀ ସହ ସ୍ୱାସ୍ଥ୍ୟକର୍ମୀ କିମ୍ବା ସ୍ୱାସ୍ଥକର୍ମୀଙ୍କ ସହ ରୋଗୀ ସମ୍ପର୍କ ସ୍ଥାପନ କରିପାରିବେ। ଏହି ବ୍ୟବସ୍ଥାରେ ସବୁଠାରୁ ବଡ ଲାଭ ହେଲା- ନିର୍ଭର ଯୋଗ୍ୟ ପରିଚୟ ସହିତ ଅନ୍‌ଲାଇନ ବ୍ୟବସ୍ଥାରେ ଟେଲି ମେଡିସିନ୍ ଭଳି ଡିଜିଟାଲ ସ୍ୱାସ୍ଥ୍ୟ ସେବା ରୋଗୀ ପାଇପାରିବେ।

ସ୍ୱାସ୍ଥ୍ୟ ସେବା ଯୋଗାଇ ଥିବା ବୃତ୍ତିଗତ ସେବା ପ୍ରଦାନକାରୀ ବୃତ୍ତିଗତ ସ୍ୱାସ୍ଥ୍ୟ ପଞ୍ଜିକାର ଏକ ଅଙ୍ଗ ହୋଇପାରିବେ । ଏଥିପାଇଁ ଆଧାର ନମ୍ବର କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ବ୍ୟବହାର କରି ୱେବସାଇଟ୍ ((https:// hpr.abdm.gov.in)) ରେ ପଞ୍ଜୀକରଣ କରିପାରିବେ।

ଦେଶର ବିଭିନ୍ନ୍ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ, ଘରୋଇ କ୍ଷେତ୍ର, ସମାଜସେବୀ ଅନୁଷ୍ଠାନ ଆଦି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନରେ ସହଯୋଗୀ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ହେଉଛି ସର୍ବୋଚ୍ଚ ନୟନ୍ତ୍ରକ ସଂସ୍ଥା। ଡିଜିଟାଲ ବ୍ୟବସ୍ଥା  ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ଶୂନ୍ୟସ୍ଥାନ କିମ୍ବା ଦୂରତାକୁ ହଟାଇ ଏହା ସମସ୍ତ ଆବଶ୍ୟକତାର ସଂଯୋଗକାରୀ ଭୂମିକା ନେଉଛି। ସ୍ୱାସ୍ଥ୍ୟସେବା ସମ୍ପର୍କୀତ ସମସ୍ତଙ୍କର ବ୍ୟକ୍ତିଗତ ସୂଚନାକୁ ଗୋପନ ରଖିବା, ନିରାପତ୍ତା ଯୋଗାଇବା, ଉଚ୍ଚମାନର ସେବା ଯୋଗାଇବା, ତଥ୍ୟ, ସୂଚନା ଆଦି ଜଣାଇବା, ଭିତ୍ତିଭୂମି ସେବା ଯୋଗାଇବା ଭଳି ବିଭିନ୍ନ ପ୍ରକାରର ସେବା କ୍ଷେତ୍ରରେ ଅନଲାଇନ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଆୟୁଷ୍କାନ ଭାରତ ଡିଜିଟାଲ ମିଶନ ଉଦ୍ୟମ କରୁଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ମଧ୍ୟ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି କଲ୍ୟାଣକାରୀ ଯୋଜନାଗୁଡିକୁ ଦେଶରେ କାର୍ଯ୍ୟକାରୀ କରୁଛି।

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ନର୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026

ଟ୍ରେନ ଟିକେଟର ଦାମ ବଢ଼ିବ କି? UPIରେ ₹୨,୦୦୦ରୁ ଅଧିକ ପେମେଣ୍ଟ ନେଇ ବଡ଼ ଅପଡେଟ୍

September 16, 2026

ପାରିବାରିକ ଗଣ୍ଡଗୋଳରୁ ବୋମାମାଡ଼: ଭାଇର ବୋମାରେ ଭାଇ ମୃତ, ଜଣେ ଗୁରୁତର

September 16, 2026
Latest News

ଘୋଡ଼ାହାଡ଼ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

September 16, 2026

ଭାରତ ସହିତ ବାଣିଜ୍ୟ ଚୁକ୍ତିକୁ ମଞ୍ଜୁରୀ ଦେଲା ନ୍ୟୁଜିଲ୍ୟାଣ୍ଡ: ୯୫% ରପ୍ତାନି ଉପରେ ଉଚ୍ଛେଦ ହେବ ଶୁଳ୍କ!

September 16, 2026

UPI ଶୁଳ୍କ ଲାଗୁ କରିବାର ନିଷ୍ପତ୍ତି ଉପରେ କ୍ଷୁବ୍ଧ ମନ୍ତ୍ରୀ ସଞ୍ଜୟ ନିଷାଦ: ନିଜ ସରକାରଙ୍କୁ କଲେ ପ୍ରଶ୍ନ

September 16, 2026

୨୦୨୭ ନିର୍ବାଚନ ପୂର୍ବରୁ କଂଗ୍ରେସର ମାରାଥନ୍ ପ୍ରସ୍ତୁତି, ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ

September 16, 2026

ଟ୍ରେନ ଟିକେଟର ଦାମ ବଢ଼ିବ କି? UPIରେ ₹୨,୦୦୦ରୁ ଅଧିକ ପେମେଣ୍ଟ ନେଇ ବଡ଼ ଅପଡେଟ୍

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.