Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ
ଆଞ୍ଚଳିକ

ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ

May 5, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପଂଚାୟତ ସମିତିର ପ୍ରଥମ ବୈଠକ ବ୍ଲକ୍ ଅଧ୍ୟକ୍ଷା ସ୍ୱରୂପାରାଣୀ ସାହୁଙ୍କ ସଭାପତିତ୍ୱରେ ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନାକଟିଦେଉଳ ବିଡିଓ ନିବେକାନନ୍ଦ ସାହୁ, ଅତିରିକ୍ତ ତହସିଲ୍‌ଦାର୍, ଜିଲ୍ଲା ପରିଷଦ ଜୋନ୍ ୨ ର ପ୍ରିୟମ୍ବଦା ସାହୁ, ସାଂସଦ ପତିନିଧି ପ୍ରମୋଦ ସାହୁ, ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବ୍ଲକ୍ ଉପାଧ୍ୟକ୍ଷ ଜିତେନ୍ଦ୍ର କୁମାର ପ୍ରଧାନ ତଥା ୧୪ ଟି ପଂଚାୟତର ସମିତି ସଭ୍ୟସଭ୍ୟା ଉପସ୍ଥିତ ଥିବା ବେଳେ ବ୍ଲକ୍ ର ବହୁ ପଦାଧିକାରୀ ଯୋଗ ଦେଇଥିଲେ।

ବିଧାୟକ ପ୍ରତିନିଧି ନିଳାମ୍ବର ସାହୁ ବିନା ପଂଚାୟତ ପ୍ରତିନିଧି ଓ ବିନା ରିଜୋଲସେନ୍ ରେ କୈାଣସି କାମର ଫାଇଲ୍ ନ ଖୋଲିବା ପାଇଁ ସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସଦ ପ୍ରତିନିଧି ପ୍ରମୋଦ ସାହୁ ବ୍ଲକ୍ ସମ୍ମୁଖ ଭାଗରେ ଥିବା ସରକାରୀ ଜାଗାକୁ ଚିହ୍ନଟ କରିବାକୁ ଅତିରିକ୍ତ ତହସିଲ୍‌ଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବ୍ଲକର ୧୪ ଟି ପଂଚାୟତରେ ପିଇବା ପାଣି ସମସ୍ୟା ଉପରେ ଆଲୋଚନା କରିବା ସହ ନାକଟିଦେଉଳ ଡାକ୍ତରଖାନକୁ ଆସିଥିବା ଘର ତିଆରିପାଇଁ ୪୦ ଡିସିମିଲ୍ ସ୍ଥାନ ଚିହ୍ନଟ କରିବାକୁ ଡାକ୍ତର ଅମୂଲ୍ୟ ରତ୍ନ ମହନ୍ତ ଅଧ୍ୟକ୍ଷାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ବୈଠକରେ ଆର୍ .ଡି, ପିଡବ୍ଲୁଡି, ବନବିଭାଗ, ଇଲେକ୍ଟ୍ରିବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ନବନିର୍ବାଚିତ ପ୍ରତିନିଧିମାନଙ୍କର ଏହା ପ୍ରଥମ ବୈଠକ ହୋଇଥିବାରୁ ମନରେ ଉତ୍ସାହ ମଧ୍ୟ ଭରି ରହିଥିଲା। ସମିତି ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ସମସ୍ୟା ସଂପର୍କରେ ସଭାରେ ଉପସ୍ଥାପନ କରିଥିଲେ।

ନାକଟିଦେଉଳ ପଂଚାୟତ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ବିରିରେ ରହିଛି ଅନେକ ଉପକାରିତା: ମାଗଣା ସ୍ଵାସ୍ଥ୍ୟ ଶିବିରରେ ବର୍ଣ୍ଣନା କଲେ ଡାକ୍ତର

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

IPL ପାଇଁ ୧୫ଟି ସହରରେ ହେବ ଫ୍ୟାନ୍ ପାର୍କ: ଜାଣନ୍ତୁ ଓଡିଶାରେ କେବେ ଓ କେଉଁଠି?

March 23, 2026

ଭାରତ ପାଇଁ ବଡ଼ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀ ପାର କଲେ ଦୁଇଟି LPG ଟ୍ୟାଙ୍କର୍ 

March 23, 2026

ଜୀ-ସାର୍ଥକର ବଡ଼ ଉପହାର: “ଦେଖନ୍ତୁ ଲଗାତାର ଜିତନ୍ତୁ କାର”

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.