Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚିଲିକାର ବିଭିନ୍ନ ବରଫ କଳ ଉପରେ ଚଢ଼ାଉ
ଆଜିର ଖବର

ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚିଲିକାର ବିଭିନ୍ନ ବରଫ କଳ ଉପରେ ଚଢ଼ାଉ

May 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ବର୍ତ୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ବଜାରରେ ଥଣ୍ଡା ମୃଦୁ ପାନୀୟ ଜଳର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବରଫ କଳ ଗୁଡିକରେ ସ୍ୱଚ୍ଛତା ଅବଲମ୍ବନ ହେଉନଥିବା ଏବଂ ଅପମିଶ୍ରଣ ହେଉଥୁବାର ଅଭିଯୋଗ ହେବା ପରେ ଆଜି ମଧ୍ୟାହ୍ନରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଡେଜିଗନେଟେଡ୍ ଅଧିକାରୀ ସତ୍ୟଜିତ୍ ପଟେଲ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଓ ବାଲୁଗାଁ ଅଞ୍ଚଳର ବିଭିନ୍ନ ବରଫ କଳରେ ଚଢ଼ାଉ କରିଥିଲେ।

ନାଚୁଣୀର ଗୋଟାଏ ଏବଂ ବାଲୁଗାଁର ଚାରି ଗୋଟି ବରଫ କଳରେ ଚଢ଼ାଉ କରାଯାଇଥିଲା। ତେବେ ସମସ୍ତ ବରଫ ଗୁଡ଼ିକ ବିଭିନ୍ନ ବ୍ୟବସାୟ ଉପଯୋଗୀ ହୋଇଥିବା ବେଳେ ଏହା ଘରୋଇ ବ୍ୟବହାର ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଜଣାପଡିଛି।

ତତସହିତ ଶ୍ରୀ ପଟେଲ ସମସ୍ତ ବରଫ କଳର ପାରିପାର୍ଶ୍ଵିକ ଅବସ୍ଥିତି, ପରିସରରେ ସ୍ଵଚ୍ଛତା ଆଦି ଯାଞ୍ଚ କରିବା ସହ ପାଣି ଏବଂ ବରଫର ମାନ ମଧ୍ୟ ଯାଞ୍ଚ କରିଥିଲେ।

ପରିଶେଷରେ ଶ୍ରୀ ପଟେଲ ବିଭିନ୍ନ ବରଫ କଳରୁ ବରଫ ଏବଂ ବରଫ ପାଇଁ ବ୍ୟବହାର ହେଉଥିବା ପାଣିର ଚାରି ଗୋଟି ନମୁନା ସଂଗ୍ରହ କରି ପରୀକ୍ଷା ଲାଗି ପଠାଇଥିବା ବେଳେ ସମସ୍ତ ବରଫ କଳ ମାଲିକମାନଙ୍କୁ କଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ସହ ଅପମିଶ୍ରିତ ବରଫ ବିକ୍ରି ନକରିବା ନେଇ ତାଗିଦ କରିଥିଲେ।

ଖାଦ୍ୟ ଓ ସୁରକ୍ଷା ବିଭାଗ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026

ମୌସୁମୀ ପୂର୍ବରୁ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲା ପୂର୍ବତଟ ରେଳପଥ

June 16, 2026
Latest News

ପିଲାଙ୍କ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ

June 17, 2026

ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ

June 16, 2026

ଜୁନ ୧୯ ରେ ପିଏମ-ଭିବିଆରୱାଇ ର ଦେଶବ୍ୟାପୀ ଶୁଭାରମ୍ଭ କାର୍ଯ୍ୟକ୍ରମ

June 16, 2026

ବିପର୍ଯ୍ୟୟ ପରିଚାଳନା: ଖୋର୍ଦ୍ଧା ଜିଲ୍ଲାର ୫୧ ଟି ବାତ୍ୟା ଆଶ୍ରୟସ୍ଥଳୀରେ ହେବ ମକ୍ ଡ୍ରିଲ

June 16, 2026

ମୌସୁମୀ ପୂର୍ବରୁ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କଲା ପୂର୍ବତଟ ରେଳପଥ

June 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.