Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିବା ଜାଣି ଯୁବକଙ୍କ ଆତ୍ମହତ୍ୟା
ଅପରାଧ

ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିବା ଜାଣି ଯୁବକଙ୍କ ଆତ୍ମହତ୍ୟା

May 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଭଗବାନଙ୍କୁ ସାକ୍ଷୀ ରଖି ବିବାହ ବନ୍ଦନରେ ବାନ୍ଧି ହୋଇଥାନ୍ତି ପୁଅ ଆଉ ଝିଅ। ନୂତନ ସଂସାର ଗଢିବା ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହି ବନ୍ଧନ ଯୁଗ ଯୁଗର। ହେଲେ ବିବାହ ପୂର୍ବରୁ ଝିଅଟି ଗର୍ଭବତୀ ହେବା ଏବଂ ପରେ ବିବାହ ବନ୍ଧନରେ ବାନ୍ଧିହେବା , ତିନି ଦିନ ପରେ ସ୍ୱାମୀ ଏ ସଂପର୍କରେ ଜାଣି ପାରିବା ପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବା ଭଳି ଘଟଣା ଘଟିଛି ରେଢାଖୋଲ ଥାନା ଅଂଚଳରେ। ମାନସିକ ଭାରସାମ୍ୟ ହରାଇ ଶେଷରେ ନବବିବାହିତ ପୂରୁଷ ବିବାହିତା ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିବା ଭଳି ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ରେଢାଖୋଲ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କୁକୁଡାବାହାଳି ଗ୍ରାମର ମୋହନ ଦେହୁରୀ (୨୪)ଗତ ଜାନୁଆରୀ ମାସ ୨୫ ତାରିଖରେ ଚାରମାଳ ଥାନା ଡଙ୍ଗାପଥର ଗ୍ରାମରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କିଛି ଦିନ ପରେ ନବବଧୂ ୩/୪ ମାସର ଗର୍ଭବତୀ ଥିବା ପିଲାଘର ଜାଣି ପାରି ଝିଅର ବାପଘରକୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ଗାଁରେ ଏ ନେଇ ଏକ ସଭା ମଧ୍ୟ ବସିଥିଲା। ସଭାରେ ଗ୍ରାମବାସୀ ଡାକ୍ତଖାନାରେ ଝିଅକୁ ପରୀକ୍ଷା କରିବା ପାଇଁ କହିଥିଲେ। ସେଇ ଅନୁଯାୟୀ ଝିଅକୁ ରେଢାଖୋଲ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ୍ କରିବାରୁ ନବବଧୂଟି ଗର୍ଭବତୀ ଥିବାର ଡାକ୍ତର ପ୍ରକାଶ କରିଥିଲେ। ଶେଷରେ ଝିଅଟି ଶାଶୂ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିନ ଥିଲା। ମୋହନ ଶେଷରେ ଝିଅକୁ ବାପ ଘରେ ଛାଡି ପଳାଇ ଆସିଥିଲା। ଝିଅଟି ବାପ ଘରେ ରହିବା ସମୟରେ ବାପ ଘର ଅତି ଚତୂରତାର ସହ ଝିଅଟିର ଗର୍ଭପାତ କରିବାରେ ସକ୍ଷମ ହୋଇଥିଲେ।

ଏ ସଂପର୍କରେ ମୋହନ ଦେହୁରୀ କିଛି ବି ଜାଣି ପାରି ନ ଥିଲେ। ତଥାପି ପତ୍ନୀକୁ ନିଜ ଘରକୁ ଆଣିବାକୁ ଶ୍ୱଶୁର ଘର ମୋହନ ଯାଇଥିଲେ। ହେଲେ ସ୍ତ୍ରୀ ଓ ଶାଶୂ ତାଙ୍କୁ ଗାଳିଗୁଲଜ କରିଥିବା ମୋହନର ମା ରେଢାଖୋଲ ଥାନାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି। ସ୍ତ୍ରୀ ଏବଂ ଶାଶୂଙ୍କର ଗଞଣା ତଥା ସାହି ପଡିଶାରେ ଏ ସଂପର୍କରେ ନାନା ଟାହି ଟାପରା ଶୁଣି ଶୁଣି ମୋହନ ମାନସିକ ଅବସାଦ ମଧ୍ୟରେ ରହୁଥିଲେ। କୁଆଡେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ମୋହନ ର ମାଆ ପ୍ରକାଶ କରିଛନ୍ତି।

ଗତକାଲି ସେ ପୂର୍ବାହ୍ନ ୧୧ ଟା ଭିତରେ ଘରେ କେହି ନଥିବାର ସୁଯୋଗ ପାଇ ନିଜ ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିଥିବାର ଅନୁମାନ କରାଯାଉଛି। ମୋହନର ସ୍ତ୍ରୀ ଓ ଶାଶୂ ଏଥିପାଇଁ ଦାୟୀ ବୋଲି ମୋହନ ର ମାଆ ଅଭୀଯୋଗ କରିବା ସହ ସେମାନଙ୍କୁ ଗିରଫ ନ କରିବା ଯାଏଁ ଶବକୁ ଛାଡିବୁ ନାହିଁ ବୋଲି ଗ୍ରାମବାସୀ ଅଡି ବସିଥିଲେ। ପୋଲିସ୍ ବହୁତ ବୁଝାସୁଝା ପରେ ସଂଧ୍ୟାରେ ଶବକୁ ଛାଡିଥିଲେ ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଗର୍ଭବତୀ ମାନସିକ ଭାରସାମ୍ୟ ଯୁବକଙ୍କ ଆତ୍ମହତ୍ୟା ରେଢାଖୋଲ ପୋଲିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026
Latest News

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.