Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗର୍ଭବତୀମାନଙ୍କ ସଚେତନତା ପାଇଁ ଓଆସିସ୍ ଫର୍ଟିଲିଟି ପକ୍ଷରୁ ଆୟୋଜିତ ହେଲା ସମୁହ ବେବି ସାୱର

ଭୁବନେଶ୍ୱର: ବିବାହର ଏକ ବର୍ଷ ପରେ ମଧ୍ୟ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ନିଃସନ୍ତାନର ଲକ୍ଷଣ ହୋଇପାରେ। ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଛନ୍ତି। ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ, ମେଦବହୁଳତା, ହରମୋନ୍ ସମସ୍ୟା, ଦମ୍ପତ୍ତିଙ୍କ ଦ୍ୱାରା ବିଳମ୍ବ, ଧୂମ୍ରପାନ, ଅତ୍ୟଧିକ ମଦ୍ୟପାନ ଏବଂ ପରିବେଶର ପ୍ରଭାବ ଭାରତରେ ସନ୍ତାନହୀନତା ବୃଦ୍ଧିର ମୁଖ୍ୟ କାରଣ ପାଲଟିଛି।

ସନ୍ତାନହୀନତା ସମ୍ପର୍କରେ ସାମାଜିକ ମାନସିକତାରେ ଏପର୍ଯ୍ୟନ୍ତ ଅଧିକ ପରିବର୍ତ୍ତନ ଆସିନାହିଁ, ଯାହା ଦମ୍ପତ୍ତିଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଜନନ ଚିକିତ୍ସା ଆପଣାଇବାକୁ ବାରଣ କରିଥାଏ। ଏବେ ସମୟ ଆସିଛି, ପ୍ରତିବନ୍ଧକର ଶୃଙ୍ଖଳକୁ ଛିଡାଇ ଉନ୍ନତ ପ୍ରଜନନ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ସନ୍ତାନହୀନତା ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ।

ଭାରତର ଅନ୍ୟତମ ବିଶ୍ୱସନୀୟ ଫର୍ଟିଲିଟି ସେଣ୍ଟର ଓଆସିସ୍ ଫର୍ଟିଲିଟି, ଭୁବନେଶ୍ୱର, ଆଇଭିଏଫ୍ ମାଧ୍ୟମରେ ଗର୍ଭବତୀ ହୋଇଥିବା ଦମ୍ପତ୍ତିଙ୍କୁୁ ଉତ୍ସାହିତ କରିବା ପାଇଁ ଏକ ସମୁହ ବେବି ସାୱର କାର୍ଯ୍ୟକ୍ରମ ଆୟୋଜନ କରିଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ଓଆସିସ୍ ଫର୍ଟିଲିଟି, ଭୁବନେଶ୍ୱରର କ୍ଲିନିକାଲ ମୁଖ୍ୟ ଓ ଫର୍ଟିଲିଟି ସ୍ପେଶାଲିଷ୍ଟ ଡ. ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ‘ମାତୃତ୍ୱ ଲାଭ କରିବାକୁ ଯାଉଥିବା ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଆମେ ଓଆସିସ୍ ଫର୍ଟିଲିଟିରେ ଦମ୍ପତ୍ତିମାନଙ୍କୁ ସେମାନଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଉନ୍ନତ ପ୍ରଜନନ ଚିକିତ୍ସା ପ୍ରଦାନ କରୁଛୁ।

ବୟସ ସହିତ ପ୍ରଜନନ କ୍ଷମତା ଧିରେ ଧିରେ ହ୍ରାସ ପାଇଥାଏ। ତେଣୁ ବିଳମ୍ବ ନ କରି ପ୍ରଜନନ ସହାୟତା ପାଇଁ ସଠିକ ସମୟରେ ଜଣେ ଫର୍ଟିଲିଟି ସ୍ପେଶାଲିଷ୍ଟଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦମ୍ପତ୍ତିମାନଙ୍କ ବୟସ, ପୂର୍ବ ଚିକିତ୍ସା ଏବଂ ଜୀବନଶୈଳୀ ଇତ୍ୟାଦିକୁ ଆଧାର କରି ଆମେ ସେମାନଙ୍କୁ ବ୍ୟକ୍ତିଗତ ପ୍ରଜନନ ଚିକିତ୍ସା ପ୍ରଦାନ କରିଥାଉ, ଯାହା ସଫଳତା ହାରକୁ ବଢାଇବାରେ ସହାୟକ ହୋଇଥାଏ।

ଆଣ୍ଡ୍ରୋଲାଇଫ୍ ହେଉଛି ଆମର ସ୍ୱତନ୍ତ୍ର ପୁରୁଷ ପ୍ରଜନନ କ୍ଲିନିକ୍‌, ଯାହା ମାଧ୍ୟମରେ ଆମେ ମାଇକ୍ରୋ ଟେସ୍ ପରି ଉନ୍ନତ ଶୁକ୍ରାଣୁ ପୁନରୁଦ୍ଧାର କୌଶଳ ବ୍ୟବହାର କରି କମ୍ ଶୁକ୍ରାଣୁ ଥିବା ପୁରୁଷମାନଙ୍କୁ ମଧ୍ୟ ପିତୃତ୍ୱ ହାସଲ କରିବାରେ ସକ୍ଷମ କରିଥାଉ। ଏପରିକି କ୍ୟାନ୍ସର ରୋଗୀମାନେ ମଧ୍ୟ ପ୍ରଜନନ ସଂରକ୍ଷଣ କରି ଉନ୍ନତ କୌଶଳ ମାଧ୍ୟମରେ କ୍ୟାନ୍ସରର ଚିକିତ୍ସା ପୂର୍ବରୁ ନିଜର ପ୍ରଜନନ କ୍ଷମତାକୁ ସଂରକ୍ଷିତ ରଖି ପିତାମାତା ହେବାର ସୌଭାଗ୍ୟ ପାଇପାରିବେ।

ଗତ ଦେଢବର୍ଷ ମଧ୍ୟରେ ୨,୦୦୦ ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କର ଚିକିତ୍ସା କରାଯାଇପାରିଛି ଏବଂ ତାଙ୍କର ଏହି ସଫଳତା ହାର ୭୦ ପ୍ରତିଶତ ରହିଛି। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରୁ ମଧ୍ୟ ହିତାଧିକାରୀ ଏହି ଓଆସିସ୍ କେନ୍ଦ୍ରରେ ଚିକିତ୍ସିତ ହୋଇ ଏହାର ଲାଭ ପାଇପାରିଛନ୍ତି।

ଆଇଭିଏଫ୍ ଜରିଆରେ ପିତାମାତା ହେବାକୁ ଯାଉଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦମ୍ପତ୍ତିଙ୍କୁ ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବର୍ନ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମ୍ବର୍ନ୍ଧିତ ହୋଇଥିବା ଦମ୍ପତ୍ତିମାନେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ,ଏହି ଫର୍ଟିଲିଟୀ ସେଣ୍ଟର ସେମାନଙ୍କୁ ପିତୃତ୍ୱ ଓ ମାତୃତ୍ୱ ଲାଭ କରିବାର ସୌଭାଗ୍ୟ ଦେଇଛି।

Categories
ଆଜିର ଖବର ଜାତୀୟ ଖବର

ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ମହିଳା ହୋଇଥିବା ଏହି ପୁରୁଷ ଏବେ ଗର୍ଭବତୀ, ମାର୍ଚ୍ଚରେ ଜନ୍ମ କରିବେ ସନ୍ତାନ

ନୂଆଦିଲ୍ଲୀ: ମଣିଷମାନଙ୍କର ମଧ୍ୟ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ। ଏପରି ଏକ ମାମଲା କେରଳରୁ ଆସୁଛି, ଯେଉଁଠାରେ ଜଣେ ପୁରୁଷ ପ୍ରଥମେ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ମହିଳା ହୋଇଯା’ନ୍ତି। ଏହା ପରେ ସେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ମାର୍ଚ୍ଚ ମାସରେ ସେ ନିଜେ ସନ୍ତାନ ପ୍ରସବ କରିବେ। ଶିଶୁର ଜନ୍ମ ପରେ ସେ ତାଙ୍କୁ ସ୍ତନ୍ୟପାନ ବ୍ୟାଙ୍କ ମାଧ୍ୟମରେ କ୍ଷୀର ପିଆଇବାକୁ ଯୋଜନା କରୁଛନ୍ତି। ଏହି ଟ୍ରାନ୍ସଜେଣ୍ଡର ଦମ୍ପତି କେରଳର କୋଝିକୋଡ ନିବାସୀ।

ସହଦ ଏବଂ ଜିଆ ପାୱଲ କେରଳର କୋଝିକୋଡର ଏକ ଟ୍ରାନ୍ସଜେଣ୍ଡର ଦମ୍ପତି। ଏବଂ ବର୍ତ୍ତମାନ ସେମାନେ ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ। ମାର୍ଚ୍ଚରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ଆଶା କରୁଛନ୍ତି। ଜିଆ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି। ଭାରତରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ମଧ୍ୟରେ ଏହା ପ୍ରଥମ ମାମଲା ବୋଲି ଜଣାଯାଇଛି।

https://www.instagram.com/p/CoFoTzxvjWH/?utm_source=ig_embed&ig_rid=8cfe8303-2b0c-4cad-b31f-5e3c0bfb5ad0

କୋଝିକୋଡରେ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷୟତ୍ରୀ ଜିଆ କୁହନ୍ତି, “ଯେତେବେଳେ ଆମେ ତିନି ବର୍ଷ ପୂର୍ବେ ଏକାଠି ରହିବା ଆରମ୍ଭ କରିଥିଲୁ, ସେତେବେଳେ ଆମେ ଭାବୁଥିଲୁ ଆମ ଜୀବନ ଅନ୍ୟ ଟ୍ରାନ୍ସଜେଣ୍ଡରଙ୍କଠାରୁ ଭିନ୍ନ ହେବା ଉଚିତ୍। ଅଧିକାଂଶ ଦମ୍ପତି ସମାଜ ତଥା ସେମାନଙ୍କ ପରିବାର ଦ୍ୱାରା ବିଚ୍ଛିନ୍ନ ହୋଇଥାନ୍ତି। ଆମେ ଏକ ଶିଶୁ ଚାହୁଁଥିଲୁ ଯାହା ଦ୍ଵାରା ଆମ ପରେ ମଧ୍ୟ ଏହି ଦୁନିଆରେ ଜଣେ ବ୍ୟକ୍ତି ରହିବେ। ଜିଆ କହିଛନ୍ତି ଯେ, ବହୁ ଚିନ୍ତା ଏବଂ ବିଚାର ବିମର୍ଶ ପରେ ସେମାନେ ସନ୍ତାନ ପ୍ରାପ୍ତି ନିଷ୍ପତ୍ତିରେ ପହଞ୍ଚିଛନ୍ତି।

ସହଦ ୨୩ ଏବଂ ଜିଆ ୨୧ ବର୍ଷ ବୟସ୍କା ଟ୍ରାନ୍ସ ମହିଳା, ଗତ ତିନିବର୍ଷ ଧରି ଏକାଠି ରହୁଥିଲେ। ସେହି ଦିନଠାରୁ, ଉଭୟ ସେମାନଙ୍କର ପରିବର୍ତ୍ତନ ପ୍ରକ୍ରିୟାର ଏକ ଅଂଶ ଭାବରେ ହରମୋନ୍ ଥେରାପି କରିଥିଲେ। ଜିଆ କହିଛନ୍ତି ଯେ, ସହଦଙ୍କ ସ୍ତନକୁ ପରିବର୍ତ୍ତନ ପ୍ରକ୍ରିୟାର ଏକ ଅଂଶ ଭାବରେ ହଟାଇ ଦିଆଯାଇଛି ଏବଂ ଆସନ୍ତା ମାସରେ ଜନ୍ମ ହେବା ପରେ ସେ ପୁରୁଷ ହେବା ପାଇଁ ଯାତ୍ରା ଜାରି ରଖିବେ ବୋଲି କହିଛନ୍ତି। ଜିଆ କହିଛନ୍ତି ଯେ, “ଟ୍ରାନ୍ସ ପୁରୁଷ ଏବଂ ଟ୍ରାନ୍ସ ମହିଳା ହେବା ପାଇଁ ଆମର ଯାତ୍ରା ଜାରି ରହିବ। ମୁଁ ମୋର ହରମୋନ୍ ଚିକିତ୍ସା ଜାରି ରଖିଛି। ପ୍ରସବ କରିବାର ଛଅ ମାସ କିମ୍ବା ଏକ ବର୍ଷ ପରେ, ସହଦ ମଧ୍ୟ ଟ୍ରାନ୍ସ ମ୍ୟାନ୍ ହେବା ପାଇଁ ଚିକିତ୍ସା ଆରମ୍ଭ କରିବେ।

ଜିଆ କହିଛନ୍ତି ଯେ, ସେ କୋଝିକୋଡସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରଙ୍କ ସହାୟତା ପାଇଛନ୍ତି, ଯେଉଁଠାରେ ସହଦ ଆସନ୍ତା ମାସରେ ଶିଶୁଟିକୁ ପ୍ରସବ କରିବେ। ଜିଆ କହିଛନ୍ତି ଯେ, “ଯେହେତୁ ସହଦ ଉଭୟ ସ୍ତନକୁ ହଟାଇ ଦେଇଛନ୍ତି, ତେଣୁ ଆମେ ଶିଶୁକୁ ମେଡିକାଲ କଲେଜରେ ସ୍ତନ୍ୟପାନ ବ୍ୟାଙ୍କରୁ ଖାଇବାକୁ ଦେବୁ ବୋଲି ଆଶା କରୁଛୁ। ତିରୁବନନ୍ତପୁରମର ମୂଳ ନିବାସୀ ସହଦ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ସେ ଛୁଟିରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନିରାପଦ ମାତୃତ୍ୱ ପାଇଁ “ମା ଗୃହ”: ୯ ମାସ ମଧ୍ୟରେ ୬ ହଜାରରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ଙ୍କୁ ମିଳିଛି ସେବା

ସୁନ୍ଦରଗଡ଼: “ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା ଯାଇ ମୁଁ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛି। ପ୍ରସବ ପରେ ପୁଣି ୮ ଦିନ ଯାଏଁ ମୁଁ ମା’ ଗୃହରେ ମଧ୍ୟ ରହିଥିଲି। ଏହି ସମୟରେ ଛୁଆର କିପରି ଯତ୍ନ ସେବା ନିଆଯିବ ସେ ବିଷୟରେ ମତେ ଦିଦିମାନେ ବୁଝାଇ କହିଥିଲେ”, ନିଜର ଅନୁଭୂତି ବର୍ଣ୍ଣନା କରି କହନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍ ମହୁଲପଦା ଗାଁର ଜଣେ ମା’ ବାସନ୍ତୀ ଦେହୁରୀ।

“ଆମ ଘରଠୁ ଡାକ୍ତରଖାନା ଟିକେ ଦୂର। ତେଣୁ ମୋର ପ୍ରସବ କେମିତି ଭଲରେ ଭଲରେ ହେବ ସେଥିଲାଗି ମୁଁ ଚିନ୍ତାରେ ଥିଲି। ତେବେ ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ଖତକୁରବାହାଲସ୍ଥିତ ମା’ ଗୃହକୁ ଆସିବା ପରେ ମୋର ସବୁ ଚିନ୍ତା ଦୂର ହୋଇଗଲା”, କହନ୍ତି କୁତ୍ରା ବ୍ଲକ କାହୁପାଣି ଗାଁର ଜଣେ ଗର୍ଭବତୀ ମା’ ଅନିମା ଲାକ୍ରା।

ବାସନ୍ତୀ ଦେହୁରୀ ଓ ଅନିମା ଲାକ୍ରାଙ୍କ ଭଳି ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳର ମା’ ମାନେ ମା’ ଗୃହର ସେବା ପାଇ ସୁରକ୍ଷିତ ଭାବେ ପ୍ରସବ କରିପାରୁଛନ୍ତି। ଏହା ଫଳରେ ଗର୍ଭବତୀ, ପ୍ରସୂତି ମା’ ଏବଂ ନବଜାତ ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ନିର୍ଦ୍ଧାରିତ ସେବା ଯତ୍ନ ଓ ଚିକିତ୍ସା ସୁନିଶ୍ଚିତ କରିବା ସହ ଡାକ୍ତରଖାନାରେ ପ୍ରସବକୁ ପ୍ରୋତ୍ସାହିତ କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୨୦ଟି ମା’ ଗୃହ ମାଧ୍ୟମରେ ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର – ଏହି ୯ ମାସ ମଧ୍ୟରେ ୬ ହଜାର ୧୬୯ ଜଣ ମା’ ଙ୍କୁ ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ସେବା ଯୋଗାଇ ଦିଆଯାଇଛି। ସେଥିମଧ୍ୟରେ ୩ ହଜାର ୮୦୯ ଗର୍ଭବତୀ ମହିଳା ଏବଂ ୨ ହଜାର ୩୬୦ ଜଣ ପ୍ରସୂତି ମା’ ଅଛନ୍ତି।

ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଭାଗରେ କେତେକ ଭୌଗୋଳିକ ପ୍ରତିବନ୍ଧକ ରହିଛି। ବଣ ପାହାଡ଼ ଓ ନଦୀ ନାଳ ଘେରା ବିଭିନ୍ନ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା’ ମାନଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚାଇବା ଅନେକ ସମୟରେ ଏକ ଆହ୍ୱାନ ହୋଇଥାଏ। ତେବେ ଆଜି ଏହାର ଏକ ବଡ଼ ସମାଧାନ ହୋଇପାରିଛି ମା’ ଗୃହ।

ସାଧାରଣତଃ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ସରକାରୀ ଡାକ୍ତରଖାନାର ଆଖପାଖରେ ପ୍ରତିଷ୍ଠିତ ମା’ ଗୃହକୁ ଗର୍ଭବତୀ ମହିଳାମାନଙ୍କୁ ସମ୍ଭାବ୍ୟ ପ୍ରସବ ତାରିଖ ପୂର୍ବରୁ ଆଣି ରଖାଯାଇଥାଏ। ସେଠାରେ ହିତାଧିକାରୀମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯିବା ସହ ସେମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ। ପ୍ରସବ ସମୟ ଆସିଲେ ମା’ ଗୃହର କର୍ମୀମାନେ ଠିକଣା ସମୟରେ ଗର୍ଭବତୀ ମା’ ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ଦେଇଥାନ୍ତି।

“ଗାଁରେ କୌଣସି ମହିଳା ଗର୍ଭବତୀ ଥିବା ଖବର ପାଇବା ପରେ ଆମେ ତାଙ୍କ ଘରେ ପହଞ୍ଚୁଛୁ। ସଂପୃକ୍ତ ମହିଳା ଏବଂ ତାଙ୍କ ପରିବାର ଲୋକଙ୍କୁ ମା’ ଗୃହ ବିଷୟରେ କହୁଛୁ। ସେଠାରେ ଗର୍ଭବତୀ ମା’ ତଥା ପ୍ରସୂତି ମା’ ଓ ନବଜାତ ଶିଶୁର ସେବା ଯତ୍ନ ପାଇଁ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ବୁଝାଉଛୁ। ପ୍ରସବ ତାରିଖ ପୂର୍ବରୁ ଗର୍ଭବତୀ ମା’ ମାନଙ୍କୁ ଆମେ ନିଜେ ନେଇ ମା’ ଗୃହରେ ଛାଡୁଛୁ”, କହିଛନ୍ତି କୁତ୍ରା ବ୍ଲକ ବନ୍ଧବାହାଲ ଗାଁର ଜଣେ ଆଶା କର୍ମୀ ଅନିତା ଲାକ୍ରା।

ସେହିଭଳି ଖତକୁରବାହାଲ ମା’ ଗୃହରେ କାର୍ଯ୍ୟରତ ଏଏନଏମ ପଙ୍କଜିନୀ ମହାନ୍ତ କହନ୍ତି, “ମା’ ଗୃହକୁ ଆସୁଥିବା ପ୍ରତ୍ୟେକ ଗର୍ଭବତୀ ମହିଳାମାନଙ୍କର ସେବା ଯତ୍ନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଉଚ୍ଚତା, ଓଜନ, ରକ୍ତଚାପ ଏବଂ ସୁଗାର ସ୍ତର ଆଦି ନିୟମିତ ପରୀକ୍ଷା କରୁଛୁୟ ତା’ ସହିତ ପ୍ରସବ ପରେ ନବଜାତର ଯତ୍ନ, ଶିଶୁକୁ ସ୍ତନ୍ୟପାନ କରାଇବାର ଫାଇଦା ଏବଂ ବ୍ୟକ୍ତିଗତ ପରିଚ୍ଛନତା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏହି ରହଣି ସମୟରେ ମା’ ମାନଙ୍କୁ ସଚେତନ କରାଉଛୁ।”

୨୦୧୨ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ୪ଟି ମା’ ଗୃହ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ)ର ଆର୍ଥିକ ସହଯୋଗ ଫଳରେ ବିଭିନ୍ନ ନିର୍ଦ୍ଧାରିତ ଅଞ୍ଚଳରେ ମା’ ଗୃହ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ଜିଲ୍ଲାର ୧୨ଟି ବ୍ଲକରେ ମୋଟ ୨୦ଟି ମା’ ଗୃହ କାର୍ଯ୍ୟକ୍ଷମ ରହିଛି।

ପ୍ରତି ମା’ ଗୃହରେ ଗର୍ଭବତୀ ମହିଳାଙ୍କ ସହ ଆସୁଥିବା ଜଣେ ପରିବାର ସଦସ୍ୟଙ୍କ ପାଇଁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ସେହିପରି ମା’ ଗୃହ ମାଧ୍ୟମରେ ପ୍ରସବ ପୂର୍ବରୁ ୧୫ ଦିନ ଓ ପ୍ରସବ ପରେ ୭ ଦିନ ଏହିପରି ସର୍ବାଧିକ ୨୨ ଦିନ ଯାଏଁ ଗର୍ଭବତୀ ମହିଳାଙ୍କୁ ଦୈନିକ ୧୫୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଜିଲ୍ଲାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଯୋଡ଼ି ମା’ ଗୃହଗୁଡ଼ିକର ପରିଚାଳନା କରାଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁ ସୁରକ୍ଷା ପାଇଁ ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ସ୍ୱତନ୍ତ୍ର “ମାତୃଜ୍ୟୋତି” କାର୍ଯ୍ୟକ୍ରମ ଚାଲିଛି। ଏହା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମା’ଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ଥର ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷା ସେବା ଯୋଗାଇ ଦିଆଯାଉଛି। ବିଭିନ୍ନ ମା’ ଗୃହରେ ଆସି ରହୁଥିବା ଗର୍ଭବତୀ ମା’ ମାନଙ୍କୁ “ମାତୃଜ୍ୟୋତି” ଅଧୀନରେ ଏହି ସେବାରେ ସାମିଲ କରାଯାଉଛି।

ଗର୍ଭବତୀ ମହିଳାମାନଙ୍କୁ ସେମାନଙ୍କ ଘରୁ ନିକଟସ୍ଥ ମା’ଗୃହ ଏବଂ ମା’ଗୃହରୁ ଡାକ୍ତରଖାନା ଯିବା ଆସିବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଯେଉଁ ଅଞ୍ଚଳରେ ସାଧାରଣ ଆମ୍ବୁଲାନ୍ସ ପଶିବାରେ ଅସୁବିଧା ରହିଛି ସେଠାରେ ବାଇକ ଆମ୍ବୁଲାନ୍ସ “ସ୍ୱାସ୍ଥ୍ୟ ରକ୍ଷକ” ପହଞ୍ଚି ଗର୍ଭବତୀ ମା’ ମାନଙ୍କୁ ଆଣି ମା’ ଗୃହରେ ପହଞ୍ଚାଇ ଦେଉଛି। ଜିଲ୍ଲାର ପ୍ରମୁଖ ପାହାଡ଼ିଆ ଅଞ୍ଚଳ ରାଜଗାଙ୍ଗପୁର, ଗୁରୁଣ୍ଡିଆ ଓ କୋଇଡ଼ା ଭଳି ୩ଟି ବ୍ଲକରେ ଓମ୍ବାଡସି ପାଣ୍ଠି ସହଯୋଗରେ ଏହି ବାଇକ୍ ଆମ୍ବୁଲାନ୍ସ ସେବା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ବିପଦ ସମୟରେ ଗର୍ଭବତୀମାନେ ନିଅନ୍ତୁ ଯତ୍ନ?: ଏହି ଜିନିଷଗୁଡ଼ିକ ପ୍ରତି ରଖନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ପୁଣି ଥରେ, କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଆଜି ଦେଶରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଗର୍ଭବତୀ ଥିବା ଶିଶୁ ଏବଂ ମହିଳାମାନେ ଅଧିକ ବିପଦରେ ଥାଆନ୍ତି। ଏହା ସହିତ, ଗର୍ଭାବସ୍ଥାରେ କରୋନା ସଂକ୍ରମଣ କେବଳ ମା ପାଇଁ ନୁହେଁ, ଜନ୍ମିତ ଶିଶୁ ପାଇଁ ମଧ୍ୟ ବିପଦ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡିବ। ଆସନ୍ତୁ ଆପଣଙ୍କୁ ଏଠାରେ କିଛି ଟିପ୍ସ କହିବା, ଯାହାକୁ ଆପଣ ଗ୍ରହଣ କରି ଆପଣ କରୋନା ସଂକ୍ରମଣରୁ ଦୂରରେ ରହିପାରିବେ।

୧- ଭଲ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ଶୁଅନ୍ତୁ- ଗର୍ଭାବସ୍ଥାରେ ଭଲ ଖାଦ୍ୟ ଏବଂ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ବାହାରେ ଜଙ୍କ ଫୁଡ୍, ଅତ୍ୟଧିକ ତେଲ ମସାଲା, ତେଲିଆ ଖାଦ୍ୟ, ପ୍ୟାକେଜ୍ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ ନାହିଁ। ମନେରଖନ୍ତୁ ଯେ, ଏହି ସମୟ ମଧ୍ୟରେ ଆପଣଙ୍କୁ ମଧ୍ୟ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡିବ। ଏହା ଆପଣଙ୍କୁ ଏବଂ ଶିଶୁକୁ ପ୍ରଭାବିତ କରେ।

୨- ସକ୍ରିୟ ରୁହନ୍ତୁ ଏବଂ ଶ୍ୱାସକ୍ରିୟା ବ୍ୟାୟାମ କରନ୍ତୁ- କୋଭିଡ-୧୯ ର ବିପଦକୁ ଏଡାଇବା ପାଇଁ ଆପଣ ଘରେ ବ୍ୟାୟାମ କରିବା ଜରୁରୀ। ଆପଣ ଯୋଗ ଏବଂ ଧ୍ୟାନର ସାହାଯ୍ୟ ମଧ୍ୟ ନେଇପାରିବେ, ଏହା ଚାପ ଏବଂ ଚିନ୍ତା ମଧ୍ୟ ଦୂର କରିବ। ଘରେ ଶ୍ୱାସକ୍ରିୟା ବ୍ୟାୟାମ କରନ୍ତୁ, ନିଶ୍ୱାସ ପ୍ରଶ୍ୱାସ ଫୁସଫୁସର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।

୩- ଅସୁସ୍ଥ ଲୋକଙ୍କୁ ଘର ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ- ଅସୁସ୍ଥ ଲୋକଙ୍କୁ ଘରକୁ ଆସିବାକୁ ବାରଣ କରନ୍ତୁ। ତେଣୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ।

୪- ମାସ୍କ ପିନ୍ଧନ୍ତୁ ଏବଂ ଦୂରତା ରଖନ୍ତୁ- ସର୍ବଦା ମାସ୍କ ପିନ୍ଧନ୍ତୁ ଏବଂ ଲୋକଙ୍କଠାରୁ କିଛି ଦୂରରେ ରଖନ୍ତୁ। ବିଶେଷ କରି ଘରୁ ବାହାରକୁ ଯିବାବେଳେ ହାତ ଧୋଇବା କିମ୍ବା ଏହାକୁ ପରିଷ୍କାର ରଖନ୍ତୁ।

୫- ଡାକ୍ତରଙ୍କ ସହିତ ଅନଲାଇନ୍ ସାକ୍ଷାତ- ଏଭଳି ପରିସ୍ଥିତିରେ ଆପଣ ବାରମ୍ବାର ଘରୁ ବାହାରକୁ ଯିବା ଅନୁଚିତ୍। ଅନ୍ଲାଇନରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିବା ଜାଣି ଯୁବକଙ୍କ ଆତ୍ମହତ୍ୟା

କନ୍ଦର୍ପ ବେହେରା
ରେଢାଖୋଲ: ଭଗବାନଙ୍କୁ ସାକ୍ଷୀ ରଖି ବିବାହ ବନ୍ଦନରେ ବାନ୍ଧି ହୋଇଥାନ୍ତି ପୁଅ ଆଉ ଝିଅ। ନୂତନ ସଂସାର ଗଢିବା ପାଇଁ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହି ବନ୍ଧନ ଯୁଗ ଯୁଗର। ହେଲେ ବିବାହ ପୂର୍ବରୁ ଝିଅଟି ଗର୍ଭବତୀ ହେବା ଏବଂ ପରେ ବିବାହ ବନ୍ଧନରେ ବାନ୍ଧିହେବା , ତିନି ଦିନ ପରେ ସ୍ୱାମୀ ଏ ସଂପର୍କରେ ଜାଣି ପାରିବା ପରେ ସ୍ତ୍ରୀଙ୍କୁ ବାପ ଘରକୁ ପଠାଇଦେବା ଭଳି ଘଟଣା ଘଟିଛି ରେଢାଖୋଲ ଥାନା ଅଂଚଳରେ। ମାନସିକ ଭାରସାମ୍ୟ ହରାଇ ଶେଷରେ ନବବିବାହିତ ପୂରୁଷ ବିବାହିତା ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିବା ଭଳି ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି। ରେଢାଖୋଲ ପୋଲିସ୍ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା କୁକୁଡାବାହାଳି ଗ୍ରାମର ମୋହନ ଦେହୁରୀ (୨୪)ଗତ ଜାନୁଆରୀ ମାସ ୨୫ ତାରିଖରେ ଚାରମାଳ ଥାନା ଡଙ୍ଗାପଥର ଗ୍ରାମରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ କିଛି ଦିନ ପରେ ନବବଧୂ ୩/୪ ମାସର ଗର୍ଭବତୀ ଥିବା ପିଲାଘର ଜାଣି ପାରି ଝିଅର ବାପଘରକୁ ଖବର ଦେଇଥିଲେ। ପରବର୍ତ୍ତୀ ସମୟରେ ଗାଁରେ ଏ ନେଇ ଏକ ସଭା ମଧ୍ୟ ବସିଥିଲା। ସଭାରେ ଗ୍ରାମବାସୀ ଡାକ୍ତଖାନାରେ ଝିଅକୁ ପରୀକ୍ଷା କରିବା ପାଇଁ କହିଥିଲେ। ସେଇ ଅନୁଯାୟୀ ଝିଅକୁ ରେଢାଖୋଲ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ୍ କରିବାରୁ ନବବଧୂଟି ଗର୍ଭବତୀ ଥିବାର ଡାକ୍ତର ପ୍ରକାଶ କରିଥିଲେ। ଶେଷରେ ଝିଅଟି ଶାଶୂ ଘରେ ରହିବାକୁ ଇଚ୍ଛା ପ୍ରକାଶ କରିନ ଥିଲା। ମୋହନ ଶେଷରେ ଝିଅକୁ ବାପ ଘରେ ଛାଡି ପଳାଇ ଆସିଥିଲା। ଝିଅଟି ବାପ ଘରେ ରହିବା ସମୟରେ ବାପ ଘର ଅତି ଚତୂରତାର ସହ ଝିଅଟିର ଗର୍ଭପାତ କରିବାରେ ସକ୍ଷମ ହୋଇଥିଲେ।

ଏ ସଂପର୍କରେ ମୋହନ ଦେହୁରୀ କିଛି ବି ଜାଣି ପାରି ନ ଥିଲେ। ତଥାପି ପତ୍ନୀକୁ ନିଜ ଘରକୁ ଆଣିବାକୁ ଶ୍ୱଶୁର ଘର ମୋହନ ଯାଇଥିଲେ। ହେଲେ ସ୍ତ୍ରୀ ଓ ଶାଶୂ ତାଙ୍କୁ ଗାଳିଗୁଲଜ କରିଥିବା ମୋହନର ମା ରେଢାଖୋଲ ଥାନାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି। ସ୍ତ୍ରୀ ଏବଂ ଶାଶୂଙ୍କର ଗଞଣା ତଥା ସାହି ପଡିଶାରେ ଏ ସଂପର୍କରେ ନାନା ଟାହି ଟାପରା ଶୁଣି ଶୁଣି ମୋହନ ମାନସିକ ଅବସାଦ ମଧ୍ୟରେ ରହୁଥିଲେ। କୁଆଡେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ ବୋଲି ମୋହନ ର ମାଆ ପ୍ରକାଶ କରିଛନ୍ତି।

ଗତକାଲି ସେ ପୂର୍ବାହ୍ନ ୧୧ ଟା ଭିତରେ ଘରେ କେହି ନଥିବାର ସୁଯୋଗ ପାଇ ନିଜ ସ୍ତ୍ରୀର ଶାଢୀରେ ଝୁଲି ଆତ୍ମ ହତ୍ୟା କରିଥିବାର ଅନୁମାନ କରାଯାଉଛି। ମୋହନର ସ୍ତ୍ରୀ ଓ ଶାଶୂ ଏଥିପାଇଁ ଦାୟୀ ବୋଲି ମୋହନ ର ମାଆ ଅଭୀଯୋଗ କରିବା ସହ ସେମାନଙ୍କୁ ଗିରଫ ନ କରିବା ଯାଏଁ ଶବକୁ ଛାଡିବୁ ନାହିଁ ବୋଲି ଗ୍ରାମବାସୀ ଅଡି ବସିଥିଲେ। ପୋଲିସ୍ ବହୁତ ବୁଝାସୁଝା ପରେ ସଂଧ୍ୟାରେ ଶବକୁ ଛାଡିଥିଲେ ବୋଲି ରେଢାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଓମିକ୍ରନ୍ ବିପଦ ସମୟରେ ଗର୍ଭବତୀମାନେ ନିଅନ୍ତୁ ଯତ୍ନ?: ଏହି ଜିନିଷଗୁଡ଼ିକ ପ୍ରତି ରଖନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ପୁଣି ଥରେ, କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏହି ସମୟରେ, କରୋନାର ଏକ ନୂତନ ଭାରିଆଣ୍ଟ ଓମିକ୍ରନ୍ ଆସିଛି, ଯାହା ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ। ଏଥିରେ ଗର୍ଭବତୀ ଥିବା ଶିଶୁ ଏବଂ ମହିଳାମାନେ ଅଧିକ ବିପଦରେ ଥାଆନ୍ତି। ଏହା ସହିତ, ଗର୍ଭାବସ୍ଥାରେ କରୋନା ସଂକ୍ରମଣ କେବଳ ମା ପାଇଁ ନୁହେଁ, ଜନ୍ମିତ ଶିଶୁ ପାଇଁ ମଧ୍ୟ ବିପଦ ହୋଇପାରେ। ଏପରି ପରିସ୍ଥିତିରେ ଆପଣଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡିବ। ଆସନ୍ତୁ ଆପଣଙ୍କୁ ଏଠାରେ କିଛି ଟିପ୍ସ କହିବା, ଯାହାକୁ ଆପଣ ଗ୍ରହଣ କରି ଆପଣ କରୋନା ସଂକ୍ରମଣରୁ ଦୂରରେ ରହିପାରିବେ।

୧- ଭଲ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ଶୁଅନ୍ତୁ- ଗର୍ଭାବସ୍ଥାରେ ଭଲ ଖାଦ୍ୟ ଏବଂ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ବାହାରେ ଜଙ୍କ ଫୁଡ୍, ଅତ୍ୟଧିକ ତେଲ ମସାଲା, ତେଲିଆ ଖାଦ୍ୟ, ପ୍ୟାକେଜ୍ ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତୁ ନାହିଁ। ମନେରଖନ୍ତୁ ଯେ, ଏହି ସମୟ ମଧ୍ୟରେ ଆପଣଙ୍କୁ ମଧ୍ୟ ପର୍ଯ୍ୟାପ୍ତ ବିଶ୍ରାମ ନେବାକୁ ପଡିବ। ଏହା ଆପଣଙ୍କୁ ଏବଂ ଶିଶୁକୁ ପ୍ରଭାବିତ କରେ।

୨- ସକ୍ରିୟ ରୁହନ୍ତୁ ଏବଂ ଶ୍ୱାସକ୍ରିୟା ବ୍ୟାୟାମ କରନ୍ତୁ- କୋଭିଡ-୧୯ ର ବିପଦକୁ ଏଡାଇବା ପାଇଁ ଆପଣ ଘରେ ବ୍ୟାୟାମ କରିବା ଜରୁରୀ। ଆପଣ ଯୋଗ ଏବଂ ଧ୍ୟାନର ସାହାଯ୍ୟ ମଧ୍ୟ ନେଇପାରିବେ, ଏହା ଚାପ ଏବଂ ଚିନ୍ତା ମଧ୍ୟ ଦୂର କରିବ। ଘରେ ଶ୍ୱାସକ୍ରିୟା ବ୍ୟାୟାମ କରନ୍ତୁ, ନିଶ୍ୱାସ ପ୍ରଶ୍ୱାସ ଫୁସଫୁସର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ।

୩- ଅସୁସ୍ଥ ଲୋକଙ୍କୁ ଘର ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ- ଅସୁସ୍ଥ ଲୋକଙ୍କୁ ଘରକୁ ଆସିବାକୁ ବାରଣ କରନ୍ତୁ। ତେଣୁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ।

୪- ମାସ୍କ ପିନ୍ଧନ୍ତୁ ଏବଂ ଦୂରତା ରଖନ୍ତୁ- ସର୍ବଦା ମାସ୍କ ପିନ୍ଧନ୍ତୁ ଏବଂ ଲୋକଙ୍କଠାରୁ କିଛି ଦୂରରେ ରଖନ୍ତୁ। ବିଶେଷ କରି ଘରୁ ବାହାରକୁ ଯିବାବେଳେ ହାତ ଧୋଇବା କିମ୍ବା ଏହାକୁ ପରିଷ୍କାର ରଖନ୍ତୁ।

୫- ଡାକ୍ତରଙ୍କ ସହିତ ଅନଲାଇନ୍ ସାକ୍ଷାତ- ଏଭଳି ପରିସ୍ଥିତିରେ ଆପଣ ବାରମ୍ବାର ଘରୁ ବାହାରକୁ ଯିବା ଅନୁଚିତ୍। ଅନ୍ଲାଇନରେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜୁଲାଇ ୨୧ ରୁ ଭୁବନେଶ୍ଵରରେ ଆରମ୍ଭ ହେବ ଗର୍ଭବତୀଙ୍କ ପାଇଁ ଟୀକାକରଣ: ସପ୍ତାହରେ ଦୁଇ ଦିନ ମିଳିବ ଟୀକା

ଭୁବନେଶ୍ବର: ଭୁବନେଶ୍ବରରେ ଜୁଲାଇ ୨୧ ତାରିଖରୁ ଗର୍ଭବତୀ ମହିଳାଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ। ଗର୍ଭବତୀ ମହିଳାମାନଙ୍କୁ କୋଭାକ୍ସିନ ଟୀକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ସପ୍ତାହରେ ଦୁଇ ଦିନ ଯଥା ବୁଧବାର ଏବଂ ଶନିବାର ଦିନ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯିବ। ଦିନ ୧୧ ଟାରୁ ଅପରାହ୍ନ ୧ ଟା ଯାଏଁ ଗର୍ଭବତୀମାନଙ୍କୁ ଟୀକା ଦିଆଯିବ।

ଗର୍ଭବତୀ ପ୍ରମାଣପତ୍ର ଦେଖାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାମାନେ ଟୀକା ନେଇପାରିବେ। ଭୁବନେଶ୍ଵରର ସବୁ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲରେ ଗର୍ଭବତୀଙ୍କ ପାଇଁ ଟୀକା ଉପଲବ୍ଧ ହେବ। ଏନେଇ ବିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।