Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବର୍ତ୍ତନ ଧାରାରେ ଭାରତୀୟ ଚଳଚ୍ଚିତ୍ର
ଆଜିର ଖବର

ପରିବର୍ତ୍ତନ ଧାରାରେ ଭାରତୀୟ ଚଳଚ୍ଚିତ୍ର

May 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମୟ ସହ ତାଳଦେଇ ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତନ ଘଟୁଛି ଏବଂ ଭବିଷ୍ୟତରେ ଓ.ଟି.ଟି. ପ୍ଲାଟଫର୍ମକୁ ଏହା ଆସିଯିବ ବୋଲି ପ୍ରଫେସର ହିମାଂଶୁ ଖଟୁଆ କହିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଭୁବନେଶ୍ୱର ସ୍ଥିତ  ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଆୟୋଜିତ ‘ଭାରତୀୟ ଚଳଚ୍ଚିତ୍ର-୪ସି’ ଶୀର୍ଷକ ୱେବିନାର ଆଲୋଚନାଚକ୍ରରେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟର ଫିଲ୍ମ ଏବଂ ଗଣମାଧ୍ୟମ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ଖଟୁଆ ଭାରତୀୟ ଚଳଚ୍ଚିତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରି ପୌରାଣିକ ବିଷୟବସ୍ତୁରୁ ଆରମ୍ଭ ହୋଇଥିବା ଭାରତୀୟ ଚଳଚ୍ଚିତ୍ର ଐତିହାସିକ, ସାମାଜିକ ଏବଂ ପ୍ରେମକାହାଣୀର ଆଧାର ପରେ ପରୀକ୍ଷାମୂଳକ କାହାଣୀରେ ପହଞ୍ଚିଛି ବୋଲି କହିଛନ୍ତି। ମୋଟ ଉପରେ ଚଳଚ୍ଚିତ୍ର ଦର୍ଶକର ଅଂଶଗ୍ରହଣ ଉପରେ ନିର୍ଭର କରୁଥିବାରୁ ଦର୍ଶକ ହଲକୁ ନ ଆସିଲେ ଚଳଚ୍ଚିତ୍ର ଶିଳ୍ପ ତିଷ୍ଠିବ ନାହିଁ ବୋଲି କହିଥିଲେ। ଚଳଚ୍ଚିତ୍ର ଶିଳ୍ପ ଟେଲିଭିଜନକୁ ଅନେକ କିଛି ଦେଇଛି ଏବଂ ଷ୍ଟୁଡିଓରୁ ବାହାରି ମୁକ୍ତ ବାତାବରଣକୁ ଆସିବା କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନ ଓ ପ୍ରଗତିର ଭୂମିକା  ରହିଛି ବୋଲି ମଧ୍ୟ କହିଥିଲେ। ପରସ୍ପର ସହ ଲୋକଙ୍କୁ ଯୋଡିବା, ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା, ସୃଜନଶୀଳତା ଏବଂ ରୁଚି ଭାରତୀୟ ସିନେମାର ବୈଶିଷ୍ଟ୍ୟ ବୋଲି ମଧ୍ୟ କହିଥିଲେ।

ଚଳଚ୍ଚିତ୍ର ଜଗତ ସମ୍ପର୍କରେ ଭଲଭାବରେ ଧାରଣା ନ ଥିବା ଲୋକମାନେ ଏହି ଶିଳ୍ପ ଭିତରକୁ ପ୍ରବେଶ କରୁଥିବାରୁ ଫିଲ୍ମ ଦେଖିବା ପ୍ରତି ଲୋକଙ୍କର ଆଗ୍ରହ କମିଯାଉଛି ବୋଲି ଓଡିଆ ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ କହିଛଛନ୍ତି। ଏକ ଗଣମାଧ୍ୟମ ଭାବରେ ଏଥିରେ ଏକକାଳୀନ ଅନେକ ଲୋକଙ୍କର ଭୂମିକା ରହୁଥିବାରୁ ସମସ୍ତଙ୍କର ସମନ୍ୱୟ ରକ୍ଷା କରାଗଲେ ଚଳଚ୍ଚିତ୍ର ଲୋକପ୍ରିୟ ହୋଇପାରିବ ବୋଲି ସେ ମତ ଦେଇଥିଲେ।

ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ କାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଚୈତନ୍ୟ ପ୍ରସାଦ ଆଲୋଚନା ପ୍ରସଙ୍ଗରେ କହିଛନ୍ତି। ଲୋକଙ୍କୁ ପରସ୍ପର ସହିତ ଯୋଡିବା, ସକାରାତ୍ମକ ସୂଚନା ଦେବା,ସୃଜନଶୀଳତାର ପରିପ୍ରକାଶ ଏବଂ ଲୋକଙ୍କ ରୁଚି ମୁତାବକ ଭାରତୀୟ ଚଳଚ୍ଚିତ୍ର ଗୁଡିକ ନିର୍ମିତ ହେଉଥିବାରୁ ବିଶ୍ୱସ୍ତରରେ ଏଗୁଡିକ ଏକ ବ୍ରାଣ୍ଡ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଶ୍ରୀ ପ୍ରସାଦ କହିଥିଲେ।

ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନାର ପ୍ରସଙ୍ଗ ସମ୍ପର୍କରେ ସୂଚନା ଦେଇ ସାମାଜିକ ପରିବର୍ତ୍ତନର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଚଳଚ୍ଚିତ୍ର ସହାୟକ ହୋଇଥାଏ ବୋଲି କହିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କର ଆଲୋଚନାର ପ୍ରସଙ୍ଗ ଉପରେ ରହିଥିବା ମନ୍ତବ୍ୟ ଉଦ୍ଧାର କରି ଦେଶକୁ ଯୋଡି ରଖିବାରେ, ଯୋଗାଯୋଗକୁ ଦୃଢ କରିବାରେ ତଥା ଲୋକଙ୍କୁ ରୁଚି ମୁତାବକ ଶିକ୍ଷା ଦେବାରେ ଚଳଚ୍ଚିତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ସାମ୍ବାଦିକ ପ୍ରାଚୀ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କର ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ୱେବିନାର ଆଲୋଚନାଚକ୍ରରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ପତ୍ରସୂଚନା କାର୍ଯ୍ୟାଳୟର ଅଧିକାରୀଗଣଙ୍କ ସମେତ ବହୁ ଚଳଚ୍ଚିତ୍ର ପ୍ରେମୀ ଯୋଗଦେଇ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଅନୁ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଫେରିଲା ପୋସ୍କୋ : ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ

April 21, 2026

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026
Latest News

ଓଡ଼ିଶା ଫେରିଲା ପୋସ୍କୋ : ଢେଙ୍କାନାଳରେ JSW ସହ ମିଶି ବୃହତ ଷ୍ଟିଲ ପ୍ଲାଣ୍ଟ କରିବ ପୋସ୍କୋ

April 21, 2026

ଯାଜପୁରରେ ୨୫ ଯାଏଁ ସମସ୍ତ ସ୍କୁଲ ଛୁଟି

April 21, 2026

ମୋଟରସାଇକେଲ ଉପରେ ଲାଗିଲା କଡା କଟକଣା: ଜାଣନ୍ତୁ କାରଣ କ’ଣ

April 21, 2026

ବାଣ କାରଖାନାରେ ବିସ୍ଫୋରଣ: ୧୩ ଜଣଙ୍କର ମୃତ୍ୟୁ

April 21, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.