ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ରାଷ୍ଟ୍ରପତି ନିର୍ବାଚନ ଉପରେ ପଚରାଯିବାରୁ କଣ କହିଲେ ନବୀନ ?

Published: May 30, 2022, 11:40 pm IST

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନବୀନ ପ୍ରାୟ 30 ମିନଟ ଧରି ଆଲୋଚନା କରିଛନ୍ତି। ଭେଟିବା ପରେ ସେ ବାହାରକୁ ଆସି ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନା ସଂପର୍କରେ କହିଛନ୍ତି।

ନବୀନ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଓଡିଶାର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବାକି ଥିବା ଟଙ୍କା ସଂପର୍କରେ ମଧ୍ୟ ସେ ଆଲଚୋନା କରିଛନ୍ତି। ମୁଖ୍ୟତଃ କରୋନା ପରେ କ୍ଷତିଗସ୍ତ ହୋଇଥିବା ଓଡିଶା ପାଇଁ ଅଧିକ ସହାୟତାର ଆବଶ୍ୟକ ରହିଛି ବୋଲି ଦାବୀ କରାଯାଇଛି ବୋଲି ନବୀନ କହିଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ବା ପ୍ରାର୍ଥୀ ସଂପର୍କରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।

Related posts