Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»“ଫନି” ଏହି ଶଦ୍ଦର ଅର୍ଥ କଣ ? ଏହାର ନାମ କିଏ ଦେଲା ? କେଉଁଠୁ ଆସିଲା ଏହି ନାମ ?
ବିଶେଷ ଖବର

“ଫନି” ଏହି ଶଦ୍ଦର ଅର୍ଥ କଣ ? ଏହାର ନାମ କିଏ ଦେଲା ? କେଉଁଠୁ ଆସିଲା ଏହି ନାମ ?

May 2, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Who and How cyclone named.what is the meaning of Fani
Who and How cyclone named.what is the meaning of Fani

ସମୀକ୍ଷା ବ୍ୟୁରୋ

ଫନି ବାତ୍ୟା ବର୍ତ୍ତମାନ ଓଡିଶା ମୁହାଁ ହେଉଛି, ଏହା ସ୍ଥଳଭାଗକୁ ଖୁବ ଶିଘ୍ର ଛୁଇଁବ। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ଲୋକମାନେ ସମସ୍ତେ ତତ୍ପତରତା ପ୍ରକାଶ କରିଛନ୍ତି। ତେବେ ‘ ଫନି ‘ ବୋଲି କହାଯାଉଥିବା ଏହି ଶଦ୍ଦର ପ୍ରକୃତ ଅର୍ଥ କଣ ? ଏପରି ନାମକରଣ କିପରି ହୁଏ ? ଏହାକୁ କିଏ ନାମକରଣ କରେ ? ଏପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନଭିତରେ ଆସେ। ହେଲେ କିଛି ଲୋକଙ୍କୁ ଏହି କଥା ଜଣା ଥିବା ବେଳେ ବହୁ ଲୋକଙ୍କୁ ଏହା ପଛର ରହସ୍ୟ କଣ , ତାହା ଜଣା ନ ଥାଏ।

ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତରେ ଏହି ଫନି ଅର୍ଥ କଣ ?

‘ ଫନି ‘ ହେଉଛି ବାଙ୍ଗାଲଦେଶର ଏକ ଶଦ୍ଦ । ଯାହାର ଓଡିଆରେ ଅର୍ଥ ହେଉଛି ସାପ। ଏହାକୁ ଇଂରାଜୀରେ FANI ବୋଲି ଲେଖାଯାଏ। ହେଲେ ଏହାକୁ ଉଚ୍ଚାରଣ କଲାବେଳେ ଫୋନି ବୋଲି ଉଚ୍ଚାରଣ କରିବାକୁ ପଡିଥାଏ। କାରଣ ବାଙ୍ଗାଲଦେଶରେ ସେହିପରି ଉଚ୍ଚାରଣ କରାଯାଇଥାଏ। ଓଡିଶାରେ ସାଧାରଣତଃ ସାପ ଯେତେବେଳେ ମୁଣ୍ଡ ଟେକିଥାଏ ସେତେବେଳେ ତାହାକୁ କୁହାଯାଏ ସାପ ଫଣା ଟେକିଲା ବା ଫଣା। ତେଣୁ ବାଙ୍ଗାଲଦେଶର ଫନି ବା ସାପ ସହିତ ଓଡିଶାର ଫଣା ସହିତ ସାମଞ୍ଜସ୍ୟ ରହୁଥିବାର ପରିଲକ୍ଷିତ ହୋଇଛି।

ବାତ୍ୟାର ନାମକରଣ କିପରି କରାଯାଏ ?

ପ୍ରକୃତରେ ବାତ୍ୟାର ନାମକରଣ କରିବା କେତେକ ନିୟମ ରହିଛି। ଏହି ନିୟମ ବିଶ୍ବ ପାଣିପାଗ ସଂସ୍ଥା ବା world meteorological Organization ବା WMO ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ଏହି ସଂସ୍ଥା ବିଭିନ୍ନ ଦେଶକୁ ମୁଖ୍ୟତଃ ସମୁଦ୍ର କୂଳିଆ ଦେଶକୁ ନାମ ଦେବା ପାଇଁ ନିର୍ଦ୍ଦେଶ ଦେଇଥାଏ। ସେହି ଅନୁସାରେ ସମୁଦ୍ର କୂଳିଆ ଦେଶ ସେଠାରେ ଥିବା ଆଞ୍ଚଳିକ ଗ୍ରୀଷ୍ମ ମଣ୍ଡଳକୁ ଏହି ତାଲିକା ପ୍ରଦାନ କରିଥାଏ। ବିଭିନ୍ନ ମହାସାଗର ସହିତ ଥିବା ଦେଶରୁ ଆସିଥିବା ନାମକୁ ଅଲଗା ଭାବେ ବିଚାର କରାଯାଇ ଗୋଟିଏ ନାମକୁ ବଛା ଯାଇଥାଏ। ସେହି ଅନୁସାରେ ଉତ୍ତର ଭାରତୀୟ ମହାସାଗର ଦେଶରୁ ଆସିଥିବା ନାମଗୁଡିକ ଅଲଗା ଭାବେ ବିଚାର କରାଯାଇଥାଏ। ଉତ୍ତର ଭାରତ ମହାସାଗର ଦେଶ ମଧ୍ୟରେ ରହିଛି ଭାରତ, ଶ୍ରୀଲଙ୍କା,ବାଙ୍ଗାଲାଦେଶ,ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ଥାନ ଏବଂ ଥାଇଲାଣ୍ଡ। ଏହି ଦେଶରୁ ଆଠଟି ଲେଖାଏଁ ନାମ ପଠାଇବା ପାଇଁ କୁହାଯାଇଥାଏ। ବାତ୍ୟା ଆସିଲେ 8 ଟି ଦେଶରୁ ଆସିଥିବା ମୋଟ 64ଟି ନାମରୁ ଗୋଟିଏ ନାମ ବଛାଯାଇଥାଏ ନାମକରଣ କରାଯାଇଥାଏ। ସେହିଅନୁସାରେ ବାଙ୍ଗଲାଦେଶ ପଠାଇଥିବା ଫନି ଅନୁସାରେ ଏହି ବାତ୍ୟାର ନାମ ଫନି ରଖାଯାଇଛି।

ନାମ ପଠାଇବାର କଣ ରହିଛି ନିୟମ ?

ଯେଉଁ ଦେଶକୁ ନାମ ଦେବା ପାଇଁ କୁହାଯାଇଥାଏ ସେମାନେ କେତେକ ନିତିନିୟମ ଭିତରେ ନାମଗୁଡିକ ପଠାଇବାକୁ ପଡିଥାଏ। ମୁଖ୍ୟତଃ ଯେଉଁ ନାମ ପଠାଇବେ ତାହା ଯେପରି କଷ୍ଟକର ଶଦ୍ଦ ହୋଇ ନ ଥିବା ସେଥିପ୍ରତି ସେହି ଦେଶ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ପଠାଯାଉଥିବା ଶଦ୍ଦଟି ବଡ ହୋଇ ନ ଥିବା ଆବଶ୍ୟକ। ଏହି ଶଦ୍ଦର ଅର୍ଥ ଯେପରି ଆଞ୍ଚଳିକ ସ୍ତରରେ ସମସ୍ତେ ବୁଝିପାରୁଥିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏହାର କାରଣ ହେଲା ଏହି ଶଦ୍ଦଟି ଗଣମାଧ୍ୟମ ବ୍ୟବହାର କରିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସରକାର ସୁରକ୍ଷା ଏବଂ ରିଲିଫ ଦେବାରେ ଏହି ଶଦ୍ଦଟି ଯେପରି ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ସଂକ୍ଷିପ୍ତ ଓ ସହଜ ନାମ ପଠାଇବା ପାଇଁ କୁହାଯାଇଛି।

ଭାରତ ଯେଉଁ ଆଠଟି ନାମ ପଠାଇଛି ସେଗୁଡିକ ହେଲା-ଅଗ୍ନି, ଆକାଶ, ବିଜୁଳି, ଜଳ, ଲହର, ମେଘ, ସାଗର ଏବଂ ବାୟୁ

ପୂର୍ବରୁ ତିତିଲି ବାତ୍ୟାର ନାମକରଣ ପାକିସ୍ଥାନ ପଠାଇଥିବା ନାମରୁ ବଛାଯାଇଥିଲା। ସେହିପରି 2017ରେ କେରଳରେ ଯେଉଁ ଓଖି ବାତ୍ୟା ହୋଇଥିଲା ତାହା ମଧ୍ୟ ବାଙ୍ଗଲାଦେଶର ନାମ ଥିଲା।

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷିଲେ ବାହାରେ ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

cyclone gopalpur Odisha Puri
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ଭାରତୀୟ ସେନାରେ ଯୋଗଦେବା ପାଇଁ ବଡ଼ ସୁଯୋଗ: ଜାଣନ୍ତୁ ଆବେଦନ ପ୍ରକ୍ରିୟା

February 14, 2026

ଭାରତ ନା ପାକିସ୍ତାନ, କାହାକୁ ଗ୍ରହଣ କରିବେ ତାରିକ ରହମାନ? ଏପର୍ଯ୍ୟନ୍ତ କ’ଣ ସଙ୍କେତ ମିଳୁଛି?

February 14, 2026

କୃଷି କ୍ଷେତ୍ରରେ ବିପ୍ଳବ ଆଣିବ କୃଷି ଭିତ୍ତିଭୂମି ପାଣ୍ଠି: ଶିବରାଜ ସିଂ ଚୌହାନ

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.