Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ହେଲା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’, ଆଶ୍ଚର୍ଯ୍ୟଜନକ ବେପାର
ଜାତୀୟ ଖବର

ଶେଷ ହେଲା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’, ଆଶ୍ଚର୍ଯ୍ୟଜନକ ବେପାର

October 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶେଷ ହେଲା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’, ହେଲା ଆଶ୍ଚର୍ଯ୍ୟଜନକ ବ୍ୟବସାୟ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଏକାମ୍ର ହାଟଠାରେ ଅକ୍ଟୋବର ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା-୨୨’ ଶେଷ ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାରୁ ୨୫୦ରୁ ଅଧିକ ହସ୍ତଶିଳ୍ପ କାରିଗର ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।

କୁଇବାହାଲ ଓ ସିଲାଟି(ସୁବର୍ଣ୍ଣପୁର), ବରପାଲି(ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋର୍ଦ୍ଧା), ଲୁଣୁକୁଆ (ଜଗତସିଂହପୁର), କୁସୁମି (କୋରାପୁଟ) ପରି କେତେକ ମୁଖ୍ୟ ଟେରାକୋଟା ପୁଞ୍ଜ ସହିତ ଅନ୍ୟ ସମସ୍ତ ଜିଲ୍ଲାର ଟେରାକୋଟା ପୁଂଜ ଅଞ୍ଚଳ ଏଥିରେ ସାମିଲ ହୋଇଛନ୍ତି ।

ଏହି ପ୍ରଦର୍ଶନୀରେ ଦର୍ଶକମାନେ ବିଭିନ୍ନ ଟେରାକୋଟା ହସ୍ତଶିଳ୍ପ ପ୍ରତି ଆକୃଷ୍ଟ ହେବା ସହିତ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ। ରାଜ୍ୟର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ନେଇ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମାଟିରେ ତିଆରି ଘରୋଇ ଉପକରଣ, ହାଣ୍ଡିକଡ଼େଇ, ରୋଷେଇଘର ସାମଗ୍ରୀ, ଅଳଙ୍କାର, ଦୀପାବଳି ସାମଗ୍ରୀ, ଦୀପ, ବଗିଚା ସାମଗ୍ରୀର ଚାହିଦା ମେଳାରେ ଦେଖିବାକୁ ମିଳିଥିଲା।

ଏହି ‘ମୃତ୍ତିକା-୨୨’ ମେଳାରେ ୨ ଲକ୍ଷରୁ ଅଧିକ ଦର୍ଶକ ଓ ପର୍ଯ୍ୟଟକ ଯୋଗଦେଇଥିବା ଆକଳନ କରାଯାଇଛି। କାରିଗରମାନେ ୨ କୋଟି ୩ ଲକ୍ଷ ୪୭ ହଜାର ଟଙ୍କାର ବେପାର କରିଥିବା ରେକର୍ଡ କରାଯାଇଛି । ଶେଷ ଦିନ ପର୍ଯ୍ୟନ୍ତ ଏହି ମେଳା ଅତି ଉତ୍ସବମୁଖର ଓ ଶାନ୍ତିଶୃଙ୍ଖଳା ସହିତ ଆୟୋଜିତ ହୋଇଥିଲା।

‘ମୃତ୍ତିକା-୨୨ ଟେରାକୋଟା ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.