Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ
ଜାତୀୟ ଖବର

ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ

November 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚନ୍ଦ୍ର ଗ୍ରହଣ ବେଳେ ଖାଇବା, ବିଜ୍ଞାନ ନାମରେ ହେତୁବାଦୀଙ୍କ ଏକ ନାଟକ

ଭୁବନେଶ୍ବର: ଆଜି ଚନ୍ଦ୍ର ଗ୍ରହଣ ବେଳେ ତଥାକଥିତ ହେତୁବାଦୀମାନେ ଖାଦ୍ୟ ଭକ୍ଷଣ କରି ଦେଖାଇ ହେବା କାର୍ଯ୍ୟକୁ ପଣ୍ଡ କରିଛନ୍ତି ସାଧାରଣ ଜନତା। ପୂର୍ବରୁ ଏହି ବ୍ୟକ୍ତିଗଣ ଏହିପରି ବହୁ ଥର ଗ୍ରହଣ ଲାଗିଥିବା ବେଳେ ଖାଦ୍ୟ ଖାଇ ନିଜକୁ ବଡ ଜ୍ଞାନୀ ବୋଲାଉଛନ୍ତି । ସେମାନେ ଭାବନ୍ତି ଯେ, କେବଳ ବିଜ୍ଞାନ ବିଷୟରେ ତାଙ୍କର ଜ୍ଞାନ ଅଛି। ଗ୍ରହଣ କେବଳ ଛାଇ ଆଲୁଅର ଖେଳ ବୋଲି କେବଳ ସେମାନେ ଜାଣିଛନ୍ତି। ଆଉ କେହି ଜାଣି ନାହାଁନ୍ତି।

ଗ୍ରହଣ କେମିତି ହୁଏ କିପରି ହୁଏ ତାହା ସ୍କୁଲ ବେଳୁ ସମସ୍ତଙ୍କୁ ପଢାଯାଏ। ତେହେ ଏକ ଛାଇ ଆଲୁଅ ଖେଳ ବୋଲି ସମସ୍ତେ ଜାଣନ୍ତି। ଏଥିରେ କିଛି ସନ୍ଦେହ ନାହିଁ। ହେଲେ ତାହା ସହିତ ସମସ୍ତେ ଗ୍ରହଣ ବେଳେ ଖାଦ୍ୟ ଗ୍ରହଣ ନ କରିବା, ହାଣ୍ଡିଛାଡ କଥା ମଧ୍ୟ ରହିଛି। ହେଲେ ଏହି ପରଂପରା ବା ବିଶ୍ବାସକୁ ପୂର୍ବରୁ କୌଣସି ବୈଜ୍ଞାନିକ ଏହାକୁ ବିରୋଧ କରି ନାହାଁନ୍ତି। ଏହା କହିଛନ୍ତି ଯେ, ଗ୍ରହଣ ସହିତ ଖାଦ୍ୟର କୌଣସି ସଂପର୍କ ନାହିଁ ।

ସେମାନେ ଉଭୟ ବିଜ୍ଞାନ ଏବଂ ପରଂପରାକୁ ସମ୍ମାନ ଜଣାଇଛନ୍ତି। ହେଲେ ଓଡିଶାର ଏହି ବିଜ୍ଞ ପୁରୁଷମାନେ ଗତ କିଛି ବର୍ଷ ଧରି ରାସ୍ତାଘାଟର ଚିକେନ ବିରିୟାନୀ ଖାଇ ନିଜକୁ ବଡ ସଂସ୍କାରବାଦୀ ବୋଲି ଦେଖାଇ ହେଉଛନ୍ତି। କହି ହେଉଛନ୍ତି ଆମେ ଏତେ ବର୍ଷ ଧରି ଗ୍ରହଣରେ ଖାଉଛୁ ଆମର କିଛି ହେଉ ନାହିଁ। ଛାତିକୁ ହଲାଇ ହଲାଇ ଡିଣ୍ଡିମ ପିଟିବାରେ ଲାଗିଛନ୍ତି।

ଏଠାରେ ଏକ ଉଦାହରଣ ନେବା ନିହାତି ଆବଶ୍ୟକ। ତାହା ହେଲା ଆମର ବୈଜ୍ଞାନିକ ବା ଡାକ୍ତରମାନେ ସିଗାରେଟ ଖାଇବା କ୍ଷତିକାରକ ବୋଲି କହିଛନ୍ତି। ହେଲେ ପୃଥିବୀରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦୀର୍ଘ ପଚାଶ ବର୍ଷ ଧରି ସିଗାରେଟ ଖାଉଛନ୍ତି। ସେମାନଙ୍କର କିଛି ହେଉ ନାହିଁ। ନା କ୍ୟାନସର ହେଉଛି ନା ହାର୍ଟ ଆଟକ।

ଯଦି ଭେଷଜ ବିଜ୍ଞାନୀମାନେ ଏପରି କହିବା ସତ୍ବେ ତାଙ୍କର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ରାସ୍ତା ଘାଟରେ ସେମାନେ ସିଗାରେଟ ଖାଇ ଦେଖାଇ ହେବ ମୋର କିଛି ହେଉ ନାହିଁ ମୋର କିଛି ହେଉ ନାହିଁ। ତାହାର ଅର୍ଥ ନୁହେଁ ଯେ, ସିଗାରେଟ ଖାଇଲେ କିଛି ଅସୁବିଧା ନାହିଁ। ସିଗାରେଟ ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ କ୍ଷତିକାରକ।

ଠିକ ସେହିପରି ଏହି ହେତୁବାଦୀଙ୍କର ଚିନ୍ତାଧାରା ସେହିପରି। ସେମାନେ ଗତ କିଛି ବର୍ଷ ଧରି ଗ୍ରହଣ ସମୟରେ ଖାଦ୍ୟ ଖାଇ ଦେଖାଇ ହେଉଛନ୍ତି। ବୋଲେଇ ହେଉଛନ୍ତି ଆମରି କିଛି ହେଉ ନାହିଁ, ଆମର କିଛି ହେଉ ନାହିଁ। ଠିକ୍ ଅଛି ଏବେ କିଛି ହେଉ ନାହିଁ, ହେଲେ ସମୟ ଆସିବ ସେମାନଙ୍କର କିଛି ହେବ ନାହିଁ ବୋଲି କେହି କହିପାରିବେ ନାହିଁ। ହେଲେ ବିଜ୍ଞାନ ନାମରେ ସେ ଭାରତୀୟ ପଂରପରାକୁ ବଳି ପକାଇପାରିବେ ନାହିଁ।

Lunar eclipse 2022 କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ପରାଗ ହେତୁବାଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.