Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ବିଜେଡି ବନାମ ବିଜେଡି: ପ୍ରତିବାଦ ଶୋଭାଯାତ୍ରାର ଜବାବ ଦେଲେ ପୂର୍ବତନ ବିଧାୟକ ରଘୁନାଥ
ଆଜିର ଖବର

ଚିଲିକାରେ ବିଜେଡି ବନାମ ବିଜେଡି: ପ୍ରତିବାଦ ଶୋଭାଯାତ୍ରାର ଜବାବ ଦେଲେ ପୂର୍ବତନ ବିଧାୟକ ରଘୁନାଥ

November 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡ଼ି ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉ ନାହିଁ। ବିଜେଡ଼ିର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦଳର କିଛି କର୍ମୀ ଏବଂ ବିଜେଡ଼ିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା। ତେବେ ରଘୁନାଥଙ୍କ ଏହି ଦୁର୍ନୀତି ଅଭିଯୋଗ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲାପରିଷଦ ଉପ ସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ବାଲୁଗାଁରେ ଏକ ଶୋଭାଯାତ୍ରା କରାଯାଇଥିଲା। ଯେଉଁଥିରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଥିଲା। ଶ୍ରୀଯୁକ୍ତ ସାହୁ ବିଜେପି ସହିତ ସାଲିସ କରି ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଶୋଭାଯାତ୍ରାରେ ଉପସ୍ଥିତ କର୍ମୀମାନେ ଅଭିଯୋଗ କରିଥିଲେ।

ସେହିଭଳି ଗୋପୀନାଥ ମହାରଣା ମଧ୍ୟ ରଘୁନାଥ ସାହୁଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଥିଲେ। ଗୋପୀନାଥ କହିଥିଲେ ଯେ, ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି। ଅନୁରୂପ ଭାବେ ତାଙ୍କ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେବେ, ତେବେ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଗୋପୀନାଥ ଘୋଷଣା କରିଥିଲେ।

ତେବେ ଏହି ପ୍ରତିବାଦ ସଭାର କିଛି ଘଣ୍ଟା ନପୁରୁଣୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ପୁଣିଥରେ ଏକ କର୍ମୀ ସମ୍ମିଳନୀ କରି ଚିଲିକା ବିଧାୟକ ଏବଂ ଅନ୍ୟ କିଛି ନେତାଙ୍କୁ ଆକ୍ରମଣ କରିଥିଲେ। ଗତକାଲି ତାଙ୍କ ବିରୋଧରେ ହୋଇଥିବା ଶୋଭାଯାତ୍ରା କେବଳ ଠିକାଦାରମାନେ କରିଥିଲେ ବୋଲି ରଘୁନାଥ କହିଥିଲେ। ନିଜକୁ ଦୁର୍ନୀତି ଅଭିଯୋଗରୁ ରକ୍ଷା କରିବା ପାଇଁ ଏହି ସବୁ ଠିକାଦାରମାନେ ବିଜେଡ଼ି କର୍ମୀ ନାମରେ ଏକତ୍ରିତ ହୋଇ ପ୍ରତିବାଦ କରୁଥିଲେ ବୋଲି ସେ କହିଥିଲେ। ଚିଲିକାରୁ ଦୁର୍ନୀତି ହଟାଇବା ତାଙ୍କ ଉଦ୍ଦେଶ୍ୟ ଏବଂ ସେ ଏହା ବିରୋଧରେ ସ୍ଵର ଉତ୍ତୋଳନ କରିବେ ବୋଲି ପୂର୍ବତନ ବିଧାୟକ କହିଥିଲେ।

ସେହିଭଳି ଚିଲିକାରେ ବିଜେଡ଼ି ପୁଣିଥରେ ବିଜୟ ଲାଭ କରିବ ଏବଂ ଆଗାମୀ ନିର୍ବାଚନରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ସେ ଆଶା ରଖିଛନ୍ତି। ତେବେ ଚିଲିକା ବିଜେଡ଼ିର ଏଭଳି କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ତାଙ୍କ ସହିତ ୮୦ ପ୍ରତିଶତ କର୍ମୀଙ୍କ ସମର୍ଥନ ରହିଥିବା ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁ ଦାବି କରୁଥିବା ବେଳେ ସେପଟେ ଅନ୍ୟ ଏକ ଗ୍ରୁପ ରଘୁନାଥଙ୍କୁ ବିଜେଡ଼ି ବିରୋଧୀ ବୋଲି କହୁଛନ୍ତି।

ତେଣୁ ଏହା ଭିତରେ ଚିଲିକା ବିଜେଡ଼ିରେ ଏଭଳି ପରିସ୍ଥିତିକୁ ଦେଖି ଅନ୍ୟ କିଛି ପୁରୁଖା କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏଭଳି ବିଜେଡ଼ିରେ ଅନ୍ତଃ କନ୍ଦଳ ଲାଗିରହିବ, ତେବେ ଆଗାମୀ ନିର୍ବାଚନରେ ବିରୋଧୀଦଳର ପ୍ରାର୍ଥୀଙ୍କୁ ଫାଇଦା ହେବ ବୋଲି କିଛି କର୍ମୀ ସନ୍ଦେହ ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ଦଳର ଶୀର୍ଷ ନେତୃତ୍ଵ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରାଯାଉ ବୋଲି ଅନେକ କର୍ମୀ ଦାବି କରିଛନ୍ତି।

ଚିଲିକା ଦୁର୍ନୀତିଗ୍ରସ୍ତ ପୂର୍ବତନ ବିଧାୟକ ବିଜେଡି ରଘୁନାଥ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

NGO ବର୍ଗରେ ‘ଗ୍ଲୋବାଲ୍ ସଷ୍ଟେନେବିଲିଟି ଆୱାର୍ଡ ୨୦୨୬’ ଜାତୀୟ ସ୍ତରରେ ISRD ସମ୍ମାନିତ

October 11, 2026
Latest News

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026

ଐତିହାସିକ ହୀରାକୁଦ ଡ୍ୟାମ୍ ପରିଦର୍ଶନ କଲେ ରାଜ୍ୟପାଳ

October 11, 2026

ଚେନ୍ନାଇରେ ରାହୁଲ ଗାନ୍ଧୀ-ମୁଖ୍ୟମନ୍ତ୍ରୀ ବିଜୟଙ୍କ ସାକ୍ଷାତ: ନୂଆ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର

October 11, 2026

ଡିସେମ୍ବର ୫ରେ ହେବ ଆଇଓଏ କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.