Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମେକ୍ ଇନ୍ ଓଡିଶା କନକ୍ଲେଭରେ ଗଣମାଧ୍ୟମ ସଂପାଦକଙ୍କ ‘ଉଦ୍ୟୋଗରୁ ଉନ୍ନତି’ ଆଲୋଚନାଚକ୍ର
ବିଶେଷ ଖବର

ମେକ୍ ଇନ୍ ଓଡିଶା କନକ୍ଲେଭରେ ଗଣମାଧ୍ୟମ ସଂପାଦକଙ୍କ ‘ଉଦ୍ୟୋଗରୁ ଉନ୍ନତି’ ଆଲୋଚନାଚକ୍ର

December 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମେକ୍ ଇନ୍ ଓଡିଶା କନକ୍ଲେଭରେ ଗଣମାଧ୍ୟମ ସଂପାଦକଙ୍କ 'ଉଦ୍ୟୋଗରୁ ଉନ୍ନତି' ଆଲୋଚନାଚକ୍ର

ଭୁବନେଶ୍ୱର: ଆଜି ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ “ଉଦ୍ୟୋଗରୁ ଉନ୍ନତି” ପ୍ରସଙ୍ଗ ଉପରେ ବିଭିନ୍ନ ବୈଦ୍ୟୁତିକଓ ମୁଦ୍ରଣ ଗଣମାଧ୍ୟମର ସଂପାଦକ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ( ଏଡିଟର୍ସ ରାଉଣ୍ଡ ଟେବୁଲ) ଅନୁଷ୍ଠିତ ହୋଇଥିଲା।

ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏହି ଆଲୋଚନା ଚକ୍ରକୁ ପରିଚାଳନା କରି ‘ଉଦ୍ୟୋଗରୁ ଉନ୍ନତି’ ସଂପର୍କରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ସଂପାଦକ ତଥା ଅତିଥି ବକ୍ତାମାନଙ୍କ ଠାରୁ ମତାମତ ଲୋଡିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉଦ୍ୟୋଗରୁ ଉନ୍ନତି ତଥା ଶିଳ୍ପାୟନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଶିଳ୍ପାୟନ ପାଇଁ ଉପଯୁକ୍ତ ଜମି, ଶ୍ରମିକ, ପୁଞ୍ଜି, ଦକ୍ଷ ମାନବ ସଂବଳ, ବୈଷୟିକ ଜ୍ଞାନକୌଶଳ ଯେପରି ଆବଶ୍ୟକତା ରହିଛି, ସେହିପରି ବଳିଷ୍ଠ ଶିଳ୍ପନୀତି ଓ ଶିଳ୍ପାନୁକୂଳ ବାତାବରଣର ଆବଶ୍ୟକତା ରହିଛି, ଯାହାକୁ ଗୁରୁତ୍ୱ ଦିଆଯାଇ ଆମ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ଭାବେ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମରେ ନ୍ୟୁଜ-୧୮ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ନରେନ୍ଦ୍ର ଜେନା ଯୋଗଦେଇ କହିଲେ ଯେ, ଓଡିଶାର ଇତିହାସ, ରାଜ୍ୟରବାଣିଜ୍ୟିକ ଐତିହ୍ୟ ଏବଂ ଉଦ୍ୟୋଗ ସହିତ ଶହ ଶହ ବର୍ଷ ବର୍ଷ ଧରି ଯୋଡି ହୋଇରହିଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଔଦ୍ୟୋଗିକତା ବିଷୟକୁ ପାଠ୍ୟ ଖସଡାରେ ସାମିଲ କରିବାକୁ ଶ୍ରୀ ଜେନା ପ୍ରସ୍ତାବ ରଖିଥିଲେ।

ସକାଳ ଦୈନିକ ଖବରକାଗଜର ସଂପାଦକ ଶ୍ରୀ ଉମାକାନ୍ତ ମିଶ୍ର ଯୋଗଦେଇ ମେକ୍ ଇନ୍ ଓଡିଶା-୩.୦ ଆୟୋଜନକୁ ପ୍ରଶଂସା କରି କହିଲେ ଯେ, ରାଜ୍ୟ ସରକାର ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ବଡ ଧରଣର ରଣନୀତି ଆରମ୍ଭ କରିଛନ୍ତି। ଗତକାଲି ସୁଦ୍ଧା ଗୋଟିଏ ଦିନରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା ଅତ୍ୟନ୍ତ ଉତ୍ସାହଜନକ। ଗଣମାଧ୍ୟମର ଶକ୍ତିକୁ ଔଦ୍ୟୋଗିକ ବିକାଶରେ ପ୍ରମୁଖ ଅଂଶୀଦାର ଭାବେ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ମତ ରଖିଥିଲେ।

କନକ ନ୍ୟୁଜ୍ ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ମନୋରଂଜନ ମିଶ୍ର ଯୋଗଦେଇ କହିଲେ ଯେ, ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସମସ୍ତଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଲୋଡା। ଉଦ୍ୟୋଗୀ ମନୋଭାବକୁସବୁସ୍ତରରେ ସମର୍ଥନ କରାଯିବା ଆବଶ୍ୟକ । ଆମର ଔଦ୍ୟୋଗିକ ସଂସ୍କୃତି ପ୍ରସ୍ତୁତି ହେବାର ଜରୁରୀ ଆବଶ୍ୟକତା ରହିଛି। ଉପାନ୍ତ ଅଂଚଳରେ ଶିଳ୍ପାୟନକୁ ଗୁରୁତ୍ୱ,ପଞ୍ଚାୟତକୁ ଶିଳ୍ପାୟନର ଏକକ ୟୁନିଟ୍ ଭାବେ ନେବା ସହିତ ଗାଁ ଗହଳିର ପିଲାମାନଙ୍କୁ ଶିଳ୍ପାୟନ ସହିତ ଯୋଡିବା ସଂପର୍କରେ ଶ୍ରୀ ମିଶ୍ର ମତ ରଖିଥିଲେ।

କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ସୌମ୍ୟଜିତ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଶିଳ୍ପାୟନ ରାଜ୍ୟ ତଥା ଦେଶରଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିଥାଏ, ଯାହାକି ସାମାଜିକ ବିକାଶ, ଆଂଚଳିକ ବୈଷମ୍ୟ ଦୂର କରି ସମତୁଲ ବିକାଶରେ ସହାୟକ ହୋଇଥାଏ।

ଓଡିଶା ଭାସ୍କର ଦୈନିକ ଖବର କାଗଜର ସଂପାଦକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ରତ୍ନଗର୍ଭା ଆମ ଓଡିଶା, ପ୍ରାକୃତିକ ସମ୍ପଦରେ ଭରପୁର । ଶିଳ୍ପାୟନ କ୍ଷେତ୍ରରେ ବିଜୁବାବୁଙ୍କର ଉଦାହରଣ ସହ ଦେଶ ବିଦେଶର କେତେକସଫଳ ଶିଳ୍ପପତିମାନଙ୍କର ଔଦ୍ୟୋଗିକ ଜୀବନ ସଂପର୍କରେ ଉଦାହରଣ ଦେଇ ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପବଦ୍ଧ ପ୍ରୟାସ ଦ୍ୱାରା କିପରି ଔଦ୍ୟୋଗିକ ସଫଳତା ମିଳିପାରିବ ,ସେ ସଂପର୍କରେ ପ୍ରକାଶ କରିଥିଲେ ।

ପ୍ରମେୟ-ଦୈନିକ ଖବର କାଗଜର ସଂପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ କହିଲେ ଯେ, ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ, ଓଡିଶାରେ ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ନିଆରା ସୁଯୋଗ ଦେଇଛି । ଦୃତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଓଡିଶା ଏବେ ଆଗକୁ ବଢୁଛି। ପ୍ରଗତିଶୀଳ ଶିଳ୍ପନୀତି, କୁଶଳୀ ମାନବ ସଂବଳ, ଶିଳ୍ପାନୁକୂଳ ବାତାବରଣ ଏବଂ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଦିଗରେ ସରକାରୀତତ୍ପରତା ଏ ଦିଗରେ ସହାୟକ ହୋଇପାରିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହିତ, ବିଭିନ୍ନ ଜିଲ୍ଲାରେ ଗ୍ରାମୀଣ ଶିଳ୍ପର ବିକାଶ ଦିଗରେ ଅଧିକ ପ୍ରଚେଷ୍ଠା ରହିବା ଉପରେ ମତ ରଖିଥିଲେ।

ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅଭିଭାଷଣରେ ସମ୍ବଳ,ଶିକ୍ଷା, ଓ ପ୍ରାକୃତିକ ସଂପଦର ବିନିଯୋଗ କରି ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିବା ସହିତ ଏ ଦିଗରେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

ପ୍ରାରମ୍ଭରେ ଓଡିଶାରେ ଶିଳ୍ପ ପାଇଁ ଉପଲବ୍ଧ ଭିତ୍ତିଭୂମି, କୁଶଳୀ ମାନବସଂବଳ ଏବଂ ଔଦ୍ୟୋଗିକ ବିକାଶର ସମ୍ଭାବନା ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଆଲୋଚନା ଚକ୍ର ପରିଶେଷରେ ଅତିଥିବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Make in Odisha ଗଣମାଧ୍ୟମ ମେକ ଇନ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.