Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦମପୁରରେ ବିଜେଡି କଂଗ୍ରେସ ଡିଲ, ନିଜ ଦୋଷ ଲୁଚାଇବା ପାଇଁ ବିଜେପିର ଏକ ଚାଲ୍
ଜାତୀୟ ଖବର

ପଦମପୁରରେ ବିଜେଡି କଂଗ୍ରେସ ଡିଲ, ନିଜ ଦୋଷ ଲୁଚାଇବା ପାଇଁ ବିଜେପିର ଏକ ଚାଲ୍

December 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
JayaNarayan Mishra BJP
ପଦମପୁରରେ ବିଜେଡି କଂଗ୍ରେସ ଡିଲ, ନିଜ ଦୋଷ ଲୁଚାଇବା ପାଇଁ ବିଜେପିର ଏକ ଚାଲ୍

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଶେଷ ହେଲାଣି, ହେଲେ ବିବାଦର ଶେଷ ହୋଇପାରୁ ନାହିଁ। ଏହି ଉପନିର୍ବାଚନର ବହୁ ପୂର୍ବରୁ କାଦୁଅ ଫିଙ୍ଗା ଆରମ୍ଭ ହୋଇଥିଲା। ଏବେ ଗଣତି ସରି ବର୍ଷା ବରିହା ବିଧାୟିକା ଭାବେ ଶପଥ ନେଇ ସାରିଲେଣି। ତଥାପି ପଦମପୁର ଗରମ ଶେଷ ହୋଇ ନାହିଁ। ବିଜେପି ହାରିବା ପରେ ଏବେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ପଦମପୁରରେ କଂଗ୍ରେସ ଭୋଟ ନେବା ପାଇଁ ବିଜେଡି ଡିଲ କରିଛି। ତେବେ ଏହି ଡିଲ କେବଳ କଥାବାର୍ତ୍ତାରେ ନୁହେଁ ଭୋଟ ପାଇଁ ନୋଟ କାରବାର ହୋଇଥିବାର ସେ ସଙ୍କେତ ଦେଇଛନ୍ତି। ଏହି ଡିଲ ଭୁବନେଶ୍ବରରେ ହେବା ପରେ କୁଆଡେ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଓହ୍ଲାଇ ଥିଲେ। ଏହା ପଛରେ ସତ୍ବତା କଣ ତାହାର ପ୍ରମାଣ ଅବଶ୍ୟ ଜୟନାରାୟଣ ମିଶ୍ର ଦେଇପାରି ନାହାଁନ୍ତି। ଏପରି କଥାରେ ସେ ପ୍ରମାଣ ମଧ୍ୟ  ଦେଇପାରିବେ ନାହିଁ।

ହେଲେ ଜୟନାରାୟଣ ମିଶ୍ର ଏପରି କାହିଁକି କହିଲେ। ଯଦି କଂଗ୍ରେସ ଭୋଟ ତାଙ୍କ ଦଳ ବିଜେପିକୁ ଯାଇ ଥାଆନ୍ତା ତେବେ ସେ ଏପରି କଥା କହିଥାଆନ୍ତେ କି ? ଅନ୍ୟପକ୍ଷରେ ଯଦି ନିର୍ବାଚନ ପରିଚାଳନାରେ ମାହିର ଥିବା ବିଜେଡି ଜିତିବା ପାଇଁ କଂଗ୍ରେସ ଭୋଟ ହାତେଇ ପାରିଲା ତେବେ ସେଥିରେ ଭୁଲ ରହିଲା କେଉଁଠି। କାରଣ ପଦମପୁର ଉପନିର୍ବାଚନ ଜିତିବା ପାଇଁ ବିଜେଡି ଯେପରି କଳବଳ କୌଶଳ ପ୍ରୟୋଗ କରିଛି ବିଜେପି ମଧ୍ୟ କିଛି କମ କରି ନାହିଁ।

ତେବେ ଜୟନାରାୟଣଙ୍କ ମନ୍ତବ୍ୟ ପରେ ପଦମପୁର ଏବଂ ବରଗଡର ବିଭିନ୍ନ ସଚେତନ ଲୋକଙ୍କର ମତକୁ ବିଚାରକୁ ନିଆଯାଉ। ସେମାନେ ମଧ୍ୟ ଜୟନାରାୟଣଙ୍କ ମନ୍ତବ୍ୟ ସତ ବୋଲି ସ୍ବୀକାର କରିଛନ୍ତି। ସେମାନଙ୍କ ହିସାବରେ ପ୍ରକୃତରେ କଂଗ୍ରେସ ଭୋଟ ବିଜେଡି ଖାତାକୁ ଯାଇଛି। ତେବେ ଏଥିରେ କେହି ବଳ ପ୍ରୟୋଗ ବା ଅର୍ଥ ପ୍ରୟୋଗ ହୋଇନାହିଁ। କାରଣ ଏପରି କରିବାର କୌଣସି ଆବଶ୍ୟକ ମଧ୍ୟ ପଡି ନାହିଁ।

ସେମାନେ ଆହୁରି କହିଛନ୍ତି ଯେ, ପ୍ରଚାରର ଶେଷ ପର୍ଯ୍ୟାୟରେ ତାଙ୍କ ପ୍ରାର୍ଥୀ ଜିତିବାର ସମ୍ଭାବନା ନାହିଁ ବୋଲି ସ୍ଥାନୀୟ କଂଗ୍ରେସ ନେତାମାନେ ହୃଦୟଙ୍ଗମ କଲେ। ହେଲେ ବିଜେଡି ବିଜେପି ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଚାଲିଥିଲା ସେଥିରେ କିଏ ଜିତିବ ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନ ଥିଲା। କାଳେ ବିଜେପି ଜିତିଯିବ ସେଥିପାଇଁ ଅନେକ କଂଗ୍ରେସ ନେତା ସେମାନଙ୍କ ଭୋଟ ବିଜେଡିକୁ ଦାନ ସୁତ୍ରରେ ପ୍ରଦାନ କରିଛନ୍ତି।

କେବଳ ଦାନ ନୁହେଁ ସେହି ଭୋଟକୁ ହାତେଇବା ପାଇଁ ବିଜେଡି ମଧ୍ୟ ନିଜର ରଣ କୌଶଳ ବିନିଯୋଗ କରି ନାହିଁ ତାହା ଭୁଲ। ହେଲେ ବିଜେପି ସେ ଗଣିତକୁ ଜାଣିପାରିଲା ନାହିଁ। ଉପରେ ଉପରେ ଉଡୁଥିବା ବିଜେପି ନେତା ଏ କଥାକୁ ହୃଦୟଙ୍ଗମ କରିପାରିଲେ ନାହିଁ। ଭୋଟ ଗଣତି ହେବା ପରେ ସେମାନେ ଜାଣିଲେ ଯେ କଂଗ୍ରେସ ଭୋଟ ବିଜେଡି ହାତେଇ ନେଇଛି। ସେତେବେଳକୁ କଥା ସରିଗଲାଣି। ଫଳରେ ଜୟନାରାୟଣ ମିଶ୍ର ଔଷଧ ବିକଳରେ ତାଟିଆ କାମପୁଡିବା ପରି ଏପରି ବିଳିବିଳେଇ ହେଉଛନ୍ତି।

ଜୟନାରାୟଣ ପଦମପୁର ପ୍ରଚାରର ପ୍ରମୁଖ ଥିଲେ। ନିଜ ଉପରୁ ଦୋଷ ତୁଟାଇବା ପାଇଁ ଏବେ ଏପରି ‘ଡିଲ’ ଶଦ୍ଦ ବ୍ୟବହାର କରି ସେ କେନ୍ଦ୍ରୀୟ ନେତାଙ୍କ ପାଖରେ ନିଜକୁ ସଫା ରଖିବାକୁ ଚେଷ୍ଠା କରୁଛନ୍ତି। ହେଲେ ଏଥିରେ ସେ କେବେ ମଧ୍ୟ ସଫଳ ହୋଇପାରିବେ ନାହିଁ କି ନିଜ ମୁଣ୍ଡରୁ ଅଠା ଛଡାଇପାରିବେ ନାହିଁ। କାରଣ ପଦମପୁରର ସମସ୍ତ ତଥ୍ୟ କେନ୍ଦ୍ରୀୟ ନେତୃତ୍ବ ପାଖରେ ରହିଛି। ବିଜେପି ହାରିବାରେ କାହାର ଭୁଲ ତାହା ସେମାନଙ୍କର ଗୁଇନ୍ଦା ସଂସ୍ଥା ଅବଗତ କରାଇସାରିଛି।

Jayanarayan Mishra Padampur Byelection ଜୟନାରାୟଣ ମିଶ୍ର ପଦମପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026
Latest News

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.