Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହକି ଷ୍ଟିକ ତିଆରି ସହ ସଂକୀର୍ତ୍ତନ କରି ଦାବି ଜଣାଇଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ
ଆଜିର ଖବର

ହକି ଷ୍ଟିକ ତିଆରି ସହ ସଂକୀର୍ତ୍ତନ କରି ଦାବି ଜଣାଇଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ

December 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sports Teacher
ହକି ଷ୍ଟିକ ତିଆରି ସହ ସଂକୀର୍ତ୍ତନ କରି ଦାବି ଜଣାଇଲା ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ

ଭୁବନେଶ୍ୱର : ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ୨୩ ଦିନର ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଓଡ଼ିଶା କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକାମାନେ ହକି ଷ୍ଟିକ୍ ତିଆରି ଓ ସଂକୀର୍ତ୍ତନ କରି ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବା ସହିତ ତିଆରି କରିଥିବା ହକି ଷ୍ଟିକ୍‌କୁ ରାଜରାସ୍ତାରେ ପ୍ରଦର୍ଶନ କରିଥିଲେ।

କଳା ଓ କ୍ରୀଡ଼ା ମହସଂଘର ଏଭଳି ଅଭିନବ ପ୍ରଦର୍ଶନକୁ ସେହି ବାଟ ଦେଇ ଯାଉଥିବା ପଥଚାରୀମାନେ ଉପଭୋଗ କରିବା ସହିତ କଳା ଓ କ୍ରୀଡ଼ା ପ୍ରଶିକ୍ଷକ, ପ୍ରଶିକ୍ଷିକାଙ୍କ ସହିତ ସେଲ୍‌ଫି ମଧ୍ୟ ନେଇଥିଲେ ।

ଦୀର୍ଘ ୯ ବର୍ଷ ଧରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବୀ ‘ସ୍ଥାୟୀ ନିଯୁକ୍ତି’ ପ୍ରସ୍ତାବକୁ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମହାସଂଘର ଦାବି ପ୍ରତି କର୍ଣ୍ଣପାତ କରିନାହାଁନ୍ତି । ତେଣୁ ମହାସଂଘ ବାଧ୍ୟ ହୋଇ ଚଳିତବର୍ଷ ବିଧାନସଭା ଅଧିବେଶନ ତା ୫.୧୨.୨୦୨୨ରିଖ ଠାରୁ ଦୀର୍ଘ ୨୩ ଦିନ ଧରି ବିଧାନସଭା ସମ୍ମୁଖରେ ମହାସଂଘ ତାର ଧାରଣା ଜାରି ରଖିଛି । ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବ କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ମାନସିକ ଓ ଶାରୀରିକ ଭାବେ ଆଘାତ ଦେଇଛି।

ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ମହାସଂଘର ଦାବୀ ପ୍ରତି ଦୃଷ୍ଟି ଦେଇ ନାହାଁନ୍ତି, ସେତେଦିନ ପର୍ଯ୍ୟନ୍ତ ରାଜରାସ୍ତାରେ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତଜୀବନ ନାୟକ ଓ ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ବସନ୍ତ ଷଣ୍ଢ, ପ୍ରଦୀପ ପଟେଲ, ତ୍ରିଲୋଚନ ଜେନା, ବାବାଜି ଚରଣ ଦାସ, ରଶ୍ମୀ ରଞ୍ଜନ ମିଶ୍ର, ଶଙ୍କର ପ୍ରସାଦ ମହାପାତ୍ର, ସୁଧାକର ଜେନା, ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ଭାଗିରଥି ସ୍ୱାଇଁ, ତପନ ପଣ୍ଡା, ସ୍ୱାତୀମୁକ୍ତା, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ, ହିମାଦ୍ରୀ ସାହୁ, କୃଷ୍ଣସୁଦାମା ପାଣିଗ୍ରାହୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ଧାରଣାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକା ସାମିଲ୍ ହୋଇଥିଲେ ।

hockey Hockey World Cup
Share. Facebook Twitter LinkedIn Email WhatsApp Copy Link

Related Posts

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ଇତିହାସ ରଚିଲା ଦିଲ୍ଲୀ ଏମ୍ସ!: ୪ ମାସର ଶିଶୁ ଉପରେ ବିଶ୍ୱର ସବୁଠାରୁ ବିରଳ ଅସ୍ତ୍ରୋପଚାର ସଫଳ

July 17, 2026
Latest News

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026

ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.