ଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଡକ୍ଟର ସୁଭାଷ ସରକାରଙ୍କ ସହିତ ଆଜି ପରୀକ୍ଷା ପେ ଚର୍ଚ୍ଚା (ପିପିସି) ୨୦୨୩ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ସଞ୍ଜୟ କୁମାର, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ; ଡିଓଏସ୍ଇଏଲ୍, ଅପୂର୍ବ ଚନ୍ଦ୍ରା, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଏବଂ ଶିକ୍ଷା ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ପ୍ରେସ ଇନ୍ଫରମେସନ ବ୍ୟୁରୋ, ଏନ୍ସିଇଆରଟି, ସିବିଏସ୍ଇ, ଏନଭିଏସ୍, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ମାଇଁ ଗଭ୍ର ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ।
ମନ୍ତ୍ରୀ ଏହି ବୈଠକ ସମୟରେ ପିପିସି ୨୦୨୩ ମାଧ୍ୟମରେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ସହ ଯୋଗାଯୋଗକୁ ଆହୁରି ଗଭୀର ତଥା ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିପିସି ୨୦୨୩ ପରୀକ୍ଷା ଋତୁ ପୂର୍ବରୁ ଛାତ୍ର ସମୁଦାୟକୁ ଶକ୍ତି ଏବଂ ପ୍ରେରଣା ଯୋଗାଇଥାଏ।