Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬୦ ବର୍ଷରେ ଗୋଦାବରୀଶ ମହାବିଦ୍ୟାଳୟ: ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଲେ ନୂତନ ଅଧ୍ୟକ୍ଷ
ଆଜିର ଖବର

୬୦ ବର୍ଷରେ ଗୋଦାବରୀଶ ମହାବିଦ୍ୟାଳୟ: ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଲେ ନୂତନ ଅଧ୍ୟକ୍ଷ

January 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅଟେ। ୧୯୬୩ ମସିହାରେ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ ୩୬ ଗୋଟି କଲେଜ ମଧ୍ୟରୁ ଅନ୍ୟତମ। ଉକ୍ତ ଶିକ୍ଷାନୁଷ୍ଠାନରୁ ଶିକ୍ଷା ନେଇ ବହୁ ବ୍ୟକ୍ତି ଆଜି ରାଜ୍ୟ ଏବଂ ଦେଶ ବିଦେଶରେ ବହୁ ଉଚ୍ଚ ପଦରେ ଅବସ୍ଥିତ।

ଉକ୍ତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଗୋଦାବରୀଶ ମିଶ୍ର ରାଜ୍ୟର ଅନ୍ୟତମ ମହାପୁରୁଷ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି। ଉକ୍ତ ମହାବିଦ୍ୟାଳୟର ସମସାମୟିକ କଲେଜ ତଥା ଖୋର୍ଦ୍ଧା ପି.ଏନ ଏବଂ ନୟାଗଡ଼ କଲେଜ ବହୁ ପୁର୍ବରୁ ସ୍ୱୟଂଶାସିତ ମାନ୍ୟତା ପାଇସାରିଥିବା ବେଳେ ଗୋଦାବରୀଶ ମହାବିଦ୍ୟାଳୟ ସ୍ୱୟଂଶାସିତ ତ ଦୂରର କଥା ଏପରିକି ପୂର୍ଣ୍ଣ ସରକାରୀ ମାନ୍ୟତା ପାଇବା ପାଇଁ ମଧ୍ୟ ସଂଘର୍ଷ କରୁଛି।

ତେବେ ରାଜନୈତିକ ଇଚ୍ଛାଶକ୍ତି ଏହାର ମୂଳ ବାଧକ ସାଜିଥିବା ନେଇ ଚର୍ଚ୍ଚା ହେଉଛି। ଉକ୍ତ କଲେଜରୁ ପାଠ ପଢି ଅନେକ ବ୍ୟକ୍ତି ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ହୋଇଥିବା ବେଳେ କଲେଜର ଉନ୍ନତି ପ୍ରତି କାହାର ଆନ୍ତରିକତା ନାହିଁ। ଇତି ମଧ୍ୟରେ କଲେଜକୁ ୫୯ ବର୍ଷ ବିତିଯାଇଥିବା ବେଳେ ଚଳିତ ବର୍ଷ ଏହା ୬୦ବର୍ଷରେ ପଦାର୍ପଣ କରିଛି। ଚଳିତ ଜୁଲାଇ ୨୬ ତାରିଖରେ ଉକ୍ତ କଲେଜ ହୀରକ ଜୟନ୍ତୀ ପାଳନ କରିବାକୁ ଥିବା ବେଳେ ନିକଟରେ ନୂତନ ଅଧ୍ୟକ୍ଷ ଭାବେ ଦାଇତ୍ୱ ଗ୍ରହଣ କରିଥିବା ପ୍ରଫେସର ବିନାୟକ ହୋତା କଲେଜର ପୂର୍ବ ଗୌରବ ଫେରାଇଆଣିବା ପାଇଁ ଏକାଧିକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି।  କହିବାକୁ ଗଲେ ଗୋଦାବରୀଶ ମହାବିଦ୍ୟାଳୟ ଆଖିଦୃଷ୍ଟିଆ ଉନ୍ନତି ଅଦ୍ୟାବଧି କରିପାରିନଥିବା ବେଳେ ନୂତନ ଅଧ୍ୟକ୍ଷ ଏବଂ ନୂତନ ପରିଚାଳନା ସମିତି ସଭାପତି ବିଜୟା ବନ୍ଦନା ରାଉତରାୟ ଏହାକୁ ବିକଶିତ କରିବା ପାଇଁ ଅହରହ ଉଦ୍ୟମରତ ଅଛନ୍ତି।

କୌଣସି ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟର ଉନ୍ନତି ତଥା କେନ୍ଦ୍ରୀୟ ଅନୁଦାନ ପାଇଁ ‘ନାକ’ ମାନ୍ୟତା ଅପରିହାର୍ଯ୍ୟ। ନାକ ଯେଉଁ କଲେଜକୁ ଯେତେ ଭଲ ଗ୍ରେଡ଼ ଦେବ ସେହି କଲେଜ ସେତେ ଉନ୍ନତି କରିବ। ତେବେ ଗୋଦାବରୀଶ ମହାବିଦ୍ୟାଳୟକୁ ନାକ ଶେଷଥର ପାଇଁ ୧୬ ବର୍ଷ ତଳେ ପରିଦର୍ଶନକୁ ଆସିଥିବା ବେଳେ ଅଦ୍ୟାବଧି ପୁନଃ ପରିଦର୍ଶନକୁ ଆସିନାହିଁ। ଯାହାଦ୍ୱାରା କଲେଜର ବହୁତ କ୍ଷତି ହେଉଛି।

ଏହାକୁ ଗୁରୁତ୍ୱ ଦେଇଛନ୍ତି ନୂତନ ଅଧ୍ୟକ୍ଷ ଶ୍ରୀ ହୋତା। କିପରି ନାକ ଟିମ କଲେଜକୁ ଯଥାଶୀଘ୍ର ପରିଦର୍ଶନ ପାଇଁ ଆସିବ ସେ ନେଇ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ଶ୍ରୀ ହୋତା।  ପ୍ରାଥମିକ ପଦକ୍ଷେପ ଭାବେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଧ୍ୟାନ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ଲାସ କରିବା ବାଧ୍ୟତାମୂଳକ କରାଯାଇଛି। କ୍ଲାସ ନକରି ବାହାରେ ବୁଲୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନୋଟିସ ଜାରି କରିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ।

ସେହିପରି ଭାବେ କ୍ଲାସ ସରିଗଲାପରେ ଛାତ୍ରଛାତ୍ରୀମାନେ ବାହାରେ ନବୁଲି ଘରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ରହିଛି। ତତସହିତ ଅଭିଭାବକଙ୍କୁ କଲେଜ ସହ ଯୋଡିବା ପାଇଁ ଅଧ୍ୟକ୍ଷ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଓ ଟିମ ବିଭିନ୍ନ ଗ୍ରାମକୁ ଯାଇ ସେଠାକାର ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଭେଟି ଗ୍ରାମସଭା ପରି ବୈଠକ କରୁଥିବାର ଦେଖାଯାଇଛି।

ଉକ୍ତ ବୈଠକରେ ଅଭିଭାବକ ମାନେ ସିଧାସଳଖ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନଙ୍କ ଠାରୁ ସେମାନଙ୍କ ପିଲାମାନଙ୍କ କଲେଜ ମଧ୍ୟରେ କାର୍ଯ୍ୟକଳାପ ଓ ପାଠପଢା ବିଷୟରେ ବିସ୍ତୃତ ଭାବେ ଜାଣିବାକୁ ସକ୍ଷମ ହେଉଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଆହୁରି ସଚେତନ ହେଉଛନ୍ତି।

ସେହିପରି ଭାବେ ପ୍ରତ୍ୟେକ କ୍ଲାସରେ କ୍ୟାରିଅର କାଉନସେଲିଙ୍ଗ ମଧ୍ୟ ଜାରି ରହିଥିବାର ଜଣାପଡିଛି। ଯୁକ୍ତ ୩ ର ପ୍ରତ୍ୟେକ ବିଭାଗରେ ସାପ୍ତାହିକ ଆଲୋଚନା ଚକ୍ରକୁ ବାଧ୍ୟତାମୂଳକ କରିଛନ୍ତି ଅଧ୍ୟକ୍ଷ, ଯାହାଦ୍ୱାରା ପିଲାମାନଙ୍କ ବୌଦ୍ଧିକ ବିକାଶ ହୋଇପାରିବ। ନାକ ଟିମ ଗସ୍ତ ପାଇଁ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅଭିଭାବକ, ସାମ୍ବାଦିକ, ଜନ ପ୍ରତିନିଧି, ସ୍ଥାନୀୟ ଅଞ୍ଚଳବାସୀ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସହଯୋଗ ଲୋଡ଼ିବା ନେଇ ଆସନ୍ତା ଜାନୁଆରୀ ୨୮ ତାରିଖରେ ମହାବିଦ୍ୟାଳୟ ପକ୍ଷରୁ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ହୋତା କହିଛନ୍ତି।

ପୁରୁଣା ସମସ୍ୟାଗୁଡିକୁ ନଧରି କିପରି ବର୍ତ୍ତମାନ ଆମେ ସମସ୍ତେ ଏକ ହୋଇ ସହାଭାଗିତାର ସହ ଆମ ମହାବିଦ୍ୟାଳୟର ଉତ୍ତୋରତର ଉନ୍ନତି କରିପାରିବା ତାହାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀ ହୋତା। ତେବେ ଯାହା ହେଉ ନୂତନ ଅଧ୍ୟକ୍ଷ ଦାଇତ୍ୱ ନେବାର ମାତ୍ର କେଇଟା ଦିନ ହୋଇଥିବା ବେଳେ ତାଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସିତ କରିଛନ୍ତି।

ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.