Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜିଠାରୁ ଭୁବନେଶ୍ବରରେ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀର ଶୁଭାରମ୍ଭ
ଜାତୀୟ ଖବର

ଆଜିଠାରୁ ଭୁବନେଶ୍ବରରେ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀର ଶୁଭାରମ୍ଭ

February 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
SpaceWheel
ଆଜିଠାରୁ ଭୁବନେଶ୍ବରରେ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀର ଶୁଭାରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଇସ୍ରୋର ୩ ଦିନିଆ ସ୍ପେସ୍ ଅନ୍ ହୁଇଲ୍ ପ୍ରଦର୍ଶନୀ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ), ମହାକାଶ ପ୍ରୟୋଗ କେନ୍ଦ୍ର, ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରଦର୍ଶନୀ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଏଥିର ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଓ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଉଦଘାଟକ ଭାବେ ଯୋଗଦାନ କରିବେ ।

ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,  ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ଶ୍ରୀମତୀ ମଂଜୁଲତା କଂଅର, ଜିଲ୍ଲାପାଳ, ଖୋର୍ଦ୍ଧା କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ବକ୍ତାଭାବେ ଇସ୍ରୋର ଗ୍ରୁପ୍ ଡାଇରେକ୍ଟର (ଆର.ପି.ସି.ଜି) ଡଃ. ପାରୁଲ ପଟେଲ ଯୋଗଦେବାକୁଥିବା ବେଳେ ଓଡିଶା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଢୀ ଅତିଥି ଭାବେ ଉପସ୍ଥିତ ରହିବେ।

ଏହି ପ୍ରଦର୍ଶନୀ ପରିପ୍ରେକ୍ଷୀରେ କ୍ୟାପିଟାଲ ହାଇ ସ୍କୁଲ, ୟୁନିଟ୍-୩ ଠାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏହି ପ୍ରଦର୍ଶନୀ ଫେବୃୟାରୀ ୧୨ରୁ ୧୪ ତାରିଖ ପର‌୍ୟ୍ୟନ୍ତ ଚାଲିବ । ପ୍ରଦର୍ଶନୀ ୧୨ ଓ ୧୩ ତାରିଖରେ ପ୍ରତ୍ୟହ ସକାଳ ୯ ରୁ ଅପରାହ୍ଣ ୫ଟା ଓ ୧୪ତାରିଖରେ ମଧ୍ୟାହ୍ନ ୧୨ ଟା ପର‌୍ୟ୍ୟନ୍ତ ଖୋଲା ରହିବ କ୍ଷ ୧୨ ଓ ୧୩ ତାରିଖ ଅପରାହ୍ଣ ୪ ଟାରୁ ସଂଧ୍ୟା ୬ ଟା ପର‌୍ୟ୍ୟନ୍ତ ଏହି ପ୍ରଦର୍ଶନୀକୁ ସାଧାରଣ ଦର୍ଶକମାନେ ମଧ୍ୟ ଦେଖିପାରିବେ ।

ପ୍ରକାଶ ଥାଉକି , ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସମ୍ପକିତ ସୂଚନା ପ୍ରଦାନ ଓ ଜ୍ଞାନ ଆହରଣ କରାଇବା, ୫୦ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ କ୍ଷ ମହାକାଶ ଗବେଷଣାର ଇତିହାସ,ମହାକାଶକୁ ଯାତ୍ରା, ଉପଗ୍ରହକୁ ସଂସ୍ଥାପିତ କରୁଥିବା ଯାନ, ପାରସ୍ପରିକ ଆଲୋଚନା, ମଡେଲ ଏବଂ ବିଶେଷଜ୍ଞଙ୍କ ସହିତ ଆଲୋଚନା, ବିଷୟଭିତ୍ତିକ ଆଲୋଚନା, ଭିଡିଓ ଚିତ୍ର ଆଦି ଏହି ପ୍ରଦର୍ଶନୀ ଦିନମାନଙ୍କରେ ପ୍ରଦର୍ଶିତ ହେବ ।ପ୍ରଦର୍ଶନୀକୁ ପ୍ରତିଦିନ ପ୍ରାୟ ୧୪୦୦ ଛାତ୍ର ଛାତ୍ରୀ ବିଭିନ୍ନ ପର‌୍ୟ୍ୟାୟରେ ବୁଲି ଦେଖିବା ସହ ସମ୍ପର୍କିତ ଉପରୋକ୍ତ ବିଭିନ୍ନ କାର‌୍ୟ୍ୟକ୍ରମରେ ସାମିଲ ହେବେ କ୍ଷ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ସୁଯୋଗ ରହିଛି।

isro
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026
Latest News

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.