Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପ୍ରସ୍ତୁତି ବୈଠକ
ଆଜିର ଖବର

ବାଣପୁର: ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ବୁଧବାର ଅପରାହ୍ନରେ ଚଳିତ ବର୍ଷ ହେବାକୁଥିବା ଐତିହାସିକ ପଞ୍ଚାଦୋଳ ନିମନ୍ତେ ପାଲଟନ ପଡିଆର ଛାୟା ମଣ୍ଡପ ଠାରେ ପଞ୍ଚୁଦୋଳ କମିଟି ସମ୍ପାଦକ ମାଧବ ବାରିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଅମର କାଣ୍ଡିଙ୍କ ସଭାପତିତ୍ୱରେ ବୈଠକ ହୋଇଥିବା ବେଳେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁର ଏନଏ ସି ଅଧକ୍ଷ ମିଟୁ ନାୟକ, ଭଗବତୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ, ସଂଗ୍ରାମ କେଶରୀ ସାହୁ, କୋଷାଧ୍ୟକ୍ଷ ନବ ପ୍ରଧାନ ଓ ଜୟ କୃଷ୍ଣ ପ୍ରଧାନଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କୋସାଧ୍ୟକ୍ଷ ବିଗତ ବର୍ଷ ମାନଙ୍କର ଆୟବ୍ୟୟର ହିସାବ ପଠନ କରିଥିବା ବେଳେ ଚଳିତବର୍ଷ ଐତିହାସିକ ପଞ୍ଚଦୋଳକୁ ସରସ ସୁନ୍ଦର କରିବାକୁ ସର୍ବ ସମ୍ମତ ଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା।

ତେବେ ଚଳିତ ବର୍ଷ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ପଞ୍ଚୁଦୋଳ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯାଇ ଆଜିଠାରୁ ସମସ୍ତ ପ୍ରସ୍ତୁତି କରିବାକୁ ସଭା କମିଟିଙ୍କ ଉପରେ ନ୍ୟସ୍ତ କରିଥିଲା। ପଡିଆରେ ଅବସ୍ଥିତ ବିମାନ ପିଣ୍ଡି ସବୁ ଏନଏସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଏନଏସି ତରଫରୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିବାର ଅଧ୍ୟକ୍ଷ ମିଟୁ ନାୟକ ସଭାରେ ମତ ପ୍ରକାଶ କରିଥିଲେ।

ଉପସଭାପତି ଗୋପୀନାଥ ମହାରଣା ପଞ୍ଚୁଦୋଳ କମିଟି ମାଧ୍ୟମରେ ଯାହା ଉନ୍ନତିର ଆବଶ୍ୟକତା ଅଛି ତାହା ଯୁଦ୍ଧ କାଳୀନ ଭିତିରେ ସମ୍ପନ୍ନ କରାଯିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ବହୁ ଉଠା ଦୋକାନୀ ଗତ ଦୁଇ ବର୍ଷ ହେଲା ବାଣପୁର ପଞ୍ଚଦୋଳରେ ନିଜ ଦୋକାନ ପକାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି କମିଟି ତରଫରୁ କୁହାଯାଇଛି।

ଆଗାମୀ ଦିନରେ କମିଟିର କର୍ମକର୍ତ୍ତା ମାନେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ସମସ୍ତ ରୂପରେଖ ପ୍ରସ୍ତୁତ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ତେବେ ଚଳିତ ବର୍ଷ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉକ୍ତ କମିଟିର ସମ୍ମାନ ନିଶ୍ଚିତ ରଖିବା ସହ ଐତିହାସିକ ପଞ୍ଚଦୋଳକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି କମିଟି ଓ ବାଣପୁରବାସୀ ଆଶା ରଖିଛନ୍ତି।

ପ୍ରସ୍ତୁତି ବୈଠକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ଆଇପିଏଲର ସବୁଠାରୁ ମହଙ୍ଗା ଦଳ ହେଲା ରାଜସ୍ଥାନ ରୟାଲ୍ସ ଦଳ: ୧୫୨୮୬ କୋଟିରେ ହେଲା ବିକ୍ରି

March 24, 2026

ରେଳ ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ ପ୍ରତିନିଧି ଦଳ: ଜାଣନ୍ତୁ କାରଣ

March 24, 2026
Latest News

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ ରାହୁଲ ଗାନ୍ଧୀ: କହିଲେ କାରଣ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.