Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବରିଷ୍ଠ ବିଜେପି ନେତାଙ୍କ ବିୟୋଗ
ଆଞ୍ଚଳିକ

ବାଣପୁର: ବରିଷ୍ଠ ବିଜେପି ନେତାଙ୍କ ବିୟୋଗ

March 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ବାଣପୁର: ଗୁରୁବାର ପୂର୍ବାହ୍ନରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ତଥା ଦେଓଗାଁ ଗ୍ରାମପଞ୍ଚାୟତର ବିଜେପିର ଜଣେ ପ୍ରତିଷ୍ଠିତ ନେତା ଭାବରେ ଜଣାଶୁଣା ବ୍ୟକ୍ତିତ୍ୱ ସୁଶୀଲ କୁମାର ବିଶୋଇଙ୍କର ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିବା ଜଣାଯାଇଛି। ଦୀର୍ଘଦିନ ଧରି ଶରୀର ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ତରଫରୁ କୁହାଯାଇଛି।

ସେ ପିଲାଟି ବେଳରୁ ଜନସେବାରେ ନିଜକୁ ଉତ୍ସର୍ଗ କରି ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଓଗାଁ ପଞ୍ଚାୟତର ଥରେ ସରପଞ୍ଚ, ଥରେ ସମିତି ସଭ୍ୟ ଭାବରେ ନିର୍ବାଚିତ ହୋଇ ଅଂଚଳର ବହୁ ବିକାଶମୁଖି କାର୍ଯ୍ୟ କରିଥିଲେ। ତାଙ୍କ ଧର୍ମପତ୍ନୀ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇ ବାଣପୁର ବ୍ଲକ ଅଧ୍ୟକ୍ଷା ପଦରେ ଅଧିଷ୍ଠିତ ହୋଇଥିବା ବେଳେ ବାଣପୁର ଅଂଚଳର ବହୁ ଉନ୍ନତି ମୁଲକ କାର୍ଯ୍ୟ କରିଛନ୍ତି।

ଅଂଚଳର ଜଣେ ନିର୍ଭିକ ଓ ଅପ୍ରତିଦ୍ବନ୍ଦି ନେତା ଭାବରେ ସେ ଜଣାଶୁଣା ଥିଲେ। ସୁଶୀଲ ଭାଇ ଭାବରେ ସେ ଘରେ ଘରେ ପରିଚିତ ଥିଲେ। ତାଙ୍କର ଅବର୍ତମାନରେ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଦୁଷ୍ମନ୍ତ ହରିଚନ୍ଦନ, ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ।

ଗମ୍ଭାରୀମୁଣ୍ଡା ବାଣପୁର ବିଜେପି ନେତା
Share. Facebook Twitter LinkedIn Email WhatsApp Copy Link

Related Posts

ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳଙ୍କ ବାଣପୁର ବାଲୁଗାଁ କ୍ଲବ ପରିଦର୍ଶନ

May 11, 2026

ମା’ ଭଗବତୀଙ୍କ ଚାପ କ୍ରୀଡ଼ା: ସାତଦେବା ଦେବୀଙ୍କୁ ସାଥିରେ ଧରି ଭଉଁରୀ ଖେଳିଲେ ମା’ ସାଆନ୍ତାଣି

May 10, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.