Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଦୀର୍ଘ ୫ ଦିନ ଧରି ବଙ୍କାଡ଼ ଜଙ୍ଗଲରୁ ଲିଭୁନି ନିଆଁ, ବନବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ
ଆଞ୍ଚଳିକ

ବାଣପୁର: ଦୀର୍ଘ ୫ ଦିନ ଧରି ବଙ୍କାଡ଼ ଜଙ୍ଗଲରୁ ଲିଭୁନି ନିଆଁ, ବନବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ

March 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଧାରାରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲ ରହିଲେ ଜୀବନ ସମ୍ଭବ। ତେଣୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ସରକାରଙ୍କ ବିଭିନ୍ନ ପ୍ରୟାସ ପରେ କିଛି ଦୁର୍ବୃତ୍ତ ଏହାକୁ ଅଣଦେଖା କରି ନିଜ ସ୍ଵାର୍ଥ ପାଇଁ ଲାଗିପଡିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ସତେ ଯେମିତି ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଯାହାଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଗତ ୫ ଦିନ ହେଲା ନିଆଁ ଜଳୁଛି। ଫଳରେ ବହୁ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ ପୁନଶ୍ଚ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଛନ୍ତି।  ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହେଉଛନ୍ତି।

ତେବେ ଯଦି ଏହିପରି ଜଙ୍ଗଲରେ ନିଆଁ ଲାଗି ରହେ, ତେବେ ଆଗକୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ବନ୍ୟଜନ୍ତୁ ଜନବସତି ମୁହାଁ ହେବେ। ଖୋର୍ଦ୍ଧା ଡ଼ିଏଫଓ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି।

ଅଗ୍ନିଶମ ବାହିନୀ ବନବିଭାଗ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.