Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାବାଳିକା ବର୍ଷା ନାଇକ ପାଇଁ ବରଦାନ ହେଲା ବି.ଏସ୍.କେ.ୱାଇ.
ଆଜିର ଖବର

ନାବାଳିକା ବର୍ଷା ନାଇକ ପାଇଁ ବରଦାନ ହେଲା ବି.ଏସ୍.କେ.ୱାଇ.

March 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମର ମିଳିତ ପ୍ରଚେଷ୍ଟା ଗଞାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କଇଥପୋଲି ହରିଜନ ସାହିର ନାବାଳିକା ବର୍ଷା ନାଇକ (୧୭ ବର୍ଷ) ପାଇଁ ବରଦାନ ସାବସ୍ତ୍ୟ ହୋଇଛି। ମାନସିକ ଭିନ୍ନକ୍ଷମ ହୋଇଯାଇଥିବା ବର୍ଷାର ମା’ ଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଛି। ସେ ଆରୋଗ୍ୟ ଲାଭ କରିଛନ୍ତି । ପାଠ ପଢା ପାଇଁ ମଧ୍ୟ ବର୍ଷାକୁ ସହାୟତା ମିଳିଛି।

ଘଟଣାର ବିବରଣୀରୁ ଜଣାପଡିଛି ଯେ ବର୍ଷାଙ୍କର ମା’ ପ୍ରଭାସିନୀ ନାଇକ ମାନସିକ ରୋଗଗ୍ରସ୍ତ ହୋଇପଡିଥିଲେ। ବର୍ଷାକୁ ଘରର କାମ, ଖାଦ୍ୟ ଯୋଗାଡ, ମା’ ଙ୍କର ଯତ୍ନ ଆଦି ସମସ୍ତ କାମ କରିବାକୁ ପଡୁଥିଲା। ଆର୍ଥିକ ଦୁରାବସ୍ଥା ମଧ୍ୟ ଆଉ ଏକ ବାଧକ ଥିଲା। ଗଣମାଧ୍ୟମରୁ ଏକଥା ଜାଣିବାମାତ୍ରେ ବି.ଏସ୍.କେ.ୱାଇ. ଟିମ୍ ମିଶନ୍ ମୋଡରେ କାମ ଆରମ୍ଭ କରିଥିଲେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ଗଞାମ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍, ବେଲଗୁଣ୍ଠା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଦଳଗତ ଉଦ୍ୟମ ଆରମ୍ଭ ହୋଇଥିଲା।
ପ୍ରଭାସିନୀ ରହୁଥିବା ଗ୍ରାମରେ ପହଞ୍ଚି ଏହି ଟିମ୍ ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହାୟତାରେ ପ୍ରଭାସିନୀଙ୍କ ପରିବାର ସହ ଆଲୋଚନା କରିଥିଲେ। ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେବ ବୋଲି ବୁଝାଇଥିଲେ।

ଲଗାତର ଦୁଇ ତିନିଥର ସିଧାସଳଖ ଆଲୋଚନା, ବୁଝାସୁଝା ଏବଂ ପ୍ରତିଶୃତି ଆଦି ପରେ ପରିବାରଙ୍କ ପୂର୍ଣ୍ଣ ସହମତିରେ ଜଣେ ଆତ୍ମୀୟ ସହାୟକଙ୍କ ସହିତ ପ୍ରଭାସିନୀଙ୍କୁ ଫେବୃଆରୀ ୧୬ ତାରଖ ଦିନ ସ୍ୱତନ୍ତ୍ର ଗାଡିରେ କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଆବଶ୍ୟକୀୟ ଚିକିତ୍ସାପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଓ ନିଶାନିବାରଣ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଆଡମିଶନ କରି ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା।

ବିଶେଷଜ୍ଞମାନଙ୍କ ଦ୍ୱାରା ପଦ୍ଧତିଗତ ଚିକିତ୍ସା ଓ ନିରନ୍ତର ପର୍ଯ୍ୟବେକ୍ଷଣ ଯୋଗୁ ପ୍ରଭାସିନୀଙ୍କ ମାନସିକ ସ୍ଥିତିରେ ଦୃତ ଉନ୍ନତ୍ତି ସାଧନ ହୋଇଥିଲା। ସେ ଧିରେ ଧିରେ ଆରୋଗ୍ୟ ଲାଭ କରିଥିଲେ। ହସ୍ପିଟାଲରେ ତାଙ୍କ ପାଖରେ ଥିବା ନିଜ ପୁଅ ଏବଂ ଡ଼ାକ୍ତର ଓ ନର୍ସମାନଙ୍କ ସହ ସ୍ୱାଭାବିକ କଥାବାର୍ତ୍ତା କରିବା ଆରମ୍ଭ କଲେ। ଶେଷରେ ଗତକାଲି (ତା ୯/୩/୨୦୨୩ ରିଖ) ପ୍ରଭାସିନୀଙ୍କୁ ହସ୍ପିଟାଲରୁ ଡିସଚାର୍ଯ କରାଯାଇଥିଲା। ସଂପୂର୍ଣ୍ଣ ଚିକିତ୍ସା ଓ ଔଷଧ ଆଦି ତାଙ୍କୁ ମାଗଣାରେ ଯୋଗାଯାଇଥିଲା। ହସ୍ପିଟାଲରୁ ଡିସଚାର୍ଯ ସମୟରେ ଏକ ମାସ ପାଇଁ ଔଷଧ ଦିଆଯାଇଥିଲା। ପରବର୍ତ୍ତି ଅନୁସରଣ ଚିକିତ୍ସା ବିଷୟରେ ତାଙ୍କର ପୁଅ ଓ ପରିବାର ଲୋକମାନଙ୍କୁ ମଧ୍ୟ ବୁଝାଇ ଦିଆଯାଇଥିଲା। ଆଜି ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ପ୍ରଭାସିନୀ ପ୍ରାୟ ସ୍ୱାଭାବିକ ଜୀବନ ଆରମ୍ଭ କରୁଛନ୍ତି। ବି.ଏସ୍.କେ.ୱାଇ. ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି।

ଇତି ମଧ୍ୟରେ ବର୍ଷାଙ୍କୁ ଶିକ୍ଷା ବାବଦ ଜରୁରୀ ଖର୍ଚ୍ଚ ନିମନ୍ତେ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ‘ବୁକ୍ ବ୍ୟାଙ୍କ୍’ ରୁ ମାଗଣାରେ ତାଙ୍କୁ ବହି ଯୋଗାଇ ଦିଆଯାଇଛି। ବର୍ଷାର +୨ ଶିକ୍ଷା ନିମନ୍ତେ ସମସ୍ତ ଫିସ୍ ଛାଡ କରିବା ପାଇଁ ଭଞନଗର ଉପଜିଲ୍ଲାପାଳ ସଂପୃକ୍ତ +୨ କଲେଜକୁ ନିର୍ଦେଶ ଦେଇଛନ୍ତି। ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଗ୍ରାମୀଣ ଆବାସ ଯୋଜନାରେ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଭାସିନୀଙ୍କ ପୁଅ ଦୀପକ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ମୋର ମା’କୁ ଭଲ କଲା ଏବଂ ଆମ ପରିବାରକୁ ରକ୍ଷାକଲା। ଆମେ ଏଥିପାଇଁ ଚିର କୃତଜ୍ଞ।” ପ୍ରଭାସିନୀଙ୍କୁ ସହାଯତା କରୁଥିବା ତାଙ୍କର ବଡ଼ ଭଉଣୀ ବିଭାସିନୀ କହିଛନ୍ତି, “ଓଡ଼ିଶା ସରକାରଙ୍କ ପାଇଁ ଦୀର୍ଘଦିନ ଧରି ମାନସିକ ରୋଗାଗ୍ରସ୍ତ ଥିବା ମୋର ଭଉଣୀ ଭଲ ହେଲା, ତା’ର ପିଲା ଛୁଆ ପରିବାର ରକ୍ଷା ହେଲା। ବି.ଏସ୍.କେ.ୱାଇ. ସତରେ ଜୀବନ ରକ୍ଷାକାରୀ ଯୋଜନା। ମୁଖ୍ୟମନ୍ତ୍ରୀଙ୍କୁ କୋଟି ପ୍ରଣାମ।”

ବି.ଏସ୍.କେ.ୱାଇ. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Latest News

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026

ବଢିଲା ସୁନା ଏବଂ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ଦର

February 4, 2026

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.