Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାମାଜିକ ଗଣମାଧ୍ୟମରେ ପ୍ରଚାରର ନୂଆ ତରିକା ଗ୍ରହଣ କଲା ବିଜେଡି- ‘ଶଙ୍ଖ ମୋ ଗର୍ବ’
ବିଶେଷ ଖବର

ସାମାଜିକ ଗଣମାଧ୍ୟମରେ ପ୍ରଚାରର ନୂଆ ତରିକା ଗ୍ରହଣ କଲା ବିଜେଡି- ‘ଶଙ୍ଖ ମୋ ଗର୍ବ’

March 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sankha
ସାମାଜିକ ଗଣମାଧ୍ୟମରେ ପ୍ରଚାରର ନୂଆ ତରିକା ଗ୍ରହଣ କଲା ବିଜେଡି- 'ଶଙ୍ଖ ମୋ ଗର୍ବ'

ଭୁବନେଶ୍ବର: ଏବେ କିଛିଦିନ ଧରି ସାମାଜିକ ଗଣମାଧ୍ୟମରେ ବିଜୁ ଜନତା ଦଳ ପ୍ରଚାରର ଏକ ନୂଆ ତରିକା ଗ୍ରହଣ କରିଛି। ତାହା ହେଲା ଫେସବୁକ, ଟୁଇଟର ଏବଂ ଅନ୍ୟ ସାମାଜିକ ମିଡିଆରେ ସବୁ ବିଜେଡି ନେତା ଦୃଶ୍ୟମାନ ହୋଇଛନ୍ତି। ନିଜନିଜ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଛନ୍ତି। ଯେଉଁଥିରେ କୁହାଯାଉଛି ଯେ ‘ଶଙ୍ଖ ମୋ ଗର୍ବ’।

ପ୍ରଥମେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ସ୍ଲୋଗାନ ନେଇ ଫେସବୁକରେ ଦୃଶ୍ୟମାନ ହେଲେ। ଏହାପରେ ପରେ ସୁଶାନ୍ତ ସିଂ, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ରିତା ସାହୁ ପରି ବହୁ ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଏହି ସ୍ଲୋଗାନ ନେଇ ଉଭା ହୋଇଛନ୍ତି।

https://thesamikhsya.com/odia/wp-content/uploads/2023/03/BJD.mp4

 

ଧିରେ ଧିରେ ଏହି ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବଡବଡ ନେତାଙ୍କର ଏପରି ସ୍ଲୋଗାନ ଦେଖି ଅନ୍ୟ ନେତା ତଥା କର୍ମିମାନେ ମଧ୍ୟ ଏପରି ଭିଡିଓ ଅପଲୋଡ କରିବାରେ ଲାଗିଛନ୍ତି। ଯାହା ଜଣାପଡୁଛି ବର୍ତ୍ତମାନ ସହର ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତ ନେତା ଓ କର୍ମିମାନେ ଏହି ସ୍ଲୋଗାନ କହି ଭିଡିଓ ଅପଲୋଡ କରିବେ। ଫଳରେ ଓଡିଶାର ସୋସିଆଲ ମିଡିଆରେ ବିଜେଡି ଆସନ୍ତା କିଛି ଦିନ ଭିତରେ ପୁରା ଛାଇ ହୋଇଯିବ।

ପୂର୍ବରୁ ବିଜେଡି ନିର୍ବାଚନ ପୂର୍ବରୁ କିଛି ନା କିଛି ନୂଆ ତରିକା ଗ୍ରହଣ କରି ଲୋକଙ୍କୁ ଆକୃଷ୍ଟ କରିଥାଏ। ଠିକ ଓଡିଶାର ସାଧାରଣ ନିର୍ବାଚନ ଆଉ ବର୍ଷେ ପାଖାପାଖି ବାକି ଥିବାରୁ ଦଳ ଏହିପରି ଏକ ଭିନ୍ନ ତରିକା ଗ୍ରହଣ କରିଛି। ପୂର୍ବରୁ ଖୋଦ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆପଣମାନେ ଖୁସି ତ’ କହି ପ୍ରଚାରର ନୂଆ ମାଧ୍ୟମ ସୃଷ୍ଟି କରିଥିଲେ। ଯାହା ଗାଁଗଣ୍ଡା ଚାରିଆଡେ ବେଶ ଚହଳ ପକାଇଛି।

କେବଳ ଏତିକି ନୁହଁ ବର୍ତ୍ତମାନଠାରୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାକୁ ମାରଥନ ଗସ୍ତ କରି ସରକାର କିପରି ଲୋକଙ୍କ ପାଖରେ ଅଛି ତାହାର ପ୍ରମାଣ ଦେବାରେ ଲାଗିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଓ ବିଜେଡିକୁ ବଦନାମ କରିବା ପାଇଁ ବିଜେପି ନୂଆ ପ୍ରସଂଗ ଖୋଜୁଥିବା ବେଳେ, ଅନ୍ୟପଟେ ବିଜେଡି ଲୋକଙ୍କର ଆସ୍ଥାଭାଜନ ପାଇଁ ଭିନ୍ନ ତରିକା ଆପଣେଇବାରେ ଲାଗିଛି। ଯାହାର ସଦ୍ୟତମ ଉଦାହରଣ ହେଲା ‘ଶଙ୍ଖ ମୋ ଗର୍ବ’।

BJD ବିଜେଡି ଶଙ୍ଖ ମୋ ଗର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ଓଲଟିଲା ବସ : ୨୦ ଗୁରୁତର

April 28, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.