Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ ରେଳ ଲାଇନ ଦୋହରୀକରଣରେ ଆଉ ଏକ ମାଇଲ ଖୁଣ୍ଟ
ଆଜିର ଖବର

କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ ରେଳ ଲାଇନ ଦୋହରୀକରଣରେ ଆଉ ଏକ ମାଇଲ ଖୁଣ୍ଟ

March 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

 ଭୁବନେଶ୍ଵର: ବର୍ତ୍ତମାନ କୋଟାଭାଲାସା-କୋରାପୁଟ-କିରାଣ୍ଡୁଲ (କେକେ) ରେଳ ଲାଇନରେ ଦୋହରୀକରଣ କାର୍ଯ୍ୟ ଚାଲୁରହିଛି। ସମୁଦାୟ ୪୪୫ କିଲୋମିଟର ଦୋହରୀକରଣ କାର୍ଯ୍ୟ ମଧ୍ୟରୁ ୨୩୭ କିଲୋମିଟର ଦୋହରୀକରଣ କାର୍ଯ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଛି।  କୋଟାଭାଲାସା-କିରାଣ୍ଡୁଲ ମଧ୍ୟରେ ସିଂଗିଲ ଲାଇନ ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ଟ୍ରାଫିକ୍ ସମସ୍ୟା ହେତୁ ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜ ପରିବହନ ମାର୍ଗରେ ଟ୍ରେନ୍ ଚଳାଚଳରେ ବିଳମ୍ବର ସମ୍ମୁଖୀନ ହେଉଛି। ଦୋହରୀକରଣ କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଟ୍ରାଫିକ୍ ସହଜ ହେବ ସହିତ ଏବଂ ଅସୁବିଧାଜନକ ବାଧା ଦୂର କରାଯାଇ ହେବ।

ଆଜି ପୂର୍ବ ତଟ ରେଳପଥ ୱାଲଟିୟର ରେଳ ସେକ୍ସନ ଅଧୀନରେ ଥିବା ଓଡିଶାର କୋରାପୁଟ ଜିଲ୍ଲାର ଛତ୍ରିପୁଟ-ମାଲିଗୁଡା ଷ୍ଟେସନ ମଧ୍ୟରେ ୬.୯୫ କିଲୋମିଟର ଲମ୍ବ ବ୍ରଡ ଗେଜ ଦୋହରୀକରଣ ରେଳ ଲାଇନ ସେକ୍ସନରେ ଟ୍ରେନ ଚଳାଚଳ ପାଇଁ ଅନୁମତି ଗ୍ରହଣ କରିଛି। ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) /ଦକ୍ଷିଣ ପୂର୍ବାଞ୍ଚଳ (ଏସଇ) ସର୍କଲ ଏ.ଏମ.ଚୌଧୁରୀ ଆଜି ଏହି ଦୋହରୀକରଣ ମାର୍ଗରେ ନୀରିକ୍ଷଣ କରି ଟ୍ରେନ ଚଳାଚଳ ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି ପ୍ରକଳ୍ପ ନିର୍ମାଣରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଅଭିନନ୍ଦନ ଜଣାଇଛନ୍ତି।

କେକେ ଲାଇନ ତିନୋଟି ରାଜ୍ୟର ଉପାନ୍ତ ଆଦିବାସୀ ଅଞ୍ଚଳରେ ଅବସ୍ଥିତ ଏବଂ ରେଳ ନେଟୱାର୍କ ମାଧ୍ୟମରେ ଏହି ଅଞ୍ଚଳର ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ ଙ୍କର କେନ୍ଦ୍ରବିନ୍ଦୁ ପାଲଟିଛି। ଚଳିତ ବର୍ଷ ଜଗଦଲପୁର-କୋରାପୁଟ ଜଟିଳ ଦୋହରୀକରଣ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ୨୪୮.୭୫ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଛତ୍ରୀପୁଟ ଏବଂ ଜୟପୁର ମଧ୍ୟରେ ଦୋହରୀକରଣ କାର୍ଯ୍ୟରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ପାଇଁ ୨୦୨୩-୨୪ ଆର୍ଥିକ ଜଵାର୍ସାରେ ୧୭୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି।

ପ୍ରସ୍ତାବିତ ରେଳ ନେଟୱାର୍କ ଗୁଡିକ ଏହି ଅଞ୍ଚଳରେ ସଂଯୋଗ ଓ ଯୋଗାଯୋଗକୁ ଉନ୍ନତ କରିବ ଏବଂ ଏହାର ବିକାଶ କରିବ। ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଅମର ପ୍ରକାଶ ଦ୍ୱିବେଦୀ, ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଅନୁପ ଶତପଥୀ ଏବଂ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ଏବଂ ୱାଲଟିୟର ରେଳ ମଣ୍ଡଳର ବରିଷ୍ଠ ଅଧିକାରୀମାନେ ସିଆରଏସଙ୍କ ଯାଞ୍ଚ ସମୟରେ ସହାୟତା କରିଥିଲେ।

ଦୋହରୀକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Latest News

ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ

August 11, 2026

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକମାନଙ୍କ ବୈଠକ

August 11, 2026

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.