ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ନୀଲକମଲ ସୋ ରୁମ

Published: Apr 6, 2023, 5:53 am IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବୁଧବାର ଅପରାହ୍ନରେ ବାଲୁଗାଁ ସହରରେ ଏକ ନୀଲକମଲର ଫର୍ନିଚର ସୋ ରୁମ ଉଦଘାଟନ ହୋଇଯାଇଛି। ଏଥି ପୂର୍ବରୁ ଓଡ଼ିଶାରେ ନୀଲକମଲର ଭୁବନେଶ୍ୱର, ବଲାଙ୍ଗୀର ଏବଂ କୋରାପୁଟ ସହରରେ ସୋ ରୁମ ଥିବାବେଳେ ବାଲୁଗାଁ ସହରରେ ଏହା ନୀଲକମଲର ଚତୁର୍ଥ ସୋ ରୁମ ବୋଲି ସୋ ରୁମ ମାଲିକ ଟୁନା ଖାଁ କହିଛନ୍ତି। ଏଥିସହିତ ଏହି ସୋ ରୁମରେ ଗ୍ରାହକଙ୍କ ଆବଶ୍ୟକ ମୁତାବକ ବିଭିନ୍ନ ଫର୍ନିଚର ସୁଲଭ ଦରରେ ବିକ୍ରି କରାଯାଉଥିବା ବେଳେ ପ୍ରତି ସାମଗ୍ରୀ ଉପରେ ଆକର୍ଷଣ ଉପହାର ରହିଥିବା ଶ୍ରୀ ଖାଁ କହିଛନ୍ତି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଥିବା ବେଳେ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ଥିଲେ।

Related posts