Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପରୋକ୍ଷରେ ଦାୟୀ କରୁଛନ୍ତି ବିଜେପି ନେତା: ବିଜେଡ଼ି
ବିଶେଷ ଖବର

ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପରୋକ୍ଷରେ ଦାୟୀ କରୁଛନ୍ତି ବିଜେପି ନେତା: ବିଜେଡ଼ି

April 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି ଏବଂ ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର‌୍ୟ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ତାଙ୍କୁ ଏମିତି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ. ମହାନ୍ତି କହିଛନ୍ତି ଯେ, ଆଜି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। କାରଣ ୨୦୦୦ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି।

ଡ. ମହାନ୍ତି ଆହୁରି କହିଛନ୍ତି, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ଓଡ଼ିଶାରେ ସ୍ୱାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ। ମାତ୍ର ସେପରି ନ କରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ସେମାନେ ମନେ ରଖିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

ଡ.ଲେନିନ ମହାନ୍ତି ଧର୍ମୀୟ ଭାବନା ବିଜେଡି ବିଜେପି ବିଶ୍ୱଭୂଷଣ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

“ବନ୍ଧୁ ବାଛିପାରିବେ, କିନ୍ତୁ ପଡ଼ୋଶୀ ନୁହେଁ”: ବ୍ରିକ୍ସ ସମ୍ମିଳନୀ ଉପରେ ସୁପ୍ରିୟା ସୁଲେଙ୍କ ପ୍ରତିକ୍ରିୟା

September 11, 2026

ଜରାଙ୍ଗେଙ୍କ ପ୍ରତିବାଦ ରୋକିବା ପାଇଁ ଆବେଦନ: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

September 11, 2026

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଷୋଡ଼ଶ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 11, 2026

ଟଙ୍କା ଫେରସ୍ତ ହେବା ସତ୍ତ୍ୱେ ବିଜୟ ମାଲ୍ୟାଙ୍କ ମାମଲା ବନ୍ଦ ହେବ ନାହିଁ?: କୋର୍ଟରେ ଇଡି ର ଗୁହାରୀ

September 11, 2026

ଭିତରକନିକାରେ ଶେଷ ହେଲା ଦେଶୀୟ ପକ୍ଷୀ ଗଣନା: ୧ ଲକ୍ଷ ୩୨ ହଜାର ୨୭୯ ପକ୍ଷୀ ଚିହ୍ନଟ

September 11, 2026

ଖଡ଼ଗପୁର ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ଟ୍ରେନ ବାତିଲ୍

September 11, 2026

“ବନ୍ଧୁ ବାଛିପାରିବେ, କିନ୍ତୁ ପଡ଼ୋଶୀ ନୁହେଁ”: ବ୍ରିକ୍ସ ସମ୍ମିଳନୀ ଉପରେ ସୁପ୍ରିୟା ସୁଲେଙ୍କ ପ୍ରତିକ୍ରିୟା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.