Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀ ପାଳନ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀ ପାଳନ

April 28, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

 ସୀତାରାମ ଅଗ୍ରୱାଲ

ବାଲୁଗାଁ: ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷାl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ” କବିତାଟି ଆବୃତ୍ତି କରିଥିଲେ।

ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ। ଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାରେ ଶତାବ୍ଦୀ ପୁରୁଷ ମଧୁବାବୁଙ୍କ ଅବଦାନ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହ ରାଜନୀତି ଓ ନୈତିକତାର ସେ କିପରି ମହାନ ଦୃଷ୍ଟାନ୍ତ ଥିଲେ ତାହା ଆଲୋଚନା କରିଥିଲେ। ତାଙ୍କ କାଳଜୟୀ ରଚନା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜାତୀୟତାର ସ୍ପନ୍ଦନରେ ଅନୁପ୍ରାଣିତ କରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ତପସ୍ୱିନୀ ନନ୍ଦ।

କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୀନା ରାଉତ, ବିଶ୍ୱଜିତ ଦାସ ଓ କ୍ରିଷ୍ଣା ସେଠୀ।

ଉତ୍କଳ ଗୌରବ ମଧୁସୂଦନ ଦାସ ଜୟନ୍ତୀ ପାଳନ ବନ୍ଦେ ଉତ୍କଳ ଜନନୀ ବାଲୁଗାଁ ମହାବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.