Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଙ୍ଗ ଦାନ ନୀତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ
ବିଶେଷ ଖବର

ଅଙ୍ଗ ଦାନ ନୀତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

May 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆଦିଲ୍ଲୀ: ଅଙ୍ଗ ଦାନ ଏବଂ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ଗଠନମୂଳକ ସଂସ୍କାର ଆସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାରଙ୍କ ଉପସ୍ଥିତିରେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଅଙ୍ଗ ଦାନ ଏବଂ ପ୍ରତିରୋପଣର ସ୍ଥିତି ସମୀକ୍ଷା କରିବାବେଳେ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍‍ କାର୍ଯ୍ୟକ୍ରମର ୯୯ ତମ ଏପିସୋଡରେ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଅଙ୍ଗ ଦାନ କରିବାକୁ ଆଗେଇ ଆସିବାଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ଦେଶରେ ଅଙ୍ଗ ଦାନ ପାଇଁ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି।

ଦେଶରେ ମୋଟ ଅଙ୍ଗ ପ୍ରତିରୋପଣ ସଂଖ୍ୟା ୨୦୧୩ ରେ ୫୦୦୦ ରୁ ବୃଦ୍ଧି ହୋଇ ୨୦୨୨ ମସିହାରେ ୧୫୦୦୦ ରୁ ଅଧିକ ହୋଇପାରିଛି। ବର୍ତ୍ତମାନ ଜାତୀୟ ସ୍ତରରେ ଅର୍ଗାନ ଆଣ୍ଡ ଟିସୁ ନେଟୱାର୍କ (ଏନ୍‍ଓଟିଟିଓ), ଆଞ୍ଚଳିକ ସ୍ତରରେ (ଆରଓଟିଟିଓ) ଏବଂ ରାଜ୍ୟ ସ୍ତରରେ (ଏସ୍‍ଓଟିଟିଓ) ମାଧ୍ୟମରେ ଉନ୍ନତ ସମନ୍ୱୟ ହେତୁ ମୃତଦାତାଙ୍କ ଠାରୁ ମିଳୁଥିବା ଅଙ୍ଗ ବ୍ୟବହାର କରାଯାଉଛି। ୨୦୧୬ ମସିହାରେ ୯୩୦ ମୃତ ଦାତାମାନଙ୍କଠାରୁ ମିଳିଥିବା ୨୨୬୫ ଅଙ୍ଗ ବ୍ୟବହାର କରାଯାଇଥିଲାବେଳେ ୨୦୨୨ ମସିହାରେ ୯୦୪ ମୃତ ଦାତାମାନଙ୍କ ମଧ୍ୟରୁ ୨୭୬୫ ଅଙ୍ଗ ବ୍ୟବହାର କରାଯାଇପାରିଛି।

ହସ୍ପିଟାଲରେ ଅଙ୍ଗ ଦାନ ଏବଂ ପ୍ରତିରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିରୋପଣ ମାନୁଆଲ ଏବଂ ପ୍ରତିରୋପଣ ସମନ୍ୱୟ ରକ୍ଷାକାରୀଙ୍କ ତାଲିମ ପାଇଁ ଏକ ଷ୍ଟାଣ୍ଡାର୍ଡ ପାଠ୍ୟକ୍ରମରେ ଏନ୍‍ଓଟିଟିଓ କାର୍ଯ୍ୟ କରୁଛି। ଏହି ଉଭୟ ଦସ୍ତାବିଜ୍‍ ସଂପୂର୍ଣ୍ଣ ହୋଇ ଖୁବ ଶୀଘ୍ର ପ୍ରକାଶ ପାଇବ।

ଯୋଜନାର ଉତ୍ତମ କାର୍ଯ୍ୟକାରିତା ପାଇଁ ଏନଓଟିଟିଓ ରେ ସମନ୍ୱୟ, ଆଇଇସି, ତାଲିମ ଏବଂ ଏଚ୍‍ଆର / ଆକାଉଣ୍ଟ ପାଇଁ ଚାରୋଟି ସମାନ୍ତରାଳ ବ୍ୟବସ୍ଥା ସୃଷ୍ଟି କରାଯାଇଛି। ସମ୍ପ୍ରତି, ଭାରତ ସରକାର ସେହି କେନ୍ଦ୍ରୀୟ କର୍ମଚାରୀଙ୍କୁ ୪୨ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଛୁଟି ପ୍ରଦାନ କରୁଛନ୍ତି, ଯେଉଁମାନେ ଅନ୍ୟ ମଣିଷକୁ ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଏକ ବିଶେଷ କଲ୍ୟାଣକାରୀ ପଦକ୍ଷେପ ଭାବରେ ଅଙ୍ଗ ଦାନ କରିଥାନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟ ଦେଶରେ ଅଙ୍ଗ ଦାନ ବୃଦ୍ଧି ଏବଂ ପ୍ରତିରୋପଣ ଦିଗରେ ନୀତିଗତ ସଂସ୍କାର ପାଇଁ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସରୁ ଶିକ୍ଷା ଗ୍ରହଣ କରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.