ବାଣପୁର: ନବ ବିବାହିତା ମହିଳାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Published: May 11, 2023, 11:02 am IST

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ଅଛି।

ଖବର ମୁତାବକ ହଳନ୍ଦା ଗ୍ରାମର ସସ୍ମିତା ବେହେରା (୧୯) ମାତ୍ର ଏଗାର ଦିନ ତଳେ ତୁମୁରାପୁଟ ଗ୍ରାମର ସୁମନ ବେହେରା (୨୫) ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।  ତେବେ ଆଜି ସକାଳୁ ହଠାତ ସସ୍ମିତାଙ୍କ ଦେହ ଖରାପ ହେବାରୁ ପରିବାରବର୍ଗ ତାଙ୍କୁ ବାଣପୁର ମେଡିକାଲ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ସସ୍ମିତାଙ୍କ ମାତାଙ୍କ ଅଭିଯୋଗ କ୍ରମେ ବାଣପୁର ପୋଲିସ କେସ ନମ୍ବର ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଜାରି ରଖିଛି। ଅପରପକ୍ଷରେ ବାଣପୁର ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Related posts