ଆକ୍ରମଣ ଅଭିଯୋଗରେ ବିଲଡରଙ୍କ ସମେତ ୮ ଗିରଫ

Published: Jun 23, 2023, 12:19 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଗ୍ରାମରେ ଜମି କାରବାରକୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଥାନା ଅଧିକାରୀ ଙ୍କ ନେତ୍ରୁତ୍ବରେ ପୋଲିସ ଟିମ ପହଞ୍ଚି ଯିବାରୁ ବଡ଼ ଧରଣର ଅଘଟଣ ଟଳି ଯାଇଛି।

ଘଟଣାରୁ ପ୍ରକାଶ ଯେ ସୋମପୁର ଗ୍ରାମର ମନମୋହନ ଗୌଡ଼ ନାମକ ଜଣେ ପ୍ଲଟ୍ ବ୍ୟବସାୟୀ ଉକ୍ତ ଗ୍ରାମର ସୁମିତ୍ରା ଗୌଡ, ବିଷ୍ଣୁପ୍ରିୟା ଗୌଡ଼ ଓ ବିନୋଦ ଗୌଡ଼ ଙ୍କ ମାଲିକାନାରେ ଥିବା ଜମିକୁ ଧାର୍ଯ୍ୟ ଠାରୁ କମ୍ ଦରରେ ରେଜିଷ୍ଟ୍ରେସନ କରିବାକୁ କହିଥିଲା। ଏହି କଥାକୁ ଉକ୍ତ 3 ଜଣ ମନା କରିବାରୁ ମନମୋହନ ଅନ୍ୟ କିଛି ଗ୍ରାମର 8 ଜଣ ଭଡାଟିଆ ଗୁଣ୍ଡା ଆଣି ଉକ୍ତ ପରିବାରର ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ଯାହା ଫଳରେ ଗ୍ରାମର ଅନ୍ୟ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ମୁକାବିଲା ପରିସ୍ଥିତି ସୃଷ୍ଟି ହେବା ବେଳେ ହଠାତ୍ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନେତ୍ରୁତ୍ବରେ ପୋଲିସ ଟିମ ପହଞ୍ଚି ଯିବାରୁ ବଡ଼ ଧରଣର ଅଘଟଣ ଟଳି ଗଲା ଓ ଘଟଣାସ୍ଥଳରେ ଉପସ୍ଥିତ ମନମୋହନ ସମେତ ଅନ୍ୟ 8 ଜଣ ଭଡାଟିଆ ଗୁଣ୍ଡା ଙ୍କୁ ପୋଲିସ କାବୁ କରି ବିନୋଦ, ସୁମିତ୍ରା ଓ ବିଷ୍ଣୁପ୍ରିୟା ଠାରୁ ଅଭିଯୋଗ ଗ୍ରହଣ କରି ଏତଲା ନଂ 435, 436, 437/23 ଅନୁଯାୟୀ ଉକ୍ତ 9 ଜଣ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ଓ ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର, ଗୋଟିଏ କାର୍ ନଂ OD07Y4994, ଓ ଦୁଇଟି ମୋଟର ସାଇକେଲ OD 32 6031, OD 7 V 9777 କୁ ଜବତ କରିଛନ୍ତିି।

ଅନ୍ୟ ପକ୍ଷରେ ମନମୋହନ ଗୌଡ଼ ଙ୍କ ସ୍ତ୍ରୀ ନିଶାମଣି ଗୌଡ଼ ତାଙ୍କ ଘରକୁ ଟେକା ପଥର ମାଡ ସହ ଘର ଭିତରକୁ ପଶି ତାକୁ ଓ ତା’ର ଝିଅ କୁ ମାଡ଼ ମାରିବା ସହ ଗୋଟିଏ ସୁନା ହାର ଝାମ୍ପି ନେଇଯିବା ଘଟଣା କୁ ନେଇ ସେ ଥାନା ରେ ଅଭିଯୋଗ କରିଛନ୍ତି। ପୋଲିସ ଏତଲା ନଂ 438/23 ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛଛି।

Related posts