ଡ୍ରଗ୍ସ ମାଫିଆ ସୋମନାଥ ହତ୍ଯାକାଣ୍ଡ: ମୁଖ୍ଯ ଅଭିଯୁକ୍ତ ସମେତ ୨ଗିରଫ 

Published: Jul 1, 2023, 9:15 pm IST

ଖୋର୍ଦ୍ଧା: ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ର ପୋଲିସ କଲା ଖୁଲାସା। ଏହି ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ମୁକୁନ୍ଦପ୍ରସାଦ ର ସାହିତ୍ଯ ବେହେରା ଓରଫ କାହ୍ନା ଓ ରାଜ ଦଳବେହେରା। ଅନ୍ଯତମ ଅଭିଯୁକ୍ତ ଡ୍ରଗ୍ସ ମାଫିଆ ସଞ୍ଜୟ ପ୍ରଧାନ ଓ ଅନ୍ଯ ମାନେ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନିକଟ ରୁ ବ୍ଯବହୃତ ପିକଅପ ଭ୍ଯାନ, ବୋଲେରୋ ଓ ସ୍କପିଓ, ୨ଟି ଷ୍ଟିଲ ଖଣ୍ଡା, ୪ ଟି ଗୁଳି, ୪ ଟି ଖୋକା, ଜବତ ହୋଇଛି। ପୂର୍ବ ବ୍ୟବସାୟିକ ଶତ୍ରୁତା କୁ ନେଇ ହୋଇଥିଲା ହତ୍ୟାକାଣ୍ଡ ହୋଇଥିବା ଟାଉନ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟ୍ଟାରିଆ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଅନ୍ଯ ଅଭିଯୁକ୍ତ ଗିରଫ କରାଯିବ।

ଗତ ୭ ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍ଅପ ଭ୍ଯାନରେ କିଛି ଦୁବୃତ ଆସି ଅତର୍କିତ ଭାବେ ସୋମନାଥ ଙ୍କୁ ଗୁଳିମାଡ କରିଥିଲେ। ଗୁଳି ତାଙ୍କ ହାତ, ଛାତି ଓ ପିଠିରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ହୋଇଥିଲା ମୃତ୍ୟୁ। ତାଙ୍କ ସ୍ତ୍ରୀଙ୍କ ଭାନୁମତି ଙ୍କ ଅଭିଯୋଗ ପୋଲିସ ୩୫୧ରେ ଏକ ହତ୍ଯା ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଥିଲା। ଏହି ଖବରଦାତା ସମ୍ମିଳନୀରେ ସଦର ଏସଡିପିଓ ଦିଲ୍ଲୀପ ଦାସ, ଟାଉନ ଥାନାଧିକାରୀ ତାରିକ ଅହମଦ, ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ବାଇଁ ଉପସ୍ଥିତ ଥିଲେ।

Related posts