Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଖୁବଶୀଘ୍ର ଖୋଲିବ ଏଡ଼ିଜେ କୋର୍ଟ, ସ୍ଥାନ ନିରୂପଣ କଲେ ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତ୍ତି
ଆଞ୍ଚଳିକ

ବାଣପୁରରେ ଖୁବଶୀଘ୍ର ଖୋଲିବ ଏଡ଼ିଜେ କୋର୍ଟ, ସ୍ଥାନ ନିରୂପଣ କଲେ ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତ୍ତି

July 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ନୂତନ ଅତିରିକ୍ତ ଜିଲ୍ଲା ଓ ଦୌରାଜାଜ (ଏଡ଼ିଜେ) ନ୍ୟାଳୟର ପ୍ରତିଷ୍ଠା ପାଇଁ ଆଜି ସ୍ଥାନ ପରିଦର୍ଶନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ନ୍ୟାୟମୁର୍ତ୍ତି ଡ଼ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ। ନ୍ୟାୟମୁର୍ତ୍ତି ଡ଼. ଷଡ଼ଙ୍ଗୀ ବାଣପୁର କୋର୍ଟ ପରିସରରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ଓ ସମ୍ପାଦକ ସୁଧୀର ପ୍ରଧାନ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ ସେ ନୂତନ ଏଡ଼ିଜେ କୋର୍ଟ ପ୍ରତିଷ୍ଠା ପାଇଁ ବାଣପୁରରେ ଏକାଧିକ ସରକାରି ସ୍ଥାନ ପରିଦର୍ଶନ କରିଥିବା ବେଳେ ପରିଶେଷରେ ଏକ ନିର୍ଦ୍ଦିଷ୍ଠ ସ୍ଥାନ ସ୍ଥିର କରିଥିଲେ।

ଯଥାଶୀଘ୍ର ଉକ୍ତ ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଏଡ଼ିଜେ) ନ୍ୟାୟାଳୟ ନିର୍ମାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ନ୍ୟାୟମୁର୍ତ୍ତି ଡ଼ ଷଡ଼ଙ୍ଗୀ।

ସୂଚନା ଥାଉକି ବାଣପୁରରେ ଉକ୍ତ ନ୍ୟାୟାଳୟ ପ୍ରତିଷ୍ଠା ହେବାଦ୍ୱାରା ଆଖପାଖ ତହସିଲରର ନାଗରିକ ମାନେ ଉପକୃତ ହୋଇପାରିବେ। ଅନୁରୂପ ଭାବେ ନାଗରିକମାନଙ୍କୁ ବିଭିନ୍ନ ଜଟିଳ ମାମଲାରେ ନ୍ୟାୟ ପାଇବା ପାଇଁ ସୁଦୂର ଖୋର୍ଦ୍ଧା ଦୌଡ଼ିବାକୁ ପଡ଼ିବ ନାହିଁ। ହାତପାହାନ୍ତାରେ ଆଇନର ସୁବିଧା ନାଗରିକମାନେ ବାଣପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନ୍ୟାୟାଳୟରୁ ପାଇପାରିବେ।

ନ୍ୟାୟମୁର୍ତ୍ତି ଡ଼ ଷଡ଼ଙ୍ଗୀଙ୍କ ଉକ୍ତ ଗସ୍ତ ସମୟରେ ଜିଲ୍ଲା ଜଜ ନିଶିଥ ନିଶାଙ୍କ, ରେଜିଷ୍ଟର ଆଡମିନିଷ୍ଟ୍ରେସନ (ଉଚ୍ଚ ନ୍ୟାୟାଳୟ), ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ପୂର୍ତ୍ତବିଭାଗ ଏସଡ଼ିଓ ଶ୍ଵେତା ଦାସ ଏବଂ ବାଣପୁର ଓକିଲ ସଂଘର ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଦସ୍ୟ ଦେବବ୍ରତ ବଡ଼ଜେନା, ପ୍ରଦୀପ କୁମାର ସ୍ୱାଇଁ, ପ୍ରଶାନ୍ତ ମହାନ୍ତି ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ରଞ୍ଜନ କୁମାର ବେଦମତା ଏବଂ ଜଗଦିଶ ପଟ୍ଟନାୟକ ପରିଚାଳନା କରିଥିଲେ। ସୂଚନା ଥାଉକି ବାଣପୁର କୋର୍ଟ ଖୋର୍ଦ୍ଧା ଜିଲ୍ଲାର ବହୁ ପୁରାତନ କୋର୍ଟ ହୋଇଥିବା ବେଳେ ଏଠାରେ ଏଡ଼ିଜେ କୋର୍ଟ ଖୋଲିବା ପାଇଁ ଦୀର୍ଘ ୨୦ ବର୍ଷ ହେଲା ଓକିଲ ସଂଘ ପକ୍ଷରୁ ଦାବି ହୋଇଆସୁଥିଲା।

ଉଚ୍ଚ ନ୍ୟାୟାଳୟ ଏଡ଼ିଜେ କୋର୍ଟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

February 28, 2026

ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଜାତୀୟ ବିଜ୍ଞାନ ଦିବସ”

February 28, 2026

ମା’ଭଗବତୀଙ୍କ ଦୋଳପର୍ବ ଆରମ୍ଭ: ଚ଼ନ୍ଦ୍ରଗ୍ରହଣ ଯୋଗୁଁ ପୂର୍ଣ୍ଣମୀ ନୀତିକାନ୍ତିରେ ପରିବର୍ତ୍ତନ

February 27, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.