ପ୍ରେମ ଓ ପ୍ରତାରଣା ଅଭିଯୋଗ

Published: Jul 25, 2023, 7:28 am IST

କୁଜଙ୍ଗ: ଏରସମା ଥାନା କିଆଡିଙ୍ଗ୍ରୀ ଗ୍ରାମର ଜନୈକ ଯୁବକ ବିହାର ଅଂଚଳରେ ଏକ ସରକାରୀ ଚାକିରୀ କରିଆସୁଥିଲା। ସେହି ଅଂଚଳର ଜନୈକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାର ସମସ୍ତ ଅଳଙ୍କାର, ଏଟିଏମ୍ କାର୍ଡ ସମେତ କିଛି ଅର୍ଥ ଆଣି ପଳାଇଆସିଥିଲା। ଗ୍ରାମକୁ ଆସିଲା ପରେ ଜନୈକ ଯୁବକଙ୍କର ଅନ୍ୟତ୍ର ବିବାହ ହେବା ପରେ ଗତ ଦୁଇଦିନ ତଳେ ପ୍ରେମିକା ବିହାର ରାଜ୍ୟରୁ ଆସି ପ୍ରେମିକର ଘରେ ପୋଲିସ୍ ସହାୟତାରେ ପହଁଚିଥିଲା।

ସୂଚନାଯୋଗ୍ୟ କିଆଡିଙ୍ଗ୍ରୀ ଗ୍ରାମର ଜନୈକ ଯୁବକ ବିହାର ରାଜ୍ୟରେ ରହି କାର୍ଯ୍ୟ କରି ତାର ପରିବାର ପ୍ରତିପୋଷଣ କରିଆସୁଥିଲା। ସେଠାରେ ଏକ ଯୁବତୀ ସହ ସାକ୍ଷାତ୍ ହୋଇଥିଲା। ପରେ ଦୁଇଙ୍କ ମଧ୍ୟରେ ପରିଚୟ ଆଦାନ ପ୍ରଦାନ ହୋଇଥିଲେ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରୁ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଯୁବତୀ ଜଣଙ୍କ ଯୁବକ ଉପରେ ସମ୍ପୂର୍ଣ୍ଣ ଭାବେ ଭରସା କରି ତାର ଏଟିଏମ୍ କାର୍ଡ଼, ଅଳଙ୍କାର ଓ କିଛି ଅର୍ଥ ଦେଇଥିଲା। ପରେ ଯୁବକ ସେଠାରୁ ଗାଁକୁ ଛୁଟିରେ ଆସିଥିଲା।

ପରେ ପରିବାର ଲୋକଙ୍କର କଥାରେ ଅନ୍ୟତ୍ର ବିବାହ କରିଥିଲା। ଏହି ଖବର ପାଇ ବିହାର ରାଜ୍ୟରୁ ଯୁବତୀ ଜଣଙ୍କ ଦୁଇଦିନ ତଳେ ଆସି ଏରସମା ଥାନାରେ ପହଁଚିଥିଲା। ଯୁବକ ଜଣଙ୍କ ଯୁବତୀକୁ ପ୍ରେମ ଓ ପ୍ରତାରଣା ନେଇ ଏରସମା ଥାନାରେ ଅଭିଯୋଗ ପରେ ପୋଲିସ୍ ଯୁବକ ଘରକୁ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡିଛି।

Related posts