Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଭୂମିକା ଅବିସ୍ମରଣୀୟ
ଆଜିର ଖବର

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଭୂମିକା ଅବିସ୍ମରଣୀୟ

July 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଜଗତର ଭୀଷ୍ମ ପିତାମହ, ସମ୍ବଲପୁର ହିତୈଷିଣୀର ସମ୍ପାଦକ, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅଗ୍ରଣୀ ସାରଥୀ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୯୯ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପାଳିତ ହୋଇଛି। ପ୍ରତ୍ୟୁଷରେ ଭୁବନେଶ୍ୱର ଜୟଦେବ ବିହାର ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଦୀପଦାନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି କାର‌୍ୟ୍ୟକ୍ରମ ପ୍ରାରମ୍ଭରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ଉପସ୍ଥିତ ପୂଜ୍ୟପୂଜାପ୍ରେମୀ ନିଜ ବକ୍ତବ୍ୟରେ ବାଙ୍କୀ ବୈଦେଶ୍ୱର ମାଟିର ବରପୁତ୍ର ନୀଳମଣି ଶିକ୍ଷାଲାଭ ପରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର‌୍ୟ୍ୟ ଆରମ୍ଭ କଲେ ଛବାମଣ୍ଡାର ଗୁଣଗ୍ରାହୀ ମହାରାଜା ସାର ବାସୁଦେବ ସୁଢ଼ଳ ଦେବଙ୍କ ଆମନ୍ତ୍ରଣ କ୍ରମେ ବାମଣ୍ଡାରେ ଅବସ୍ଥାନ କରି ସମ୍ବଲପୁରୀ ହିତୈଷିଣୀ ଖବରକାଗଜ ସମ୍ପାଦନା କରିଥିଲେ। ଓଡ଼ିଆ ଭାଷାକୁ ବିଲୋପ କରି ହିନ୍ଦୀ ଓ ବଙ୍ଗାଳି ଭାଷାର ପ୍ରଚଳନ ପାଇଁ ସେତେବେଳେ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ପଣ୍ଡିତ ନୀଳମଣି ବିଦ୍ୟାରନି ତାହାର ଦୃଢ ବିରୋଧ କରିବା ସହ କୋର୍ଟ କଚେରୀ ଓ ସରକାରୀ କାର‌୍ୟ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ମଧ୍ୟ ଉତ୍କଳ ସମ୍ମିଳନୀ ସହିତ ନିଜକୁ ଜଡିତ କରିବା ସଙ୍ଗେ ସଙ୍ଗେ ଓଡ଼ିଆରେ ବହୁ ପୁସ୍ତକ ରଚନା କରିଥିଲେ। ସେ ବିଭିନ୍ନ ଗଡ଼ଜାତ ପରିଦର୍ଶନ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ରାଜା ମହାରାଜାଙ୍କ ସହଯୋଗ କାମନା କରୁଥିଲେ ବୋଲି ଅତିଥିମାନେ ମତ ଦେଇଥିଲେ।

ଆଜିର କାର‌୍ୟ୍ୟକ୍ରମରେ ପ୍ରବୀର ମହାନ୍ତି, ଡ଼ଃ ମିହିର ପଟ୍ଟନାୟକ, ପ୍ରାଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଗିରିଜା ଶଙ୍କର ମହାପାତ୍ର, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସଂଯୁକ୍ତା ମିଶ୍ର, ସରୋଜିନୀ ମିଶ୍ର, ଦୀପ୍ତିପ୍ରଭା ରାୟ, ଶାନ୍ତିଲତା ସାହୁ, ରୀତା ମହାନ୍ତି, ପ୍ରଗତି ରଥ, ଜୟ ଓଡ଼ିଶାର ସଭ୍ୟବୃନ୍ଦ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫୩ଜଣଙ୍କୁ ବାଙ୍କିବାସୀଙ୍କ ପକ୍ଷରୁ ପଣ୍ଡିତ ନୀଳମଣି ବିଦ୍ୟାରନି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର‌୍ୟ୍ୟକ୍ରମରେ ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନା କରିଥିବାବେଳେ ଉପଶାସନ ସଚିବ ମାଥିଆସ ତିର୍କୀ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଆ ଭାଷା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026
Latest News

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.