Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶକ୍ତିକ୍ଷେତ୍ରରେ ଆର୍ଥିକ ସ୍ଥିତିକୁ ପୋଷଣୀୟ କରିବାକୁ ବିସ୍ତୃତ ଢାଞ୍ଚା ପ୍ରସ୍ତୁତ କରିବାକୁ ସୁପାରିସ
ଆଜିର ଖବର

ଶକ୍ତିକ୍ଷେତ୍ରରେ ଆର୍ଥିକ ସ୍ଥିତିକୁ ପୋଷଣୀୟ କରିବାକୁ ବିସ୍ତୃତ ଢାଞ୍ଚା ପ୍ରସ୍ତୁତ କରିବାକୁ ସୁପାରିସ

July 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ବା ଡିସ୍କମ୍ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କେତେକ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଡିସ୍କମ୍ଗୁଡିକର ହିସାବପତ୍ର ରଖିବା ବ୍ୟବସ୍ଥା, ରିପୋର୍ଟିଂ, ବିଲିଂ ତଥା ରାଜ୍ୟ ସରକାର ଯୋଗାଉଥିବା ସବ୍ସିଡି ଆଦି ପ୍ରକ୍ରିୟାର ଉନ୍ନତି ଅନ୍ତର୍ଭୁକ୍ତ। ଏହା ଫଳରେ ସମ୍ପୃକ୍ତ ଡିସ୍କମ୍ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆସି ପାରିବ। ଡିସ୍କମ୍ଗୁଡିକର ସାମର୍ଥ୍ୟ ବୃଦ୍ଧି ଏବଂ ଏହାର କାରବାରକୁ ପୋଷଣୀୟ କରିବାର ଆବଶ୍ୟକତା ଉପୁଜିଛି। ଏହାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏ କ୍ଷେତ୍ରରେ ବିସ୍ତୃତ ଢାଞ୍ଚା ପ୍ରସ୍ତୁତ କରି ସ୍ୱଚ୍ଛତା ଓ ଦକ୍ଷତାକୁ ଅଗ୍ରାଧିକାରୀ ଦେବାକୁ ସୁପାରିସ କରିଛନ୍ତି । ଡିସ୍କମ୍ଗୁଡିକର ହିସାବପତ୍ର ଠିକ୍ଭାବେ ହେଉନାହିିଁ ଏବଂ ଏଥିରେ ଅନେକ ଅସ୍ୱଚ୍ଛତା ବା ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ରାଜ୍ୟ ସରକାରମାନେ ଡିସ୍କମ୍ଗୁଡିକୁ ଯେଉଁ ସବ୍ସିଡି ଦେବା କଥା ତାହା ଦେଉନାହାନ୍ତି କିମ୍ବା ଦେବାରେ ବିଳମ୍ବ କରୁଛନ୍ତି । ଫଳରେ ଡିସ୍କମ୍ ଗୁଡିକର ଆର୍ଥିକ ସ୍ଥିତି ଖରାପ ହେଉଛି । ଏହି ମର୍ମରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ୨୦୨୩ ଜୁଲାଇ ୨୩ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି ।

ଶକ୍ତି ମନ୍ତ୍ରଣାଳୟର ନୂଆ ନିୟମ ଅନୁସାରେ ଡିସ୍କମ୍ଗୁଡିକୁ ପ୍ରତି ତିନିମାସରେ ଏକ ରିପୋର୍ଟ ଦାଖଲ କରିବାକୁ ପଡିବ । ତ୍ରୈମାସିକର ଅବଧି ଶେଷ ହେବା ତାରିଖର ଏକ ମାସ ମଧ୍ୟରେ ଏହି ରିପୋର୍ଟ ଦେବାକୁ ହେବ । ରାଜ୍ୟ କମିଶନ ଏହି ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରି ଦେଖିôବ ଏବଂ ତ୍ରୈମାସିକ ରିପୋର୍ଟର ଦାଖଲ ତାରିଖଠାରୁ ୩୦ଦିନ ମଧ୍ୟରେ ଏହାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପାଖକୁ ପଠାଇବ । ଏହି ରିପୋର୍ଟରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ପ୍ରକୃତ ଶକ୍ତି ବ୍ୟବହାର ଉପରେ ସବ୍ସିଡି ବୃଦ୍ଧି ପାଇଁ ହେଉଥିବା ଦାବି ସଂକ୍ରାନ୍ତ ରିପୋର୍ଟ, ରାଜ୍ୟ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସବ୍ସିଡିର ହିସାବ ଏବଂ ଏହି ଆଇନର ଧାରା ୬୫ ଅନୁସାରେ ମିଳୁଥିବା ପ୍ରକୃତ ସବ୍ସିଡି ଅର୍ଥର ତଥ୍ୟ ଆଦି ସ୍ଥାନିତ କରିବାକୁ ପଡିବ ।

ଆଇନ ଅନୁସାରେ ସବ୍ସିଡିର ହିସାବପତ୍ର, ବିଲିଂ ଓ ରିପୋର୍ଟର ତଥ୍ୟ ଯଦି ଡିସ୍କମ୍ ରିପୋର୍ଟରେ ଠିକ୍ଭାବେ ଦର୍ଶାଯାଇ ନ ଥିବ ବା ଏଥିରେ କିଛି ତ୍ରୁଟି ବିଚ୍ୟୁତି ରହିଥିବ ତାହେଲେ ରାଜ୍ୟ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥି ପାଇଁ ଦାୟୀ ବ୍ୟକ୍ତି ଓ ପକ୍ଷଙ୍କ ବିରୋଧରେ ଦଣ୍ଡବିଧାନ କରିପାରିବେ ।

ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ପ୍ରାୟତଃ ସମସ୍ତ ବୈଷୟିକ ଓ ବ୍ୟାବସାୟିକ କ୍ଷତି (ଆଗ୍ରିଗ୍ରେଟ ଟେକ୍ନିକାଲ ଆଣ୍ଡ କମର୍ସିଆଲ ଲସ୍) ବା ଏଟି ଆଣ୍ଡ ସି ଲସ୍ ଦେଖାଇଥାନ୍ତି । ଏହି କ୍ଷତିକୁ କମାଇ କମ୍ପାନୀଗୁଡିକୁ ଆର୍ଥିକ ଦୃଷ୍ଟିରୁ ସମର୍ଥ କରିବାକୁ କେନ୍ଦ୍ର ସରକାର ଏକ ବୃହତ୍ ଢାଞ୍ଚା ପ୍ରସ୍ତୁତ କରିଛନ୍ତି । ସେଥି ପାଇଁ ନିର୍ଦ୍ଧାରିତ ନୀତି ପ୍ରସ୍ତୁତ ହୋଇଛି । ତେଣୁ ଏହି ନୀତି ଅନୁସାରେ ଏହି ଏଟି ଆଣ୍ଡ ସି କ୍ଷତିକୁ କିପରି କମାଯାଇ ପାରିବ ରାଜ୍ୟ କମିଶନ ତାହାର ବାଟ ବତାଇବେ । ତେବେ ଏଥି ପାଇଁ ସମ୍ପୃକ୍ତ କମିଶନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ନୀତି ଅନୁସାରେ କାର୍ଯ୍ୟ କରିବାକୁ ହେବ । ସେହିଭଳି ବିଜୁଳି ଶୁଳ୍କ ସଂଗ୍ରହ ଓ ବିଲ୍ ପ୍ରଦାନ ଦକ୍ଷତା ବଢାଇବାକୁ କ’ଣ କରାଯିବ ଡିସ୍କମ୍ ମାନଙ୍କୁ ରାଜ୍ୟ କମିଶନ ନିର୍ଦ୍ଦେଶ ଦେବେ ।

ବିଜୁଳି ବଣ୍ଟନ କ୍ଷେତ୍ରରେ ଡିସ୍କମ୍ଗୁଡିକର ବକେୟା ଅର୍ଥ ସମ୍ପୂର୍ଣ୍ଣ ଆଦାୟକୁ ସୁନିଶ୍ଚିତ କରିବାକୁ ସେମାନଙ୍କ କାରବାରର ସ୍ୱଚ୍ଛତା ଉପରେ ପ୍ରଥମେ ଧ୍ୟାନ ଦେବାକୁ ପଡିବ । ବାସ୍ତବରେ ସେମାନେ ବିଜୁଳି ଉତ୍ପାଦନକାରୀ କମ୍ପାନୀଠାରୁ କେତେ ମୂଲ୍ୟରେ ବିଜୁଳି କିଣୁଛନ୍ତି ଏବଂ ଏହାକୁ ଖାଉଟିକୁ କେତେ ଦାମ୍ରେ ବିକୁଛନ୍ତି ତାହାର ଯଥାର୍ଥତା ଓ ସ୍ୱଚ୍ଛତାକୁ ମଧ୍ୟ ବିଚାରକୁ ନିଆଯିବ । ତେଣୁ ଟାରିଫ ବା ଶୁଳ୍କ ନିର୍ଦ୍ଧାରଣ ସମୟରେ ଡିସ୍କମ୍ଗୁଡିକ ମନଇଚ୍ଛା କିଛି କରିପାରିବେ ନାହିଁ । ସେମାନଙ୍କୁ ସବୁ କଥାରେ ହିସାବପତ୍ର ଦେବାକୁ ପଡିବ । ଏଥିରେ ସ୍ୱଚ୍ଛତାକୁ ଅପରିହାର୍ଯ୍ୟ କରାଯାଇଛି । ଆହୁରି ମଧ୍ୟ ସମ୍ପୃକ୍ତ ବିତରଣକାରୀ କମ୍ପାନୀମାନେ ବଣ୍ଟନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ସମ୍ପତ୍ତି ବା ସମ୍ବଳ ସୃଷ୍ଟି କରିବାବେଳେ ତାହାର ବାସ୍ତବ ଖର୍ଚ୍ଚ ପ୍ରତି ସଚେତନ ରହିବେ । ଏଥିରେ ମନଇଚ୍ଛା ଅର୍ଥ ଖର୍ଚ୍ଚ କରାଯାଇପାରିବ ନାହିଁ । ଏଥି ପାଇଁ ଥିବା ଆଇନ ଅନୁସାରେ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀମାନଙ୍କୁ ଅର୍ଥ ବିନିଯୋଗ କରିବାକୁ ହେବ ।

ଆହୁରି ମଧ୍ୟ ନୂଆ ବ୍ୟବସ୍ଥାରେ ଡିସ୍କମ୍ମାନେ ନିର୍ଦ୍ଧାରିତ ଏଟି ଆଣ୍ଡ ସି ଲସ୍ ହ୍ରାସ ନିୟମର ଉଲ୍ଲଂଘନ କରି ଯଦି କିଛି ଲାଭ ବା କ୍ଷତି କରିଥାନ୍ତି ତେବେ ସେ ବାବଦ ଲାଭ କ୍ଷତି ଉଭୟ ସମ୍ପୃକ୍ତ କମ୍ପାନୀ ଓ ଖାଉଟିଙ୍କ ମଧ୍ୟରେ ଭାଗ ହେବ ।

ବିଜୁଳି ଆବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନୀତି ନିର୍ଦ୍ଧାରଣ କରିବ ।ଏହି ନିର୍ଦ୍ଦେଶ ଅନୁସାରେ ଡିସ୍କମ୍ମାନ କାମ କରିବେ ।
ବିଦ୍ୟୁତ୍ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବଡ ଆବଶ୍ୟକତା ହେଲା ନିବେଶକଙ୍କୁ ଯଥାର୍ଥ ଲାଭ ମିଳିବା । ତେଣୁ ନୂଆ ବ୍ୟବସ୍ଥାରେ ନିବେଶକମାନଙ୍କୁ ଯୁକ୍ତିଯୁକ୍ତ ଇକ୍ୟୁଇଟି ରିଟର୍ଣ୍ଣ (ଆର୍ଓଇ) ଯେପରି ଦେଇ ହେବ ସେଥି ନିମନ୍ତେ ରାଜ୍ୟ କମିଶନମାନେ ସିଇଆର୍ସିର ଶୁଳ୍କ ନିର୍ଦ୍ଧାରଣ ନିୟମ ଓ ଅନ୍ୟାନ୍ୟ ନୀତିକୁ ଅନୁସରଣ କରିବେ । ବିଜୁଳି ଆବଣ୍ଟନ ବ୍ୟବସାୟରେ ଅନେକ ସମସ୍ୟା ଓ କ୍ଷତିର ଆଶଙ୍କା ରହିଥିବାରୁ ଆବଣ୍ଟନକାରୀ କମ୍ପାନୀମାନେ କେନ୍ଦ୍ରୀୟ ଟାରିଫ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ସମୟ ପାଇଁ ନିଜର ଶୁଳ୍କ ନୀତି ପ୍ରସ୍ତୁତ କରିବାକୁ ଅଧିକୃତ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ଏବଂ ଦଣ୍ଡ…: ଅଯୋଧ୍ୟା ଦାନ ଚୋରି ମାମଲାରେ ଏହି ୪ ଦାବି କଲା ଭିଏଚପି

June 24, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026
Latest News

ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୁଣାଣି ଏବଂ ଦଣ୍ଡ…: ଅଯୋଧ୍ୟା ଦାନ ଚୋରି ମାମଲାରେ ଏହି ୪ ଦାବି କଲା ଭିଏଚପି

June 24, 2026

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

June 24, 2026

ଟି-୨୦ ରାଙ୍କିଙ୍ଗରେ ପ୍ରାଧାନ୍ୟ ବିସ୍ତାର କଲା ଭାରତ: ଅଭିଷେକ ନମ୍ବର ଏକ

June 24, 2026

ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

June 24, 2026

ଆସନ୍ତାକାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ, ଶ୍ରୀମୟୀଙ୍କ ସୂଚନା ପରେ ଚର୍ଚ୍ଚା ଜୋରଦାର

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.