Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଜିଲ୍ଲାର ଏକମାତ୍ର ରୂପାନ୍ତରଣ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ
ଆଞ୍ଚଳିକ

ବାଣପୁର: ଜିଲ୍ଲାର ଏକମାତ୍ର ରୂପାନ୍ତରଣ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ

August 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ସ୍କୁଲକୁ କଲେଜରେ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି ବାଣପୁର ସ୍ଥିତ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଏକମାତ୍ର ବିଦ୍ୟାଳୟ ଯାହାକି ରୂପାନ୍ତରଣ ହୋଇ ଏଠାରେ ଯୁକ୍ତ ଦୁଇ କଳା ବିଭାଗ ଖୋଲାଯାଇଥିଲା। ସେତେବେଳେ ଅଂଚଳବାସୀ ଖୁସିହେବା ସହ ଆଖପାଖ ପଞ୍ଚାୟତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତଦିନ ଠାରୁ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖାଇବାକୁ ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷ ଚେଷ୍ଟା ଜାରି ରଖିଥିଲେ। ଯାହାଫଳରେ ୧୦୨ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି।

ଆଜି ପ୍ରଥମ ପ୍ରବେଶ ଦିବସ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ ଅତିଥିମାନଙ୍କ ଗହଣରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ଦିବାକର ଶାସମଲ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବାଣପୁର ରାଜ୍ୟ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

ବାଣପୁର: ଅଗ୍ନିକାଣ୍ଡ କ୍ଷତିଗସ୍ତ ପରିବାରଙ୍କୁ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

May 29, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026
Latest News

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

June 4, 2026

ଧାନମଣ୍ଡଳ–କପିଳାସ ରୋଡ଼ ସେକ୍ସନରେ ବ୍ରିଜ୍ ପୁନଃନିର୍ମାଣ କାର୍ଯ୍ୟ ହେତୁ ଯାତ୍ରୀବାହୀ ଟ୍ରେନ୍ ବାତିଲ୍

June 4, 2026

ବିପ୍ଳବୀ ସହୀଦ କୃତ୍ତିବାସଙ୍କୁ ବାଣପୁରବାସୀ ଦେଲେ ଅଶେଷ ଶ୍ରଦ୍ଧାଞ୍ଜଳି

June 4, 2026

BRICS DRRG Meeting: ଟେକ୍ନିକାଲ ସେସନ୍ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

June 4, 2026

ତୈଳ ସଙ୍କଟ ମଧ୍ୟରେ ମୋଦି ସରକାର ବଡ଼ ନିଷ୍ପତ୍ତି: ଜାରି କଲେ ୧୦,୦୦୦ କୋଟିର ପାଣ୍ଠି

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.