Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସିକା: ସରପଞ୍ଚଙ୍କୁ ବିଏଫଟି କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ
ଆଜିର ଖବର

ଆସିକା: ସରପଞ୍ଚଙ୍କୁ ବିଏଫଟି କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ

August 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆସିକା ବ୍ଲକର ନଳବଣ୍ଟା ପଞ୍ଚାୟତ ସରପଞ୍ଚ କିଶୋର କୁମାର ପ୍ରଧାନଙ୍କୁ ବ୍ଲକ କାର୍ଯ୍ୟାଳୟରେ BFT କର୍ମଚାରୀ ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ କିଶୋର ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁହଁ ଓ ଆଖିକୁ ପ୍ରବଳ ମାଡ଼ ହୋଇଛି।

କିଶୋରଙ୍କ ଅଭିଯୋଗ ପ୍ରକାରେ ସେ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗ୍ରାମର ସମସ୍ୟା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ “ବଚସା କରିଥିଲେ।ତାଙ୍କ ସହ ଗହଙ୍ଗୁ ସରପଞ୍ଚ ମନୋଜ ପରିଡ଼ା, ପଣ୍ଡିଆ ପଥର ସରପଞ୍ଚ ନିଳାଞ୍ଚଳ ଗୌଡ଼ ମିଶି ବ୍ଲକ ସଭାଗୃହକୁ ଗଲେ। ତାଙ୍କ ପଛେ ପଛେ ବିଡିଓ ସେଠାକୁ ଯାଇ ତାଙ୍କୁ କୁଆଡେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ତମକୁ ମାଡ ଦରକାର ବୋଲି କହିଥିଲେ। ଏହା ପରେ ସେଠାରେ ଉପସ୍ଥିତ BFT ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମିଶି ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଦୁଇ ଆଖି ଫାଟିଯାଇ ରକ୍ତ ବାହାରିବା ପରେ ସେ ତଳେ ପଡ଼ିଯାଇ ଥିଲେ। ସେତେବେଳେ ଉପସ୍ଥିତ ଅନ୍ୟ ସରପଞ୍ଚ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଏହା ବିଡିଓ ଙ୍କ ଇଙ୍ଗିତରେ ହୋଇଛି ବୋଲି କିଶୋର ଏତଲାରେ ଦର୍ଶାଇଛନ୍ତି।

ଏସଂକ୍ରାନ୍ତରେ ବିଡିଓ ଫକୀର ଚରଣ ପରିଡ଼ାଙ୍କ ପ୍ରତିକ୍ରିୟା ଆମେ ଜାଣିବାକୁ ଚାହିଁଥିଲୁ।ପ୍ରତିକ୍ରିୟାରେ ବିଡିଓ ଏହାକୁ ଖଣ୍ଡନ କରି ତାଙ୍କ ସମ୍ମୁଖରେ ଏଭଳି କିଛି ଘଟିନାହିଁ ବୋଲି କହିଛନ୍ତି। ଅନ୍ୟପଟେ ସରପଞ୍ଚ ସଂଘର ସଭାପତି ଭବାନୀ ଶଙ୍କର ମଲ୍ଲିକଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆସିକା ବ୍ରହ୍ମପୁର ବଡ ମେଡିକାଲ ମରଣାନ୍ତକ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026

ଟ୍ରମ୍ପଙ୍କ ଲୋକପ୍ରିୟତା ରେକର୍ଡ ନିମ୍ନରେ, ଇରାନ ଯୁଦ୍ଧକୁ ନେଇ ବଢ଼ିଲା ଅସନ୍ତୋଷ

August 18, 2026

ବର୍ଷା ନେଇ ରେଡ୍ ଆଲର୍ଟ, ସୁନ୍ଦରଗଡ଼ରେ ସବୁ ସ୍କୁଲ୍‌ ଛୁଟି

August 18, 2026
Latest News

ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି ଏହି ‘ବିଶ୍ୱ ରେକର୍ଡ’: ୧୦୦ ବର୍ଷ ପରେ ମଧ୍ୟ ଭାଙ୍ଗିବା କଷ୍ଟ

August 18, 2026

ପୁଣି ଚର୍ଚ୍ଚାରେ କଂଗ୍ରେସ: ଗୋଆ ବୈଠକରେ ଗାନ କଲେ ଅସମ୍ପୂର୍ଣ୍ଣ ବନ୍ଦେ ମାତରମ୍

August 18, 2026

ମହିଳାଙ୍କ ମାଗଣା ବସ୍‌ ଯାତ୍ରା: ଅଗଷ୍ଟ ୩୧ ପରେ ବଦଳିବ ସମ୍ପୂର୍ଣ୍ଣ ବ୍ୟବସ୍ଥା

August 18, 2026

ଟ୍ରମ୍ପଙ୍କ ଲୋକପ୍ରିୟତା ରେକର୍ଡ ନିମ୍ନରେ, ଇରାନ ଯୁଦ୍ଧକୁ ନେଇ ବଢ଼ିଲା ଅସନ୍ତୋଷ

August 18, 2026

ବର୍ଷା ନେଇ ରେଡ୍ ଆଲର୍ଟ, ସୁନ୍ଦରଗଡ଼ରେ ସବୁ ସ୍କୁଲ୍‌ ଛୁଟି

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.