Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆସିକା: ସରପଞ୍ଚଙ୍କୁ ବିଏଫଟି କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଆସିକା ବ୍ଲକର ନଳବଣ୍ଟା ପଞ୍ଚାୟତ ସରପଞ୍ଚ କିଶୋର କୁମାର ପ୍ରଧାନଙ୍କୁ ବ୍ଲକ କାର୍ଯ୍ୟାଳୟରେ BFT କର୍ମଚାରୀ ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇ କିଶୋର ଆସିକା ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁହଁ ଓ ଆଖିକୁ ପ୍ରବଳ ମାଡ଼ ହୋଇଛି।

କିଶୋରଙ୍କ ଅଭିଯୋଗ ପ୍ରକାରେ ସେ ସନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗ୍ରାମର ସମସ୍ୟା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ “ବଚସା କରିଥିଲେ।ତାଙ୍କ ସହ ଗହଙ୍ଗୁ ସରପଞ୍ଚ ମନୋଜ ପରିଡ଼ା, ପଣ୍ଡିଆ ପଥର ସରପଞ୍ଚ ନିଳାଞ୍ଚଳ ଗୌଡ଼ ମିଶି ବ୍ଲକ ସଭାଗୃହକୁ ଗଲେ। ତାଙ୍କ ପଛେ ପଛେ ବିଡିଓ ସେଠାକୁ ଯାଇ ତାଙ୍କୁ କୁଆଡେ ଅଭଦ୍ର ଭାଷାରେ ଗାଳିଗୁଲଜ କରି ତମକୁ ମାଡ ଦରକାର ବୋଲି କହିଥିଲେ। ଏହା ପରେ ସେଠାରେ ଉପସ୍ଥିତ BFT ପ୍ରଦୀପ ଜେନା ଏବଂ ତାଙ୍କ ଭାଇ ପ୍ରମୋଦ ଜେନା ମିଶି ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଦୁଇ ଆଖି ଫାଟିଯାଇ ରକ୍ତ ବାହାରିବା ପରେ ସେ ତଳେ ପଡ଼ିଯାଇ ଥିଲେ। ସେତେବେଳେ ଉପସ୍ଥିତ ଅନ୍ୟ ସରପଞ୍ଚ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଏହା ବିଡିଓ ଙ୍କ ଇଙ୍ଗିତରେ ହୋଇଛି ବୋଲି କିଶୋର ଏତଲାରେ ଦର୍ଶାଇଛନ୍ତି।

ଏସଂକ୍ରାନ୍ତରେ ବିଡିଓ ଫକୀର ଚରଣ ପରିଡ଼ାଙ୍କ ପ୍ରତିକ୍ରିୟା ଆମେ ଜାଣିବାକୁ ଚାହିଁଥିଲୁ।ପ୍ରତିକ୍ରିୟାରେ ବିଡିଓ ଏହାକୁ ଖଣ୍ଡନ କରି ତାଙ୍କ ସମ୍ମୁଖରେ ଏଭଳି କିଛି ଘଟିନାହିଁ ବୋଲି କହିଛନ୍ତି। ଅନ୍ୟପଟେ ସରପଞ୍ଚ ସଂଘର ସଭାପତି ଭବାନୀ ଶଙ୍କର ମଲ୍ଲିକଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଛୁରାମାଡ଼: ଗୁରୁତର ଛାତ୍ର ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ

ଗଞ୍ଜାମ: ବିଦ୍ୟାଳୟ ପରିସରରେ ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଛୁରାମାଡ଼ କରିଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋରସିଂ ହାଇସ୍କୁଲରେ।

ଦଶମ ଶ୍ରେଣୀର ଦୁଇ ଛାତ୍ର ଶୁଭମ୍ ଭୋଳ ଓ ଅମିତ ନାୟକଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଶୁଭମ୍ ଛାତ୍ର ଅମିତଙ୍କୁ ଛୁରାମାଡ଼ କରିଛନ୍ତି। ଫଳରେ ତାଙ୍କ ପେଟରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ଭଞ୍ଜନଗର ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଛୁରାମାଡ କରିଥିବା ଛାତ୍ର ଜଣଙ୍କୁ ସ୍କୁଲ କର୍ତୃପକ୍ଷ ଅଟକ ରଖିଛନ୍ତି।