Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ୍ ଙ୍କ ପରଲୋକ: କର୍କଟ ରୋଗ ସହ କରୁଥିଲେ ସଂଗ୍ରାମ
ଆଜିର ଖବର

ଜିମ୍ବାୱେର ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ୍ ଙ୍କ ପରଲୋକ: କର୍କଟ ରୋଗ ସହ କରୁଥିଲେ ସଂଗ୍ରାମ

August 23, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ଅଲରାଉଣ୍ଡର ହିଥ ଷ୍ଟ୍ରିକ୍ ଙ୍କ ଗତକାଲି ୪୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଜିମ୍ବାୱେ ପାଇଁ ହିଥ ଷ୍ଟ୍ରିକ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ୬୫ ଟି ଟେଷ୍ଟ ଏବଂ ୧୮୯ ଟି ODI ଖେଳିଛନ୍ତି। କୋଲନ୍ ଏବଂ ଯକୃତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦକ୍ଷିଣ ଆଫ୍ରିକାରେ ଚିକିତ୍ସିତ ହେଉଥିଲେ।

ଆନ୍ତର୍ଜାତୀୟ କ୍ରିକେଟରେ ଅଲରାଉଣ୍ଡର ଭାବରେ ଖେଳୁଥିବା ହିଥ ଷ୍ଟ୍ରିକ୍ ଟେଷ୍ଟ କ୍ରିକେଟ୍ ରେ ମୋଟ ୨୧୬ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୬ ଥର ଗୋଟିଏ ଇନିଂସରେ ୪ ୱିକେଟ୍ ଏବଂ ୭ ଥର ଗୋଟିଏ ଇନିଂସରେ ୫ ୱିକେଟ୍ ନେଇଛନ୍ତି।

ହିଥ ଷ୍ଟ୍ରିକ୍ ହାରାହାରି ୨୯.୮୨ ରେ ୫୦ ଓଭର ଫର୍ମାଟରେ ୨୩୯ ୱିକେଟ୍ ନେଇଛନ୍ତି। ଏହି ସମୟ ମଧ୍ୟରେ ସେ ଏକ ଇନିଂସରେ ୫ ୱିକେଟ୍ ନେଇଥିବା ବେଳେ ୭ ଥର ୪ ୱିକେଟ ନେଇଛନ୍ତି। ବ୍ୟାଟିଂରେ ମଧ୍ୟ ହିଥ୍ ଷ୍ଟ୍ରିକ୍ ଭଲ ପ୍ରଦର୍ଶନ କରିଛନ୍ତି। ସେ ଟେଷ୍ଟରେ ୧୯୯୦ ରନ୍ କରିଥିବାବେଳେ ODI ରେ ୨୯୪୩ ରନ୍ କରିଛନ୍ତି। ଟେଷ୍ଟରେ ଷ୍ଟ୍ରିକ୍ ୧ ଟି ଶତକ ଏବଂ ୧୧ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥି ସହିତ ସେ ODI ରେ ୧୩ ଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି।

ଅଧିନାୟକ ରେକର୍ଡ ଏହିପରି କିଛି ଥିଲା:

୨୦୦୦ ମସିହାରେ ଜିମ୍ବାୱେ କ୍ରିକେଟ୍ ବୋର୍ଡ ହିଥ ଷ୍ଟ୍ରିକ୍ ଙ୍କୁ ଉଭୟ ଟେଷ୍ଟ ଏବଂ ODI ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିଲା। ଷ୍ଟ୍ରିକ୍ ଅଧିନାୟକତ୍ୱରେ ଜିମ୍ବାୱେ ୨୧ ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ୪ ଟି ଜିତିଥିବାବେଳେ ୧୧ ଟି ହାରିଛି। ଏବଂ ୬ ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ODI ରେ, ଷ୍ଟ୍ରିକ୍ ୬୮ ଟି ମ୍ୟାଚ୍ ରେ ଦଳର ଅଧିନାୟକତ୍ୱ କରିଥିଲେ ଏବଂ ଏଥିରୁ ୪୭ ଟି ମ୍ୟାଚ୍ ରେ ପରାଜୟ ହୋଇଥିଲା, ଦଳ ୧୮ ଟି ମ୍ୟାଚ୍ ଜିତିଥିଲା। ​​ଷ୍ଟ୍ରିକ୍ ଙ୍କ ମୃତ୍ୟୁ ପରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଙ୍କ ସମେତ ଅନେକ ପୂର୍ବତନ ତଥା ବର୍ତ୍ତମାନର ଖେଳାଳି ତାଙ୍କୁ ଟ୍ୱିଟ୍ ମାଧ୍ୟମରେ ସ୍ମରଣ କରିଛନ୍ତି।

କର୍କଟ ରୋଗ ଜିମ୍ବାୱେ ପରଲୋକ ପୂର୍ବତନ ଅଧିନାୟକ ହିଥ ଷ୍ଟ୍ରିକ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.