Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁବନେଶ୍ୱରରେ ଆୟୋଜିତ ହେଲା ପୂର୍ବାଞ୍ଚଳ ପ୍ରାଣୀପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମୀକ୍ଷା ବୈଠକ
ଜାତୀୟ ଖବର

ଭୁବନେଶ୍ୱରରେ ଆୟୋଜିତ ହେଲା ପୂର୍ବାଞ୍ଚଳ ପ୍ରାଣୀପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମୀକ୍ଷା ବୈଠକ

August 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Animal
ଭୁବନେଶ୍ୱରରେ ଆୟୋଜିତ ହେଲା ପୂର୍ବାଞ୍ଚଳ ପ୍ରାଣୀପାଳନ ଏବଂ ଦୁଗ୍ଧ ଉତ୍ପାଦନ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ସହଯୋଗରେ ଭାରତ ସରକାରଙ୍କ ପ୍ରାଣିପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଦ୍ଵାରା ପାଞ୍ଚଗୋଟି ପୂର୍ବାଞ୍ଚଳ ରାଜ୍ୟ ଯଥା: ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ନେଇ ପ୍ରାଣିପାଳନ ଓ ଦୁଗ୍ଧ ଉତ୍ପାଦନ ସମ୍ବନ୍ଧୀୟ ଏକ ଆଞ୍ଚଳିକ ସମୀକ୍ଷା ବୈଠକ ଭୁବନେଶ୍ଵରର ହୋଟେଲ ତାଜ୍ ଭିଭାନ୍ତା ଠାରେ ଆୟୋଜିତ ହୋଇଯାଇଛି।

ଭାରତ ସରକାରଙ୍କ ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ସଚିବ ଅଳକା ଉପାଧ୍ୟାୟ ଏଥିରେ ସଭାପତିତ୍ୱ କରିଥିଲେ। ପୂର୍ବାଞ୍ଚଳର ଏହି ପାଞ୍ଚଗୋଟି ରାଜ୍ୟରେ ପ୍ରାଣୀ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର‌୍ୟକ୍ରମ(LHDCP), ଜାତୀୟ ପ୍ରାଣୀଧନ ମିଶନ (NLM), ରାଷ୍ଟ୍ରୀୟ ଗୋକୁଳ ମିଶନ୍ (RGM), ପ୍ରାଣୀପାଳନ ଭିତ୍ତିଭୂମି ବିକାଶ ପାଣ୍ଠି (AHIDF) ଏବଂ କିଶାନ କ୍ରେଡିଟ୍ କାର୍ଡ (KCC)ଆଦି କେନ୍ଦ୍ରୀୟ ତଥା କେନ୍ଦ୍ର ପ୍ରାୟୋଜିତ ଯୋଜନାର ଅଗ୍ରଗତି ଉପରେ ସଚିବ ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ପଶୁମାନଙ୍କୁ ଟୀକାକରଣ, ଦେଶବ୍ୟାପୀ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଅନ୍ତର୍ଗତ କୃତ୍ରିମ ପ୍ରଜନନ, ଜାତୀୟ ପଶୁ ସମ୍ପଦ ମିଶନର ସ୍କିମାଟିକ୍ ପ୍ରଗତି ଯଥା: ଛେଳି ଫାର୍ମ ୟୁନିଟ୍, ଗୋପାଳନ ୟୁନିଟ୍, ଘାସ ଚାଷ ୟୁନିଟ୍ ଏବଂ ତାଲିମ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ଏହି କାର‌୍ୟ୍ୟକ୍ରମଗୁଡିକ କାର୍ଯ୍ୟକାରୀ କରିବାରେ ରାଜ୍ୟମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଧ୍ୟାନ ଦିଆଯାଇଥିଲା। ସଚିବ ସମସ୍ତ ରାଜ୍ୟକୁ କଠିନ ପରିଶ୍ରମର ସହ କାର‌୍ୟ୍ୟ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ଵାରା ଉପରୋକ୍ତ କେନ୍ଦ୍ରୀୟ ଯୋଜନାରେ ଲକ୍ଷ୍ୟ ହାସଲ ହୋଇପାରିବ।

ଉପରୋକ୍ତ ବିଷୟବ୍ୟତୀତ, ରାଜ୍ୟଗୁଡିକ ଦ୍ୱାରା କାର‌୍ୟ୍ୟକାରୀ ହେଉଥିବା ସମସ୍ତ ଯୋଜନାର ଭୌତିକ ଏବଂ ଆର୍ଥିକ ଅଗ୍ରଗତିର ସମୀକ୍ଷା, PFMS ରେ ପୁରୁଣା ତଥ୍ୟ ଏଣ୍ଟ୍ରି, ରାଜ୍ୟ ଲିଙ୍କ୍ ହୋଇଥିବା ଯୋଜନାଗୁଡିକର ମ୍ୟାପିଂ, ଭାରତ କୋଶ ମାଧ୍ୟମରେ ସୁଧ ଦେୟ, ଟ୍ରେଜେରୀରୁ SNA ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର,ଅସନ୍ତୁଳିତ ବାଲାନ୍ସ ବାତିଲ, ନୂତନ ପ୍ରସ୍ତାବ ଦାଖଲ ଏବଂ ୨୦୨୩-୨୪ ପାଇଁ ନୂତନ ପ୍ରସ୍ତାବର ସମୀକ୍ଷା, ବିଭାଗର ଉଦ୍ୟୋଗ ବିକାଶ କାର‌୍ୟ୍ୟକ୍ରମ, ରାଜ୍ୟଗୁଡିକ ଦ୍ୱାରା ଚଗ ଏବଗ୍ଧସ ଶକ୍ତି କାର୍ଯ୍ୟ ଯୋଜନା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ କାର୍ଯ୍ୟାନ୍ଵୟନରେ ସମସ୍ୟା, ଟିକାକରଣ କାର୍ଯ୍ୟକ୍ରମ ସହ ଜଡିତ ସମସ୍ୟା, AHDF ଓ KCC ର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି।

ବୈଠକ ପୂର୍ବରୁ, ପ୍ରାଣିରୋଗ ସମ୍ବନ୍ଧୀୟ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଏବଂ ରୋଗର ପୂର୍ବାନୁମାନ ପାଇଁ ଜିନୋମିକ୍ ସର୍ଭିଲାନ୍ସ ସହିତ ପ୍ରାଣିରୋଗ ଉପରେ ନଜର ରଖିବା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଅଂଶଗ୍ରହଣକାରୀ ରାଜ୍ୟମାନଙ୍କ ସହିତ ଏକ ବ୍ରେନ ଷ୍ଟରମିଂ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୈଠକରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026
Latest News

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.