Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ
ଆଜିର ଖବର

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

October 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ବିଜେପି ସଙ୍ଗଠନରେ ନୂଆ ଦାୟିତ୍ୱ ପାଇବା ପରେ ପ୍ରଥମଥର ପାଇଁ ରାଜ୍ୟ ଗସ୍ତରେ ଆସୁଛନ୍ତି ବିଜେପିର ନୂଆ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ତାଙ୍କ ସହ ଦଳର ନୂଆ ସହ-ପ୍ରଭାରୀ ସ୍ୱଦେଶ ସିଂହ ମଧ୍ୟ ଓଡ଼ିଶା ଆସୁଛନ୍ତି। ଉଭୟ ନେତାଙ୍କର ଏହି ଦୁଇ ଦିନିଆ ଗସ୍ତକୁ ନେଇ ରାଜ୍ୟ ବିଜେପି ସଙ୍ଗଠନରେ ଚର୍ଚ୍ଚା ଜୋର ଧରିଛି।

ବିଜେପିର ସାଙ୍ଗଠନିକ ପୁନର୍ବିନ୍ୟାସରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସ୍ୱଦେଶ ସିଂହଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ପୁରନ୍ଦେଶ୍ୱରୀ ଏହା ପୂର୍ବରୁ ମଧ୍ୟ ଓଡ଼ିଶା ବିଜେପିର ପ୍ରଭାରୀ ଦାୟିତ୍ୱରେ ରହିଥିଲେ। ଏଥର ତାଙ୍କ ଫେରା ସହିତ ରାଜ୍ୟ ସଙ୍ଗଠନକୁ ନେଇ ଦଳୀୟ ସ୍ତରରେ ଆଲୋଚନା ବଢ଼ିଛି।

ଦୁଇ ଦିନିଆ ଗସ୍ତ ସମୟରେ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀ ରାଜ୍ୟର ଶୀର୍ଷ ବିଜେପି ନେତୃତ୍ୱଙ୍କ ସହ ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିବାର ସୂଚନା ରହିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାର ସାଙ୍ଗଠନିକ ଢାଞ୍ଚାକୁ ନେଇ ମଧ୍ୟ ଉଭୟ ନେତା ବିସ୍ତୃତ ଆଲୋଚନା କରିବେ। ରାଜ୍ୟର ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ସାଙ୍ଗଠନିକ କାର୍ଯ୍ୟକ୍ରମ, ତୃଣମୂଳସ୍ତରର ସଙ୍ଗଠନ ଏବଂ ଦଳୀୟ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିବାର ସୂଚନା ମିଳିଛି।

ନୂଆ ଦାୟିତ୍ୱ ପାଇବା ପରେ ଡି. ପୁରନ୍ଦେଶ୍ୱରୀ ଓ ସ୍ୱଦେଶ ସିଂହଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ଏହି ଗସ୍ତରେ ସେମାନେ ରାଜ୍ୟ ସଙ୍ଗଠନର ସ୍ଥିତି, ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ୱୟ ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରିବାର ସମ୍ଭାବନା ରହିଛି।

BJP Odisha In-charge D Purandeswari Odisha BJP ସ୍ୱଦେଶ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମଦ କାରବାର ଉପରେ ବଡ଼ ଚଢ଼ାଉ: ୮୧୦ ଲିଟର ଦେଶୀ ମଦ ଜବତ

October 3, 2026

ଶ୍ରୀକ୍ଷେତ୍ରରେ ଆଜିଠୁ ଶାରଦୀୟ ଷୋଳପୂଜା ଆରମ୍ଭ

October 3, 2026

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026
Latest News

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

October 3, 2026

ବେଆଇନ ମଦ କାରବାର ଉପରେ ବଡ଼ ଚଢ଼ାଉ: ୮୧୦ ଲିଟର ଦେଶୀ ମଦ ଜବତ

October 3, 2026

ଶ୍ରୀକ୍ଷେତ୍ରରେ ଆଜିଠୁ ଶାରଦୀୟ ଷୋଳପୂଜା ଆରମ୍ଭ

October 3, 2026

ଆଜି ମୂଳାଷ୍ଟମୀ: ଶକ୍ତିପୀଠରେ ଆରମ୍ଭ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଭକ୍ତିରେ ଭିଜିବ ଓଡ଼ିଶା

October 3, 2026

‘ସୁଜଳ’ ଅଭିଯାନର ଶୁଭାରମ୍ଭ: ଅକ୍ଟୋବର ୧୬ ଯାଏଁ ଚାଲିବ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.