Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗଣେଶ ପୂଜାରେ ଶୁଭାରମ୍ଭ ହେବ ଜିଓ ଏୟାର ଫାଇବର, ଜାଣନ୍ତୁ ଏହା କଣ
ଜାତୀୟ ଖବର

ଗଣେଶ ପୂଜାରେ ଶୁଭାରମ୍ଭ ହେବ ଜିଓ ଏୟାର ଫାଇବର, ଜାଣନ୍ତୁ ଏହା କଣ

August 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ଏୟାର ଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି। ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି।

୫ଜି ନେଟ୍‌ୱର୍କ ଓ ଉନ୍ନତ ଓୟାରଲେସ୍ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର୍ ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଶା କରାଯାଉଛି।

ମୁକେଶ ଅମ୍ବାନି କହିଛନ୍ତି ଯେ, “ଏକ କୋଟିରୁ ଅଧିକ ପରିସର ଆମ ଅପ୍ଟିକାଲ୍ ଫାଇବର ସେବା ଜିଓଫାଇବର ସହ ଯୋଡ଼ିହୋଇଛନ୍ତି। ଏବେବି ଏଭଳି ଏକ ଲକ୍ଷ ପରିସର ରହଛି ଯେଉଁଠାରେ ଓୟାର ଲାଇନ ସଂଯୋଗ ପ୍ରଦାନ କରିବା କଷ୍ଟକର ବ୍ୟାପାର ହୋଇରହିଛି।

ଜିଓ ଏୟାର ଫାଇବର ସେହି କଷ୍ଟକୁ ସହଜ କରିବ। ଏହା ଜରିଆରେ ଆମେ ୨୦ କୋଟି ଘର ଓ ପରିସରରେ ପହଂଚିବା ଲାଗି ଆଶା କରୁଛୁ। ଜିଓ ଏୟାର ଫାଇବର ଆସିବା ପରେ ପ୍ରତିଦିନ ଜିଓ ୧.୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିପାରିବ।’’

ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ସାରା ଭାରତର ୧୫ ଲକ୍ଷ କିଲୋମିଟରରେ ବ୍ୟାପ୍ତ ରହିଛି । ଅପ୍ଟିକାଲ୍ ଫାଇବର୍ ରେ ଗ୍ରାହକମାନେ ମାସିକ ହାରାହାରି ୨୮୦ ଜିବିରୁ ଅଧିକ ଡାଟା ଉପଯୋଗ କରୁଛନ୍ତି ଯାହା ଜିଓର ଗ୍ରାହକ ପିଛା ମୋବାଇଲ୍ ଡାଟା ବ୍ୟବହାରଠାରୁ ୧୦ ଗୁଣା ଅଧିକ ।

ବାର୍ଷିକ ସାଧାରଣ ବୈଠକରେ ଜିଓ ଏୟାର ଫାଇବର ସହିତ ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ବିଷୟରେ ମଧ୍ୟ ଘୋଷଣା କରି ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ ଆମେ ଏକ ଏଭଳି ପ୍ଲାଟଫର୍ମ ତିଆରି କରୁଛୁ ଯାହା ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍‌ଗୁଡ଼ିକର ଡିଜିଟାଲ୍ ଦୁନିଆ ସହ ସମ୍ପର୍କ ମାଧ୍ୟମକୁ ବଦଳାଇଦେବ।

ଉଦ୍ୟୋଗୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କ, ଏଜ୍ କମ୍ପ୍ୟୁଟିଂ ଓ ଆପ୍ଲିକେସନକୁ ମିଶାଇ ଏକ ବ୍ୟାପକ ପ୍ଳାଟଫର୍ମ ପ୍ରସ୍ତୁତ କରାଯାଇଛି। ସେହିପରି, ଜିଓ ଟ୍ରୁ-୫ଜି ଲ୍ୟାବ୍‌ରେ ଆମ ଔଦ୍ୟୋଗିକ ସହଯୋଗୀମାନେ ଶିଳ୍ପ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସମାଧାନର ବିକାଶ, ପରୀକ୍ଷଣ ଓ ମିଳିତ ଭାବେ ନିର୍ମାଣ କରିପାରିବେ। ଜିଓ ଟ୍ରୁ-୫ଜି ଲ୍ୟାବ୍ ରିଲାଏନ୍ସ କର୍ପୋରେଟ୍ ପାର୍କ, ନଭି ମୁମ୍ବାଇରେ ରହିବ।

'ଜିଓ ଏୟାର ଫାଇବର' Jio Air Fiber
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026

ସାଇବର ଠକଙ୍କ ପାଇଁ ଆସିଗଲା CBI ABHAY, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ 

May 16, 2026

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026
Latest News

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026

ତୈଳ ସଙ୍କଟ ମଧ୍ୟରେ, ପେଟ୍ରୋଲ ଉପରେ ଲାଗୁ ହେଲା ଟିକସ

May 16, 2026

ଡିଜେଲ ଅଭାବରୁ ଚିଲିକାରେ ଫସିଲା ୪୦ ଡଙ୍ଗା

May 16, 2026

ସପ୍ତାହରେ ଦୁଇଥର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯିବ : ସୁପ୍ରିମକୋର୍ଟ

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.