Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା
ଜାତୀୟ ଖବର

କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା

November 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
BharatATTA3
କେନ୍ଦ୍ର ସରକାର ଆରମ୍ଭ କଲେ ଭାରତ ଅଟା, କିଲୋ ପିଛା ୨୭.୫୦ ଟଙ୍କା

ନୂଆଦିଲ୍ଲୀ: ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ କେନ୍ଦ୍ର ସରକାର ‘ଭାରତ ଅଟା’ ଯୋଗାଇ ଦେବେ। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ୧୦ କେଜି ଓ ୩୦ କେଜି ପ୍ୟାକରେ ଉପଲବ୍ଧ ହେବ।

ଏହି ଅଟା ସାରାଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ। ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍), ସଫଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ।

ଅଢ଼େଇ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ

ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି।

ଗହମଦର ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି

ବଜାରରେ ଅଣବ୍ରାଣ୍ଡେଡ୍ ଅଟାର ଖୁଚୁରା ମୂଲ୍ୟ କିଲୋ ପିଛା ୩୦ରୁ ୪୦ ଟଙ୍କା ଥିବାବେଳେ ବ୍ରାଣ୍ଡେଡ୍ ଅଟା କିଲୋ ପିଛା ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। କ୍ରମାଗତଭାବେ ଗହମଦର ବୃଦ୍ଧି ପାଉଥିବାରୁ ପର୍ବପର୍ବାଣୀ ଋତୁରେ ଅଟା ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶସ୍ତାରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାର ଶସ୍ତାରେ ପିଆଜ ଓ ଡାଲି ବିକ୍ରି କରୁଛନ୍ତି

ପିଆଜ ଦର ବୃଦ୍ଧିରୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ୨୫ ଟଙ୍କା କିଲୋ ଦରରେ ପିଆଜ ବିକ୍ରି କରୁଛନ୍ତି। ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ) ଏବଂ ନାଫେଡ୍ ୨୫ ଟଙ୍କା କିଲୋ ଦରରେ ବଫର ପିଆଜ ବିକ୍ରି କରୁଛନ୍ତି। ଏନସିସିଏଫ ୨୦ଟି ରାଜ୍ୟର ୫୪ଟି ସହରର ୪୫୭ଟି ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି।

ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରର ୩୨୯ଟି ରିଟେଲ ଷ୍ଟୋରରେ ରିହାତି ଦରରେ ପିଆଜ ବିକ୍ରି କରୁଛି। ସେହିପରି କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ଶୁକ୍ରବାରଠାରୁ ଦିଲ୍ଲୀ-ଏନସିଆରରେ ପିଆଜର ଖୁଚୁରା ବିକ୍ରି ଆରମ୍ଭ କରିଛି। ଏତଦ୍ ବ୍ୟତୀତ କିଲୋ ପିଛା ୬୦ ଟଙ୍କା ଦରରେ ସରକାର ଭାରତ ଡାଲି (ଚଣା ଡାଲି) ଯୋଗାଇ ଦେଉଛନ୍ତି।

ପୀୟୁଶ ଗୋଏଲ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଫ୍ଲୋର ଟେଷ୍ଟ ପୂର୍ବରୁ ଏଆଇଏଡ଼ିଏମକେ ଦୁଇ ଫାଳ

May 12, 2026

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ-ଷ୍ଟାଲିନ୍ ଙ୍କ ଆଲିଙ୍ଗନ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.