Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଦିବାସୀଙ୍କ ଜମି ବିକ୍ରି ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ମୁଲତବି
ବିଶେଷ ଖବର

ଆଦିବାସୀଙ୍କ ଜମି ବିକ୍ରି ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ମୁଲତବି

November 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀଙ୍କ ଜମି ବିକ୍ରି ପ୍ରସଂଗକୁ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏ ମୁଲତବି

ଭୁବନେଶ୍ବର: ଆଜି ବିଧାନସଭାର ଦ୍ବୀତିୟ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାର ଆଦିବାସୀଙ୍କ ଜମି ସାଧାରଣ ଲୋକଙ୍କୁ ବିକ୍ରି କରିବା ପ୍ରସଂଗକୁ ନେଇ ବିରୋଧୀ ଏହି ହଟ୍ଟଗୋଳ କରିଛନ୍ତି। ଆଦିବାସୀଙ୍କ ଜମି ହଡପ କରିବାକୁ ସରକାରଙ୍କ ଏକ ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ରାଜ୍ୟ ସରକାର ଆଦିବାସୀ ଜମି ବିକ୍ରି ସଂଶୋଧନକୁ ଫେରାଇ ନିଅ ବୋଲି ଦାବୀ କରିଥିଲେ। ବାଚସ୍ପତି ଗୃହରେ ଶୃଙ୍ଖଳା ରଖିବା ପାଇଁ ଯେତେ ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ଏହାପରେ ଗୃହ ଆରମ୍ଭ ହେବା ପରେ ପରିସ୍ଥିତି ସେହିପରି ବଜାଇ ରହିଲା। ବିରୋଧୀ ସଦସ୍ୟ ସେହି ଆଦିବାସୀ ଜମି ବିକ୍ରି ପ୍ରସଂଗକୁ ନେଇ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ପୁଣି ୪୫ ମିନିଟ ପାଇଁ ମୁଲତବି କରି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ବାଚସ୍ପତି ଗୃହରେ ଶୃଙ୍ଖଳା ରଖିବା ପାଇଁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ।

ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରସ୍ଥିତିରେ କୌଣସି ସୁଧାର ଆସି ନ ଥିଲେ। ପୁଣିଥରେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ପୁରା ଅପରାହ୍ନ ୪ଟା ମୁଲତବି ଘୋଷଣା କରିଥିଲେ। ତେବେ ସରକାର ଏହି ଆଇନିକୁ ସଂପୂର୍ଣ୍ଣ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏପରି ବିରୋଧ ଜାରୀ ରହିବ ବୋଲି ବିରୋଧୀ କହିଛନ୍ତି।

ତେବେ ଏହି ଆଦିବାସୀଙ୍କ ଜମି ବିକ୍ରୀ ପ୍ରସଂଗକୁ ନେଇ ଉଭୟ ବିଜେଡି ବିଜେପି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ବିଜେପିର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ସରକାର ଆଦିବାସୀଙ୍କ ଏହି ଜମି ବିକ୍ରୀ ଆଇନି ସଂଶୋଧନକୁ କ୍ୟାବିନେଟରେ ପାଶ କରିଛନ୍ତି। ଏହାପରେ ତାହାକୁ ସ୍ଥଗିତ ରଖିଛନ୍ତି। ହେଲେ ତାହାକୁ ପ୍ରତ୍ୟାହାର କରି ନାହାଁନ୍ତି। ଏହାପରେ ପୁଣି ସରକାର ଲାଗୁ କରିପାରନ୍ତି। ତେଣୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ଦରକାର ବୋଲି ମୋହନ ମାଝି କହିଛନ୍ତି।

ସେହିପରି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ଯେ, ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ। ସେଥିପାଇଁ ଏହାକୁ ଏକ ପ୍ରସଂଗ କରି ବିଜେପି ରାଜନୀତି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି। ତେବେ ବିରୋଧୀଙ୍କ ଏପରି ବିରୋଧ ମୁଡକୁ ଲକ୍ଷ କଲେ ଜଣାପଡୁଛି ଯେ, ଅପରାହ୍ନ ୪ଟା ପରେ ମଧ୍ୟ ଗୃହ କାର୍ଯ୍ୟ ସ୍ବାଭାବିକ ହେବାର ଜଣାପଡୁ ନାହିଁ।

ବିଧାନସଭା ଶୀତ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.