Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ

December 7, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କାହାଣୀ ପ୍ରସ୍ତୁତ କରିବା, କଳାକୁ ପ୍ରେରଣା ଦେବା ଏବଂ ଛାତ୍ରଛାତ୍ରୀଙ୍କ ସହ ଖୁସି ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ “କାହାଣୀ, କଳା, ଖୁସି’ ପାଳିତ ହୋଇଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ସ୍କୁଲ ବ୍ୟାଗ୍‌‌, କଲର ବକ୍ସ, କ୍ରେୟନ, ଆର୍ଟ ବ୍ରସ୍ ଆଦି କଳା /ଚିତ୍ରାଙ୍କନ ସାମଗ୍ରୀ ଏବଂ ଆଉ କିଛି ଉପହାର ବଣ୍ଟନ କରାଯାଇଛି। ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ସିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ଅଧିକାରୀ ଏବଂ ରିଲାଏନ୍ସ ଜିଓ, ରିଲାଏନ୍ସ ରିଟେଲ, ଜିଓ-ବିପି ସମେତ ଅନ୍ୟ ଆରଆଇଏଲ୍ ଗ୍ରୁପ୍ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ ଓ ଓଏସଡିଏମଏର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ-ସାମାଜିକ ବିଶେଷଜ୍ଞ ମଧୁମିତା ଦାସ, ମିଳିତ ଜାତିସଂଘ- ଇଣ୍ଡିଆ ୟୁୱା ଆଡଭୋକେଟ୍ ୨୦୨୨-୨୪ ସୌମ୍ୟରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ବଜ୍ରପାତ ସମୟରେ ବିଭିନ୍ନ ସୁରକ୍ଷା କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବଜ୍ରପାତ ନିରାପତ୍ତା କୌଶଳ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ଉପସ୍ଥିତିରେ ଓଏସଡିଏମଏ ମାଷ୍ଟର ଟ୍ରେନର ପ୍ରିୟ ରଞ୍ଜନ ରାଉତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁରକ୍ଷା ଉପାୟ ଓ ବଜ୍ରପାତ ନିରାପତ୍ତା ସ୍ଥିତି ପ୍ରଦର୍ଶିତ କରିଥିଲେ।

ଅନ୍ୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ପାଇଁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ମିଳିତ ଜାତିସଂଘ-ଇଣ୍ଡିଆ ୟୁୱା ଆଡଭୋକେଟ ୨୦୨୨-୨୪ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ପାଇଁ ହେନ୍ତାଳବଣ ପରିବ୍ୟବସ୍ଥା ଏବଂ ହେନ୍ତାଳବଣ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ପ୍ରଭାବିତ ପରିବାରଗୁଡିକୁ ସହାୟତା ପ୍ରଦାନ କରିବା ସହ ଶୁଖିଲା ରାସନ ବଂଟନ, ପ୍ରଭାବିତ ବ୍ୟକ୍ତି ଓ ପରିବାରକୁ ସହାୟତା ଉପକରଣ ଯୋଗାଣ ସହିତ ସ୍ନେହ ସୃଜନ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭାବନାତ୍ମକ ଓ ମାନସିକ ସହାୟତା ଭଳି ଅନେକ ପଦକ୍ଷେପ ଆରମ୍ଭ କରିଥିଲା। ରିଲାଏନ୍ସ ଫାଉଣ୍ଡେସନ “ସ୍ନେହ ସୃଜନ’ ଅଭିଯାନ ମାଧ୍ୟମରେ ପିତାମାତା ଏବଂ ପିଲାମାନଙ୍କ ସମେତ ଗୋଷ୍ଠୀ ସମୁଦାୟର ମାନସିକ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ ଅଧିବେଶନର ତିନୋଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ଫଳସ୍ୱରୂପ ବିଦ୍ୟାଳୟକୁ ଆସୁଥିବା ଏବଂ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ ଏହି ବିଦ୍ୟାଳୟକୁ କିଛି ଲେଖନ ବୋର୍ଡ ପ୍ରଦାନ କରିଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା।

ବାଲେଶ୍ୱର ବାହାନଗା ରିଲାଏନ୍ସ ଫାଉଣ୍ଡେସନ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ନେହ ସୃଜନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.