Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଖବର

ସାଉଦି ଆରବର କ୍ରାଉନ ପ୍ରିନ୍ସ ଓ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

December 27, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ସେପ୍ଟେମ୍ବର ୨୦୨୩ରେ କ୍ରାଉନ୍ ପ୍ରିନ୍ସଙ୍କ ଭାରତ ଗସ୍ତ ପରବର୍ତ୍ତୀ ସମୟରେ ଦ୍ୱିପାକ୍ଷିକ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ଅଗ୍ରଗତି ସମ୍ପର୍କରେ ଉଭୟ ନେତା ସମୀକ୍ଷା କରିଥିଲେ। ସେମାନେ ଭବିଷ୍ୟତ ପାଇଁ ଆଗଧାଡ଼ିର ଦ୍ୱିପାକ୍ଷିକ ଭାଗିଦାରୀ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ।

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ନେତାମାନେ ମତ ବିନିମୟ କରିଥିଲେ। ସେମାନେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ।

ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ପ୍ରଭାବିତ ଜନସାଧାରଣଙ୍କ ପାଇଁ ମାନବିକ ସହାୟତା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ସହମତ ହୋଇଥିଲେ। ସାମୁଦ୍ରିକ ନିରାପତ୍ତା ବଜାୟ ରଖିବା ଏବଂ ନାଭିଗେସନ୍ ର ସ୍ୱାଧୀନତା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଏକ୍ସପୋ ୨୦୩୦ ଏବଂ ଫିଫା ଫୁଟବଲ ବିଶ୍ୱକପ୍ ୨୦୩୪ ପାଇଁ ଆୟୋଜକ ଭାବେ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସାଉଦି ଆରବକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

କ୍ରାଉନ ପ୍ରିନ୍ସ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026
Latest News

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.