Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍‌ର ଶୁଭାରମ୍ଭ ପାଇଁ କାର୍ଯ୍ୟ ଚାଲିଛି
ଆଜିର ଖବର

ଜିଓ ପକ୍ଷରୁ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍‌ର ଶୁଭାରମ୍ଭ ପାଇଁ କାର୍ଯ୍ୟ ଚାଲିଛି

December 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ଯେ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ ସହ ମିଶି ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ଜିଓ “ଭାରତ ଜିପିଟି” ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି। ଏଥି ସହିତ କମ୍ପାନି ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍ ଆରମ୍ଭ କରିବା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଆଇଆଇଟି-ବମ୍ବେର ବାର୍ଷିକ ଟେକ୍ ଫେଷ୍ଟରେ ଯୋଗ ଦେଇ ଆକାଶ ଅମ୍ବାନୀ ଏହା କହିଛନ୍ତି।

କମ୍ପାନୀ ପାଇଁ ବିକାଶର ପରିବ୍ୟବସ୍ଥା ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ “ଜିଓ ୨.୦’ର ଭିଜନ ଉପରେ କାମ ଚାଲିଥିବା ସେ ପ୍ରକାଶ କରିଛନ୍ତି । ଜିଓ ପକ୍ଷରୁ ଆଇଆଇଟି ବମ୍ବେ ସହିତ ଏକ ଭାରତ ଜିପିଟି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏକ ପ୍ରକଳ୍ପ ଉପରେ କାମ କରାଯାଉଥିବା ସୂଚନା ଦେବା ସହିତ ବର୍ତ୍ତମାନ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଏବଂ ଜେନେରେଟିଭ୍ ଏଆଇ ଉପରେ କାମ ଚାଲିଥିବା ସେ କହିଛନ୍ତି । ଏଆଇ ଅର୍ଥ ଆର୍ଟିଫିସିଆଲ ଇଂଟେଲିଜେନ୍ସ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଦେଶ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ପ୍ଲାଟଫର୍ମ ନିର୍ମାଣ ଦିଗରେ ଜିଓ କାର୍ଯ୍ୟ କରୁଥିବା ପ୍ରକାଶ କରି ଏହି କ୍ଷେତ୍ରରେ କମ୍ପାନୀ ଗଣମାଧ୍ୟମ, ବାଣିଜ୍ୟ, ଯୋଗାଯୋଗ ଏବଂ ନୂଆ ଉପକରଣ ବା ଡିଭାଇସ ଉପରେ ମଧ୍ୟ କାର୍ଯ୍ୟ କରୁଥିବା ସେ କହିଛନ୍ତି ।

ଟିଭି ପାଇଁ ଜିଓ ନିଜର ଓଏସ୍ (ଅପରେଟିଂ ସିଷ୍ଟମ୍‌) ଉପରେ ବେଶ କିଛି ସମୟ ହେବ କାର୍ଯ୍ୟ କରୁଛି ଏବଂ ଏହାକୁ କିପରି ଶୁଭାରମ୍ଭ କରାଯିବ ସେ ନେଇ ଆମେ ବ୍ୟାପକ ଭାବରେ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି ।

ଅମ୍ବାନୀ ଭାରତକୁ ଆଗାମୀ ଦଶନ୍ଧି ପାଇଁ ସବୁଠାରୁ ବଡ଼ ଉଦ୍ଭାବନ ତଥା ନବସୃଜନ ବା ଇନୋଭେସନ କେନ୍ଦ୍ର ବୋଲି ଅଭିହିତ କରିବା ସହ ଦଶନ୍ଧି ଶେଷ ସୁଦ୍ଧା ଦେଶ ୫ ରୁ ୬ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି । ଆସନ୍ତା କିଛି ବର୍ଷରେ ଭାରତ ବିଶ୍ୱକୁ ସବୁଠାରୁ ଶ୍ରେଷ୍ଠ ସେବା ଓ ସବୁଠାରୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବାର କେନ୍ଦ୍ର ଭାବରେ ଉଭା ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

୨୦୨୪ ଅମ୍ବାନୀ ପରିବାର ପାଇଁ ଏକ ସ୍ୱତନ୍ତ୍ର ବର୍ଷ, କାରଣ ତାଙ୍କ ସାନ ଭାଇ ଅନନ୍ତ ଏହି ବର୍ଷ ବିବାହ କରିବାକୁ ଯାଉଥିବା ସେ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ପାନି ୫ଜି ଘରୋଇ ନେଟୱାର୍କ ପ୍ରଦାନ କରିବାକୁ ବେଶ ଉତ୍ସାହିତ ଏବଂ ଯେକୌଣସି ଆକାରର ଉଦ୍ୟୋଗକୁ ଏହା ୫ଜି ଷ୍ଟାକ ପ୍ରଦାନ କରିବ । ଜିଓକୁ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ୍ ବୋଲି ଅଭିହିତ କରି ସେ କହିଛନ୍ତି ଯେ ଯୁବ ଉଦ୍ୟୋଗୀମାନେ ବିଫଳ ହେବାକୁ ଭୟ ନ କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ ସେ ସାମାଜିକ ଉନ୍ନତି ପାଇଁ କାମ କରିବାକୁ ଆହ୍ୱାନ ଦେବା ସହିତ ଜିଓ ସର୍ବଦା ଭବିଷ୍ୟତର ପ୍ରଯୁକ୍ତି ଉପରେ ନଜର ରଖିଛି ବୋଲି ସେ କହିଛନ୍ତି ।

ଆକାଶ ଅମ୍ବାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.